ଏଇ ଭାରତରେ

ଅଧାରୁ ପାଠ ଛାଡ଼ିଛନ୍ତି, ହେଲେ ନିଜର ନିଷ୍ଠା ବଳରେ ତିଆରି କରିଛନ୍ତି ଏଭଳି ଜିନିଷ ଯାହାକୁ ବ୍ୟବହାର ପରେ ବି ଖାଇହେଉଛି। ତାମିଲନାଡ଼ୁ କୋଏମ୍ବାଟୁରର କଲ୍ୟାଣ କୁମାରଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। କଲ୍ୟାଣଙ୍କ ବୟସ ୩୯ । ବିଜ୍‌ନେସ ଆଡ୍‌ମିନିଟ୍ରେଶନରେ ଡିଗ୍ରୀ କରୁଥିବା ସମୟରେ ଅଧାରୁ ପଢ଼ା ଛାଡ଼ି ସେ ଦୁଇ ବର୍ଷ ପୂର୍ବେ ଏସ୍‌ପିଏସ୍‌ କଲ୍ୟାଣ ମେଶିନ ଡିଜାଇନର୍ସ କମ୍ପାନୀ ଗଢ଼ି ଏହି କାର୍ଯ୍ୟ କରୁଛନ୍ତି। ତାଙ୍କ ଦ୍ୱାରା ନିର୍ମିତ ସିଙ୍ଗଲ ୟୁଜ୍‌ ଜିନିଷଗୁଡ଼ିକ ଶତ ପ୍ରତିଶତ ଖାଇବାଯୋଗ୍ୟ ଓ ବିଘଟନଯୋଗ୍ୟ। ମୁଖ୍ୟତଃ, ଗୋରୁ ଖାଇବା ଲାଗି ବଡ଼ ପାତ୍ର ବା ଟ୍ରେ ତିଆରି କରୁଛନ୍ତି। ଗୋରୁ ଏଥିରେ ଖାଇବା ପରେ ତାହାକୁ ମଧ୍ୟ ଖାଇପାରୁଛନ୍ତି। ଥାଳି ଚାମଚ ଓ ଗୁଆ ପତ୍ରରୁ ପ୍ଲେଟ କରାଯାଉଛି। ଏହା ବ୍ୟତୀତ କଲ୍ୟାଣ ୫ ପ୍ରକାର କପ୍‌, ୪ ପ୍ରକାର ଜୁସ୍‌ ଓ ଓ୍ବାଇନ୍‌ ଗ୍ଲାସ୍‌, ପାଣି ବୋତଲ, ପ୍ଲାସ୍କ ଓ ଫୁଡ୍‌ କଣ୍ଟେନର ମଧ୍ୟ ତିଆରି କରୁଛନ୍ତି। କଦଳୀ ପତ୍ର, ଚୋକଡ଼ ଓ କୁଣ୍ଡା, ପରିବା ବର୍ଜ୍ୟ, ମକା ଓ ଅନ୍ୟ ଶସ୍ୟ ଆଦି ପ୍ରାକୃତିକ ବର୍ଜ୍ୟରୁ ପାଖାପାଖି ୧୫ଟିରୁ ଅଧିକ ଏଭଳି ଖାଇବାଯୋଗ୍ୟ ଜିନିଷ ତିିଆରି ହେଉଛି। ଦେଶ ଓ ଦେଶ ବାହାରେ ଏହିସବୁ ଜିନିଷର ଉପଭୋକ୍ତା ରହିଛନ୍ତି। ତାମିଲନାଡ଼ୁ ସରକାର ପରିବେଶ ଉପଯୋଗୀ ବ୍ୟାଗ୍‌ ବ୍ୟବହାରକୁ ପ୍ରେତ୍ସାହିତ କରିବା ଲାଗି ଆରମ୍ଭ କରିଥିବା‘ମିନଡମ୍‌ ମଞ୍ଜାପାଇ’ ଅଭିଯାନ ତାଙ୍କୁ ଏହି ଜିନିଷଗୁଡ଼ିକ ତିଆରି କରିବାକୁ ପ୍ରେରିତ କରିଥିଲା। କଲ୍ୟାଣ ଏବଂ ତାଙ୍କ ଟିମ୍‌ କିଭଳି ଆହୁରି ଅଧିକ ଜିନିଷ ପ୍ରସ୍ତୁତ କରାଯାଇପାରିବ ସେ ସମ୍ପର୍କରେ ଗବେଷଣା କରୁଛନ୍ତି। ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରି ପରିବେଶ ସୁରକ୍ଷା କରିବା ତାଙ୍କର ଲକ୍ଷ୍ୟ ବୋଲି କହନ୍ତି କଲ୍ୟାଣ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri