ଏଇ ଭାରତରେ

ମହାଭାରତରେ ଏକଲବ୍ୟଙ୍କ ଗୁରୁଦକ୍ଷିଣା ସମ୍ପର୍କରେ ଆମେ ଜାଣିଛେ। ଏବେ ପଞ୍ଜାବରେ ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କେତେଜଣ ଖେଳାଳି। କ୍ରୀଡ଼ାକୁ ଜୀବନ୍ତ ରଖିବା ପାଇଁ ଶହ ଶହ ଅନ୍ତର୍ଜାତୀୟ କବାଡ଼ି ଖେଳାଳିଙ୍କୁ ତାଲିମ ଦେଇଥିବା କୋଚ ରେସଲର ସେବୁ ଦାରଗାବାଦଙ୍କୁ ଦକ୍ଷିଣା ଦେବାକୁ ଖେଳାଳିମାନେ ଅଣ୍ଟା ଭିଡ଼ିଛନ୍ତି। କାନାଡାର କୈଲଗରିରେ ରହୁଥିବା ଗୁରୁବେଜ ସିଂ ମାନ ରେସଲରଙ୍କ ଗାଁରେ ପହଞ୍ଚି ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କାର ଗୁରୁଦକ୍ଷିଣା ପ୍ରଦାନ କରିଛନ୍ତି। ପରେ ଦେଶ ଓ ବିଦେଶରେ ରହୁଥିବା କବାଡ଼ି ଖେଳାଳିମାନେ କୋଚ୍‌ ସେବୁଙ୍କ ଘର ନିର୍ମାଣ ପାଇଁ ଟଙ୍କା ଜମା କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେମାନେ ୧୫ ଲକ୍ଷ ଟଙ୍କା ଜମା କରିଛନ୍ତି। ଗୁରୁବେଜ ସିଂ କହିଛନ୍ତି, ପଞ୍ଜାବକୁ ଶହ ଶହ କବାଡ଼ି ଖେଳାଳି ଦେଇଥିବା ସେବୁ ରେସଲରଙ୍କ ଘର ନିର୍ମାଣ ଲାଗି ଅନ୍ତର୍ଜାତୀୟ କବାଡି ଖେଳାଳି ଅମୃତପାଲ ସିଂ ଅର୍ଲିିଭନ୍ନଙ୍କ ସହଯୋଗରେ ଆରମ୍ଭ ହୋଇଛି। ଗୁରୁବେଜ ସିଂ କହିଛନ୍ତି ଯେ ଯେତେବେଳେ ସେବୁ କାନାଡାରେ କବାଡ଼ି ଖେଳିବାକୁ ଯାଇଥିଲେ, ସେତେବେଳେ ତାଙ୍କୁ କାନାଡାରେ ରହିବାର ଅଫର ମଧ୍ୟ ମିଳିଥିଲା। ମାତ୍ର ସେ କାନାଡାରେ ରହିବା ପରିବର୍ତ୍ତେ ନିଜ ଦେଶକୁ ଫେରି ପଞ୍ଜାବର ଯୁବକମାନଙ୍କୁ କବାଡ଼ି ତାଲିମ ଦେଇଥିଲେ। କବାଡ଼ି କୋଚ୍‌ ସେବୁ କହିଛନ୍ତି ଯେ ବିଦେଶରେ ରହୁଥିବା କବାଡ଼ି ଖେଳାଳିମାନେ ତାଙ୍କର ବିଳାସପୂର୍ଣ୍ଣ ଘର ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ କରୁଛନ୍ତି। ସେ ଗର୍ବିତ ଯେ ତାଙ୍କ ଦ୍ୱାରା ପ୍ରସ୍ତୁତ କବାଡ଼ି ଖେଳାଳିମାନେ ବର୍ତ୍ତମାନ ବିଦେଶରେ ରହି ଦେଶ ପାଇଁ ଗୌରବ ଆଣୁଛନ୍ତି। ସେ କହିଛନ୍ତି, ସମୟ ସମୟରେ ସରକାର କବାଡ଼ି ଖେଳାଳିଙ୍କ ପ୍ରତି ଦୃଷ୍ଟି ନେଉନାହାନ୍ତି। ଯେଉଁଥିପାଇଁ ଖେଳାଳିମାନେ ନିରାଶ ହେଉଛନ୍ତି। ଘର ନିର୍ମାଣରେ ଗୁରୁବେଜ ସିଂଙ୍କ ବ୍ୟତୀତ ଅନ୍ତର୍ଜାତୀୟ ଖେଳାଳି ମଣିନ୍ଦର ଚକକି ରାମଦାସ, ଗୁରୁଜନ୍ତ ଖୌରା, ସିମର, ତେଜବୀର ସିଂ ସରପଞ୍ଚ, ରେସଲର ରାଜିନ୍ଦର ସିଂ ପ୍ରମୁଖ ସହଯୋଗ କରୁଛନ୍ତି।