ମାନସିକ ଅନଗ୍ରସର ସନ୍ତାନଟିଏ ଥିଲେ ତାହାର ଯତ୍ନ ନେବା କେତେ ଯେ କଷ୍ଟକର ସେକଥା ମା-ବାପା ହିଁ ଜାଣନ୍ତି। ଏମିତି ସନ୍ତାନଟିଏ ଥିଲା ସୁଲୋଚନା ଓ ନିରଜ ବିରୁଙ୍କର। ସେମାନେ ନିଜ ସନ୍ତାନ ସହ ଅନ୍ୟ ମାନସିକ ଅନଗ୍ରସରଙ୍କ ସ୍ଥିତି ଚିନ୍ତା କରି ଗଢ଼ିଛନ୍ତି ଏକ ଆଶ୍ରୟସ୍ଥଳୀ। ସେଠାରେ ସେମାନେ ୫୦୦ରୁ ଊର୍ଦ୍ଧ୍ୱ ଏଭଳି ବ୍ୟକ୍ତିଙ୍କୁ ରଖିଛନ୍ତି। ସେମାନଙ୍କର ଖାଇବା, ଚିକିତ୍ସା ସବୁର ଖର୍ଚ୍ଚ ବହନ କରୁଛନ୍ତି। ୭୦ ଦଶକରେ ଏହି ଦମ୍ପତି ସେମାନଙ୍କ ମାନସିକ ଅନଗ୍ରସର ପୁତ୍ର ସନ୍ତାନର ଚିକିତ୍ସା ତଥା ଲାଳନପାଳନରେ ବହୁ ସମସ୍ୟାର ସମ୍ମୁଖୀନ ହେବା ପରେ ଏପରି ଏକ ଆଶ୍ରୟସ୍ଥଳୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ପୁଣେରେ ନିରଜଙ୍କର ଏକ ସ୍ପେୟାର ପାଟର୍ସ ଦୋକାନ ଥିଲା। ପ୍ରଥମେ ସେମାନେ ସେଠାରେ ତାଙ୍କ ପୁଅ ଓ ଅନ୍ୟ କେତେଜଣ ପିଲାଙ୍କୁ ନେଇ ରଖିଥିଲେ। ପରେ ‘ବେରୁ ମତିମନ୍ଦ ପ୍ରତିଷ୍ଠାନ’ ଗଠନ କରି ସେବାକୁ ସମ୍ପ୍ରସାରିତ କରିଥିଲେ। ତାହାକୁ ସେମାନେ ପୁଣେରୁ ମୁମ୍ବାଇ ନେଇଥିଲେ ଓ ସରକାର ତାଙ୍କୁ ଉକ୍ତ ପ୍ରତିଷ୍ଠାନ ପାଇଁ ୨.୫ ଏକର ଜମି ଲିଜ୍ରେ ପ୍ରଦାନ କରିଥିଲେ। ଧୀରେ ଧୀରେ ସେମାନଙ୍କ ଆଶ୍ରୟସ୍ଥଳୀରେ ମାନସିକ ବିକାରଗ୍ରସ୍ତ ପିଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା ଓ ଏବେ ସେଠାରେ ବିଭିନ୍ନ ବୟସ ବର୍ଗର ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବୟସ୍କ ହୋଇଥିବା ବେଳେ କିଛି ଆରପାରିକୁ ଚାଲିଗଲେଣି। ଏହା ମଧ୍ୟରେ ପ୍ରତିଷ୍ଠାତା ନିରଜଙ୍କର ମଧ୍ୟ ଦେହାନ୍ତ ଘଟିଲାଣି। ତେବେ ସୁଲୋଚନା ଏବେ ଏହାର ମଙ୍ଗ ଧରିଛନ୍ତି। ସେଠାରେ ୨୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରି ସେବା ଚଳାଉଛନ୍ତି। ଆର୍ଥିକ ଅନୁଦାନ ତଥା ସକ୍ଷମ ଅଭିଭାବକମାନଙ୍କ ଦେୟ ମାଧ୍ୟମରେ ଖର୍ଚ୍ଚ ଭରଣା କରୁଛନ୍ତି ସୁଲୋଚନା।
ଏଇ ଭାରତରେ
ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍ଏସ୍) ଉଜ୍ଜ୍ୱଳ କୁମାର ଚଭନ।...
ମୋବାଇଲ ସ୍କ୍ରିନ୍ ଆସକ୍ତି
କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍ ସ୍କ୍ରିନ୍।...
ଗଣତନ୍ତ୍ର କାହିଁକି ଦୋଷୀ ହେବ
ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...
ବାଂଲାଦେଶ ପରେ ବର୍ମା
ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍ ଓସ୍ମାନ ହାଦିଙ୍କୁ ଅଚିହ୍ନା...
ଏଇ ଭାରତରେ
ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...
ଶିଷ୍ଟାଚାରର ଅଧଃପତନ
ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...
ନୂଆ ନଁାରେ ପୁରୁଣା କୋଠା
କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...
କେବଳ ବାହାନା
ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ୍ ଆଜୀବିକା ମିଶନ ବିଲ୍, ୨୦୨୫ ଉପରେ ପରାମର୍ଶ...
Archives


