ଏଇ ଭାରତରେ

ଅଧାରୁ ପାଠ ଛାଡ଼ିଛନ୍ତି, ହେଲେ ନିଜର ନିଷ୍ଠା ବଳରେ ତିଆରି କରିଛନ୍ତି ଏଭଳି ଜିନିଷ ଯାହାକୁ ବ୍ୟବହାର ପରେ ବି ଖାଇହେଉଛି। ତାମିଲନାଡ଼ୁ କୋଏମ୍ବାଟୁରର କଲ୍ୟାଣ କୁମାରଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। କଲ୍ୟାଣଙ୍କ ବୟସ ୩୯ । ବିଜ୍‌ନେସ ଆଡ୍‌ମିନିଟ୍ରେଶନରେ ଡିଗ୍ରୀ କରୁଥିବା ସମୟରେ ଅଧାରୁ ପଢ଼ା ଛାଡ଼ି ସେ ଦୁଇ ବର୍ଷ ପୂର୍ବେ ଏସ୍‌ପିଏସ୍‌ କଲ୍ୟାଣ ମେଶିନ ଡିଜାଇନର୍ସ କମ୍ପାନୀ ଗଢ଼ି ଏହି କାର୍ଯ୍ୟ କରୁଛନ୍ତି। ତାଙ୍କ ଦ୍ୱାରା ନିର୍ମିତ ସିଙ୍ଗଲ ୟୁଜ୍‌ ଜିନିଷଗୁଡ଼ିକ ଶତ ପ୍ରତିଶତ ଖାଇବାଯୋଗ୍ୟ ଓ ବିଘଟନଯୋଗ୍ୟ। ମୁଖ୍ୟତଃ, ଗୋରୁ ଖାଇବା ଲାଗି ବଡ଼ ପାତ୍ର ବା ଟ୍ରେ ତିଆରି କରୁଛନ୍ତି। ଗୋରୁ ଏଥିରେ ଖାଇବା ପରେ ତାହାକୁ ମଧ୍ୟ ଖାଇପାରୁଛନ୍ତି। ଥାଳି ଚାମଚ ଓ ଗୁଆ ପତ୍ରରୁ ପ୍ଲେଟ କରାଯାଉଛି। ଏହା ବ୍ୟତୀତ କଲ୍ୟାଣ ୫ ପ୍ରକାର କପ୍‌, ୪ ପ୍ରକାର ଜୁସ୍‌ ଓ ଓ୍ବାଇନ୍‌ ଗ୍ଲାସ୍‌, ପାଣି ବୋତଲ, ପ୍ଲାସ୍କ ଓ ଫୁଡ୍‌ କଣ୍ଟେନର ମଧ୍ୟ ତିଆରି କରୁଛନ୍ତି। କଦଳୀ ପତ୍ର, ଚୋକଡ଼ ଓ କୁଣ୍ଡା, ପରିବା ବର୍ଜ୍ୟ, ମକା ଓ ଅନ୍ୟ ଶସ୍ୟ ଆଦି ପ୍ରାକୃତିକ ବର୍ଜ୍ୟରୁ ପାଖାପାଖି ୧୫ଟିରୁ ଅଧିକ ଏଭଳି ଖାଇବାଯୋଗ୍ୟ ଜିନିଷ ତିିଆରି ହେଉଛି। ଦେଶ ଓ ଦେଶ ବାହାରେ ଏହିସବୁ ଜିନିଷର ଉପଭୋକ୍ତା ରହିଛନ୍ତି। ତାମିଲନାଡ଼ୁ ସରକାର ପରିବେଶ ଉପଯୋଗୀ ବ୍ୟାଗ୍‌ ବ୍ୟବହାରକୁ ପ୍ରେତ୍ସାହିତ କରିବା ଲାଗି ଆରମ୍ଭ କରିଥିବା‘ମିନଡମ୍‌ ମଞ୍ଜାପାଇ’ ଅଭିଯାନ ତାଙ୍କୁ ଏହି ଜିନିଷଗୁଡ଼ିକ ତିଆରି କରିବାକୁ ପ୍ରେରିତ କରିଥିଲା। କଲ୍ୟାଣ ଏବଂ ତାଙ୍କ ଟିମ୍‌ କିଭଳି ଆହୁରି ଅଧିକ ଜିନିଷ ପ୍ରସ୍ତୁତ କରାଯାଇପାରିବ ସେ ସମ୍ପର୍କରେ ଗବେଷଣା କରୁଛନ୍ତି। ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରି ପରିବେଶ ସୁରକ୍ଷା କରିବା ତାଙ୍କର ଲକ୍ଷ୍ୟ ବୋଲି କହନ୍ତି କଲ୍ୟାଣ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri