ଏଇ ଭାରତରେ

ଏଥର ପାରମ୍ପରିକ କଂକ୍ରିଟ ଘର ବଦଳରେ ଏମିତି ଘର ତୋଳିବେ ଯେଉଁଥିରେ ତାପମାତ୍ର ୭ ଡିଗ୍ରୀ ରହିବ ଓ ଶୀତଳତା ପ୍ରଦାନ କରିବ। ହରିୟାଣାର ଡ. ଶିବଦର୍ଶନ ମଲିକଙ୍କ ଦ୍ୱାରା ଏଭଳି ଘର ନିର୍ମାଣ କରିବା ସମ୍ଭବ ହୋଇପାରିଛି। ସେ ଗବେଷଣା କରି ଗୋବରରୁ ପ୍ରସ୍ତୁତ କରିଛନ୍ତି ପ୍ଲାଷ୍ଟର ଓ ଇଟା। ପ୍ଲାଷ୍ଟର ନାମ ବେଦିକ ପ୍ଲାଷ୍ଟର ଓ ଇଟାର ନାମ ଗୋକ୍ରିଟ ବ୍ରିକ୍ସ। ଏସବୁ ଗୋବର, ମାଟି ଏବଂ ଅନ୍ୟ କେତେକ ପ୍ରାକୃତିକ ଜିନିଷ ମିଶ୍ରଣରେ ପ୍ରସ୍ତୁତ କରାଯାଉଛି। ଏହି ଦୁଇଟି ଆବିଷ୍କାର ଗୃହ ନିର୍ମାଣରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଏଥିରେ ଅଧିକ ସଂଖ୍ୟାରେ ନିର୍ମାଣ କରାଯାଇପାରିଲେ ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନକୁ ରୋକା ଯାଇିପାରିବ ବୋଲି କହନ୍ତି ଡ.ମଲିକ। ଘର ଶୀତଳ ରହିବା ଫଳରେ ବିଦ୍ୟୁତ୍‌ ଶକ୍ତି ମଧ୍ୟ ବଞ୍ଚାଯାଇପାରିବ। ଡ. ମଲିକ ୧୯୯୫ରେ ପିଏଚ୍‌.ଡି. ପରେ ରୋହତକ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ। କିନ୍ତୁ ୧୯୯୭ରେ ଚାକିରି ଛାଡି ଦିଲ୍ଲୀ ଆଇଆଇଟି, ବିଶ୍ୱବ୍ୟାଙ୍କ ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମରେ ଜଣେ କନ୍‌ସଲ୍‌ଣ୍ଟାଟ୍‌ ଭାବେ କାର୍ଯ୍ୟ କରିବା ପରେ ବହୁ ଗବେଷଣା କରି ଏଭଳି ପ୍ଲାଷ୍ଟର ଓ ଇଟା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ମତରେ ପ୍ଲାଷ୍ଟର ତାପମାତ୍ର ଶୋଷଣ ନ କରି ଗୃହକୁ ଶୀତଳ ରଖିପାରୁଛି। ଏହାକୁ ମଧ୍ୟ ଆଧୁନିକ ଘରେ ବି ବ୍ୟବହାର କରାଯାଇପାରିବ ଏବେ ସୁଦ୍ଧା ଭାରତରେ ୨୦,୦୦୦ ଘରେ ଏହି ପ୍ଲାଷ୍ଟର ବ୍ୟବହାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri