ଏଇ ଭାରତରେ

ତେଲଙ୍ଗାନାର ଜଣେ ସରକାରୀ ଅଧିକାରୀ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତସ୍‌ଲିମା ମହମ୍ମଦ ତେଲଙ୍ଗାନାର ମୁଲୁଗୁ ଓ ଜୟଶଙ୍କର ଭୁପାଲପାଲି ଭଳି ଦୁଇ ଅନଗ୍ରସର ଜିଲାରେ ସବ୍‌-ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରନ୍ତି। ୩୪ ବର୍ଷୀୟ ଏହି ଯୁବ ଅଧିକାରୀ ରବିବାର ଦିନ ଚାଷୀମାନଙ୍କ ବିଲରେ କାମ କରି ୨୫୦ରୁ ୩୦୦ ଟଙ୍କା ଯାଏ ରୋଜଗାର କରନ୍ତି। ଏହି ଟଙ୍କାକୁ ସେ ଅସହାୟମାନଙ୍କୁ ଦେଇଥାନ୍ତି। ଅନେକ ସମୟରେ ଗରିବ ଚାଷୀଙ୍କୁ ବି ଏହା ଦିଅନ୍ତି। ସେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ବିଲରେ କାମକରନ୍ତି। ତସ୍‌ଲିମା ହଳ ବୁଲାଇବାଠାରୁ ଆରମ୍ଭ କରି ଅନ୍ୟସବୁ କାର୍ଯ୍ୟ କରିଥାନ୍ତି। ସେ ଏହି କାମ ୬ ବର୍ଷ ହେବ କରିଆସୁଛନ୍ତି। ସରକାରଙ୍କ କୃଷି ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରୁଛନ୍ତି। ତସ୍‌ଲିମାଙ୍କ ବାପାଙ୍କୁ ମାଓବାଦୀ ହତ୍ୟା କରିବା ପରେ ତାଙ୍କ ମା’ ଚାଷ କରି ପରିବାର ଚଳାଇବା ସହ ତାଙ୍କ ପରୀକ୍ଷା ପାଇଁ କୋଚିଂ ଫି ଯୋଗାଇ ଦେଇଥିତ୍ଲେ। ସରକାରୀ ଚାକିରି ପାଇବା ପରେ ମା’ଙ୍କ ପ୍ରେରଣାରେ ସେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି। ଅନାଥ ପିଲାମାନଙ୍କୁ ପଢିବା ଲାଗି ନିଜ ରୋଜଗାରରୁ ସାହାଯ୍ୟ ଯୋଗାଇ ଦେଉଛନ୍ତି। ୧୭ ଜଣ ଏଭଳି ପିଲାଙ୍କ ଜୀବନ ଗଢିପାରିଛନ୍ତି। ଚାଷକାମରେ ପରିବାରକୁ ସାହାଯ୍ୟ କରିବା ଲାଗି ପ୍ରାୟ ୩୦୦ ଛାତ୍ର ଓ ଯୁବକଙ୍କୁ ଉତ୍ସାହିତ କରିପାରିଛନ୍ତି। ଲକ୍‌ଡାଉନ ସମୟରେ ଗରିବ ପିଲାମାନଙ୍କୁ ପଢ଼ାଇବା ଲାଗି ଘରୋଇ ଶିକ୍ଷକଙ୍କୁ ପ୍ରେରିତ କରିଛନ୍ତି। ସରକାରୀ କାମ କରିବା ପରେ ସାମାଜିକ ସ୍ତରରେ ଏଭଳି ସେବା ତାଙ୍କୁ ଅଧିକ ଆନନ୍ଦ ଦିଏ ବୋଲି କହନ୍ତି ତସ୍‌ଲିମା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri