ଏଇ ଭାରତରେ

ଭିନ୍ନ ଧାରାରେ କାର୍ଯ୍ୟ କରି ସଫଳ ହୋଇଥିବା ବ୍ୟକ୍ତି ହେଉଛନ୍ତି କେରଳର ଅବଦୁର ରଜାକ। ସେ ଅଗଣାରେ ପ୍ଲାଷ୍ଟିକ ଡ୍ରମ୍‌ରେ ୧୩୫ ଫଳଗଛ ଉତାରିଛନ୍ତି। ତିରୁର୍‌ ନିବାସୀ ରଜାକ ଦୁବାଇରେ କାମ କରୁଥିଲେ। ୨୦୧୮ରେ ଭାରତକୁ ଫେରିବା ପରେ ସେ ଅଗଣାରେ ଫଳ ବଗିଚା କରିବା ଆରମ୍ଭ କରିଥିଲେ। ପରେ ସେ ପ୍ଲାଷ୍ଟିକ ଡ୍ରମ୍‌ କିଣି ସେଥିରେ ଗଛ ଲଗାଇଥିଲେ। ମୋଟ୍‌ ତାଙ୍କ ବଗିଚାରେ ୨୫୦ ଫଳଗଛ ରହିଛି ଓ ସେଥିମଧ୍ୟରୁ ୧୩୫ଟି ଗଛ ବଢିଛି ଡ୍ରମ୍‌ରେ । ଏହି ପଦ୍ଧତିରେ କମ୍‌ ଖର୍ଚ୍ଚ ଓ ସାର ବ୍ୟବହାର ହେଉଛି। ରଜାକ ଦୁବାଇରେ ଭାଗୀଦାରିରେ ଫଳ ଓ ପରିବା ବ୍ୟବସାୟ କରୁଥିବା ସମୟରେ ସେ ୫୬ରୁ ଅଧିକ ଦେଶର ଫାର୍ମ ଓ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ କରିବାର ସୁବିଧା ପାଉଥିଲେ। ଥାଇଲାଣ୍ଡର ପ୍ଲାଷ୍ଟିକ ଡ୍ରମ୍‌ରେ ଫଳ ଗଛ ଲଗାଯାଇ ଏକ ଫାର୍ମ କରାଯାଇଥିବା ଜାଣିବା ପରେ ସେ ତାଙ୍କ ଅଗଣାରେ ସେଭଳି ଫାର୍ମ କରିବା ଲାଗି ମନସ୍ଥ କରିଥିଲେ। ସେ ସ୍କ୍ରାପ ଶପ୍‌ରୁ ପ୍ଲାଷ୍ଟିକ ଡ୍ରମ୍‌ ଯୋଗାଡ଼ କରୁଛନ୍ତି। ଏବେ ତାଙ୍କ ଫାର୍ମରେ ସବୁ ଋତୁରେ ଫଳ ଫଳୁଛି। ଘରର ଆବଶ୍ୟକତା ପୂରଣ କରିବା ପରେ ବଳକା ଫଳ ସେ ବିକ୍ରି କରୁଛନ୍ତି।