ଏଇ ଭାରତରେ

ମାନସିକ ଅନଗ୍ରସର ସନ୍ତାନଟିଏ ଥିଲେ ତାହାର ଯତ୍ନ ନେବା କେତେ ଯେ କଷ୍ଟକର ସେକଥା ମା-ବାପା ହିଁ ଜାଣନ୍ତି। ଏମିତି ସନ୍ତାନଟିଏ ଥିଲା ସୁଲୋଚନା ଓ ନିରଜ ବିରୁଙ୍କର। ସେମାନେ ନିଜ ସନ୍ତାନ ସହ ଅନ୍ୟ ମାନସିକ ଅନଗ୍ରସରଙ୍କ ସ୍ଥିତି ଚିନ୍ତା କରି ଗଢ଼ିଛନ୍ତି ଏକ ଆଶ୍ରୟସ୍ଥଳୀ। ସେଠାରେ ସେମାନେ ୫୦୦ରୁ ଊର୍ଦ୍ଧ୍ୱ ଏଭଳି ବ୍ୟକ୍ତିଙ୍କୁ ରଖିଛନ୍ତି। ସେମାନଙ୍କର ଖାଇବା, ଚିକିତ୍ସା ସବୁର ଖର୍ଚ୍ଚ ବହନ କରୁଛନ୍ତି। ୭୦ ଦଶକରେ ଏହି ଦମ୍ପତି ସେମାନଙ୍କ ମାନସିକ ଅନଗ୍ରସର ପୁତ୍ର ସନ୍ତାନର ଚିକିତ୍ସା ତଥା ଲାଳନପାଳନରେ ବହୁ ସମସ୍ୟାର ସମ୍ମୁଖୀନ ହେବା ପରେ ଏପରି ଏକ ଆଶ୍ରୟସ୍ଥଳୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ପୁଣେରେ ନିରଜଙ୍କର ଏକ ସ୍ପେୟାର ପାଟର୍‌ସ ଦୋକାନ ଥିଲା। ପ୍ରଥମେ ସେମାନେ ସେଠାରେ ତାଙ୍କ ପୁଅ ଓ ଅନ୍ୟ କେତେଜଣ ପିଲାଙ୍କୁ ନେଇ ରଖିଥିଲେ। ପରେ ‘ବେରୁ ମତିମନ୍ଦ ପ୍ରତିଷ୍ଠାନ’ ଗଠନ କରି ସେବାକୁ ସମ୍ପ୍ରସାରିତ କରିଥିଲେ। ତାହାକୁ ସେମାନେ ପୁଣେରୁ ମୁମ୍ବାଇ ନେଇଥିଲେ ଓ ସରକାର ତାଙ୍କୁ ଉକ୍ତ ପ୍ରତିଷ୍ଠାନ ପାଇଁ ୨.୫ ଏକର ଜମି ଲିଜ୍‌ରେ ପ୍ରଦାନ କରିଥିଲେ। ଧୀରେ ଧୀରେ ସେମାନଙ୍କ ଆଶ୍ରୟସ୍ଥଳୀରେ ମାନସିକ ବିକାରଗ୍ରସ୍ତ ପିଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା ଓ ଏବେ ସେଠାରେ ବିଭିନ୍ନ ବୟସ ବର୍ଗର ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବୟସ୍କ ହୋଇଥିବା ବେଳେ କିଛି ଆରପାରିକୁ ଚାଲିଗଲେଣି। ଏହା ମଧ୍ୟରେ ପ୍ରତିଷ୍ଠାତା ନିରଜଙ୍କର ମଧ୍ୟ ଦେହାନ୍ତ ଘଟିଲାଣି। ତେବେ ସୁଲୋଚନା ଏବେ ଏହାର ମଙ୍ଗ ଧରିଛନ୍ତି। ସେଠାରେ ୨୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରି ସେବା ଚଳାଉଛନ୍ତି। ଆର୍ଥିକ ଅନୁଦାନ ତଥା ସକ୍ଷମ ଅଭିଭାବକମାନଙ୍କ ଦେୟ ମାଧ୍ୟମରେ ଖର୍ଚ୍ଚ ଭରଣା କରୁଛନ୍ତି ସୁଲୋଚନା।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri