ଏଇ ଭାରତରେ

ଶକ୍ତି ସଂରକ୍ଷଣ କ୍ଷେତ୍ରରେ ତେଲଙ୍ଗାନା ଓ୍ବାରାଙ୍ଗଲ ଜିଲା ଗୋପାଳପୁରମ୍‌ ଗାଁର ରାଜୁ ମୁପ୍ପାରପୁଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ। ରାଜୁଙ୍କ ବୟସ ୩୦। ସେ ଏକ ଡିଭାଇସ ବିକାଶ କରିଛନ୍ତି ଯାହାଦ୍ୱାରା ବିଦ୍ୟୁତ ଶକ୍ତି ଅପଚୟ ରୋକାଯାଇପାରୁଛି । ଇଲେକ୍ଟ୍ରି ବିଲ ମଧ୍ୟ ୩୦ ପ୍ରତିଶତ କମ୍‌ ରହୁଛିି। ସେ ଲାଇଟ୍‌ ଡିପେଣ୍ଡେଣ୍ଟ୍‌ ରେଜିଷ୍ଟାର୍‌(ଏଲଡିଆର) ସେନ୍‌ସରକୁ ୧୨୦ଟି ପଞ୍ଚାୟତ ଓ ଓ୍ବାରାଙ୍ଗଲ ମ୍ୟୁନିସିପାଲିଟିରେ ଲଗାଇଛନ୍ତି। ଏହି ଯନ୍ତ୍ର ରାସ୍ତାରେ ଲାଇଟ ଜଳୁଛି କି ନାହିଁ ତାହା ଜଣାଇଦେଉଛି ଓ ଆବଶ୍ୟକସ୍ଥଳେ ମେନ୍‌ ସୁଇଚ୍‌ ସିଷ୍ଟମ୍‌କୁ ବନ୍ଦ କରାଯାଉଛି। ଏହି ଡିଭାଇସ୍‌ର ନାମ ନ୍ୟାଚୁରାଲ ଷ୍ଟ୍ରିଟ୍‌ ଲାଇଟ ସୁଇଚ୍‌ ରଖାଯାଇଛି ଓ ଏଥିରେ ଏକ ଫଟୋ ସେନସର ଲାଗିଛି। ରାଜୁ ବିଏସସି ପାସ୍‌ କରିବା ପରେ ଏହି କାର୍ଯ୍ୟରେ ଲାଗି ଯାଇଥିଲେ ଓ ସଫଳତା ମଧ୍ୟ ପାଇଥିଲେ। ୨୦୧୬ରେ ଏକ ଆଞ୍ଚଳିକ ଖବରକାଗଜରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଓ୍ବାରଙ୍ଗଲ ଜିଲାପାଳ ପ୍ରଶାନ୍ତ ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ସେ ୧୦ ଟି ପଞ୍ଚାୟତରେ ଦୁଇଟି ଲେଖାଁଏ ଯନ୍ତ୍ର ଲଗାଇଥିଲେ। ଏହି ଯନ୍ତ୍ରକୁ ସାରା ଭାରତରେ ଲଗାଯାଇ ବିଦ୍ୟୁତ ଅପଚୟକୁ ରୋକି ହେବ ବୋଲି କହନ୍ତି ରାଜୁ।