ଏଇ ଭାରତରେ

ଜଣେ ଦୃଷ୍ଟିବାଧିତ ସ୍ବାବଲମ୍ବୀ ହେବା ସହ ନିଯୁକ୍ତି ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିିଛନ୍ତି। ଏହା ବାରାଣସୀ ନିବାସୀ ସତ୍ୟପ୍ରକାଶ ମାଲବୀୟଙ୍କ ଦ୍ୱାରା ସମ୍ଭବ ହୋଇପାରିଛି। ମାଲବୀୟ ଜନ୍ମରୁ ଦୃଷ୍ଟିବାଧିତ। ତାଙ୍କୁ ଏବେ ବୟସ ୨୫। ସେ ବାରାଣସୀର ଦୃଷ୍ଟିହୀନ ସ୍କୁଲରୁ ଦ୍ୱାଦଶରେ ୮୦ପ୍ରତିଶତ ନମ୍ବର ରଖି ପାସ କରିବା ସହ ସ୍କଲାରଶିପ ପାଇଛନ୍ତି। ପରେ କମ୍ପ୍ୟୁଟରରେ କୋର୍ସ କରିବା ପରେ ରେଡିଓ ଜକି ଚାକିରି ମିଳିଥିଲା। କିନ୍ତୁ ସେ ବିଜ୍‌ନେସରେ ସ୍ବାବଲମ୍ବୀ ହେବା ସହ ତାଙ୍କ ଭଳି ଲୋକମାନଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଚାକିରିକୁ ଏଡାଇଯାଇଛନ୍ତି। ପ୍ରଥମେ ଆଚାର ଓ ମହମବତି ବିଜ୍‌ନେସରେ ବିଫଳ ହେବା ପରେ ମହାମାରୀ ସମୟରେ ସତ୍ୟପ୍ରକାଶ ‘କାଶୀ ମସଲା’ ନାମରେ ମସଲା ବିଜ୍‌ନେସ ଆରମ୍ଭ କରିଥିଲେ। ସ୍କଲାରଶିପ୍‌ରୁ ପାଇଥିବା ଅର୍ଥ ଓ କେତେଜଣ ସମାଜସେବୀଙ୍କ ଆର୍ଥିକ ସହଯୋଗରେ ସେ ପ୍ରଥମେ ଏହା ଆରମ୍ଭ କରିଥିଲେ। ଏବେ ସେ ଏହି ବିଜ୍‌ନେସରୁ ମାସକ ସବୁ ଖର୍ଚ୍ଚ ପରେ ୩୦ ହଜାର ଟଙ୍କା ପାଉଛନ୍ତି। ଏଥିରେ ୧୦ ଜଣ ମହିଳାଙ୍କ ସମେତ କେତେଜଣ ଦିବ୍ୟାଙ୍ଗଙ୍କୁ ନିଯୁକ୍ତ କରିଛନ୍ତି। ମସଲାର ମାର୍କେଟିଂ ପାଇଁ ସେ ନିଜେ ପ୍ରଦର୍ଶନୀକୁ ଯାଉଛନ୍ତି। ଏସବୁ କାର୍ଯ୍ୟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଅଟୋଚାଳକମାନେ ବେଶୀ ସାହାଯ୍ୟ କରୁଛନ୍ତି ବୋଲି କହନ୍ତି ସତ୍ୟପ୍ରକାଶ। ଆଗକୁ ସେ ମସଲା ଚା’, କଫି ଓ ଚକୋଲେଟ ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri