ଏଇ ଭାରତରେ

ପଇଡ଼ କିମ୍ବା କୌଣସି ପାନୀୟ ପିଇବା ଲାଗି ଆମେ ପ୍ଲାଷ୍ଟିକ ଷ୍ଟ୍ର ବ୍ୟବହାର କରୁ। ଏହା ପରିବେଶ ପାଇଁ କ୍ଷତିକାରକ। ଏହା ମାଟିରେ ମିଶିବା ପାଇଁ ୪୦୦ରୁ ୫୦୦ ବର୍ଷ ଲାଗିଯାଏ। ଏଣୁ ପରିବେଶ ସୁରକ୍ଷା ପାଇଁ ଏହାର ବିକଳ୍ପ ସାମ୍ନାକୁ ଆଣିଛନ୍ତି ପୁଣେର ଏଣ୍ଟରପ୍ରିନ୍ୟୁୟର ରୁଚି ଜୈନ। ସେ ‘ପୈଭି’ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏକପ୍ରକାର ଏଡିବଲ୍‌( ଖାଇବାଯୋଗ୍ୟ) ଷ୍ଟ୍ର ତିଆରି କରୁଛନ୍ତି । ଏହାକୁ ସେ ରାଇସ ଓ ଟାପିଓକା ଦ୍ୱାରା ପ୍ରସ୍ତୁତ କରିଛନ୍ତି। ଉକ୍ତ ଷ୍ଟ୍ରର ମୂଲ୍ୟ ୧ ଟଙ୍କା। ଏହାକୁ ସେ ୫୦ଟି ହୋଟେଲ ଏବଂ ୧୦୦ ରେସ୍ତୋରାଁକୁ ଯୋଗାଉଛନ୍ତି। ରୁଚି ୨୦୧୯ରେ ପୈଭି ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। କୋରିଆନ ମାର୍କେଟରେ ଏଡିବଲ୍‌ ଷ୍ଟ୍ର ଦେଖିବା ପରେ ଭାରତରେ ଏହାର ଉପତ୍ାଦନ ପାଇଁ ଯୋଜନା କରି ସେ ସଫଳ ହୋଇଛନ୍ତି। ଏହାକୁ ଦେଶର ବିଭିନ୍ନ ସ୍ଥାନରେ କିଭଳି ପ୍ରସ୍ତୁତ କରାଯାଇପାରିବ ସେଥିଲାଗି ଯୋଜନା କରିଛନ୍ତି।