ଏଇ ଭାରତରେ

ଆଇନ ଡିଗ୍ରୀ ହାସଲ କରିବା ପରେ ଜଣେ ଆଇନଜୀବୀ ରୋଜଗାର ଲକ୍ଷ୍ୟ ନେଇ କାମ କରୁଥିବାବେଳେ ତାମିଲନାଡୁର ସି ଗୁଣସେକର କିନ୍ତୁ ଭିନ୍ନ ଧାରାରେ ଚାଲିଛନ୍ତି। ସେ ୨୦ ବର୍ଷ ହେଲା ଇଣ୍ଟରକାଷ୍ଟ କପଲ ବା ଆନ୍ତଃଜାତି ଦମ୍ପତିଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରୁଛନ୍ତି। ଏଭଳି ୨୦୦ ଦମ୍ପତିଙ୍କୁ ସେ ଏକାଠି କରିବାରେ ସକ୍ଷମ ହୋଇଛନ୍ତି। ଆନ୍ତଃଜାତି ବିବାହକୁ ନେଇ ବୃଦ୍ଧିପାଉଥିବା ଅନରକିଲିଂ ମୃତ୍ୟୁ ରୋକିବା ଲାଗି ଦମ୍ପତିମାନଙ୍କୁ ଆଇନଗତ ଓ ସାମାଜିକ ସୁରକ୍ଷା ଯୋଗାଇ ଦେଉଛନ୍ତି। ୨୦୧୧ରେ ଆଇନରେ ଡିଗ୍ରୀ ହାସଲ କଲା ପରେ ସେ ଆମ୍ବେଡକର ପେରିୟାର ଇଣ୍ଟରକାଷ୍ଟ ମ୍ୟାରେଡ କପଲ୍ସ ଆଶୋସିଏଶନ ଗଠନ କରି ଆନ୍ତଃଜାତି ବିବାହ ସମ୍ପାଦନ କରୁଛନ୍ତି। ଏହାବାଦ ୨୦୧୭ରେ ‘ଅଧନିନାଲ କଧଲ ସିଭର’ (ଏକେଏସ୍‌) ଏନ୍‌ଜିଓ ଗଠନ କରି ଆଇନଗତ ସହାୟତା ଯୋଗାଇ ଦେଉଛନ୍ତି। ଉକ୍ତ ଏନ୍‌ଜିଓ ନାମର ଅର୍ଥ ହେଉଛି ‘ଏଣୁ ଆଗେଇଯାଅ ଓ ଭଲ ପାଅ’। ଏନ୍‌ଜିଓରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦୦ ଆଇନଜୀବୀ ଯୋଡ଼ି ହୋଇଛନ୍ତି। ଦମ୍ପତିମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ଏବେ ତ୍ରିଚି ସେଫ୍‌ ହାଉସ୍‌ରେ ୧୦-୧୫ ଦମ୍ପତି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri