ଏଇ ଭାରତରେ

ପକ୍ଷୀଙ୍କ ସୁରକ୍ଷା ପାଇଁ ଅନେକେ ପ୍ରୟାସ କରୁଛନ୍ତି। କିଏ ଛୋଟ ଜଙ୍ଗଲ କରୁଛନ୍ତି ତ କିଏ ଖାଦ୍ୟ ବ୍ୟବସ୍ଥା କରୁଛନ୍ତି, ହେଲେ ଭଗବାନ୍‌ଜୀ ଭାଇଙ୍କ ପ୍ରୟାସ ସମ୍ପୂର୍ଣ୍ଣ ନିଆରା। ଭଗବାନ୍‌ଜୀ ଜଣେ କୃଷକ ଓ ତାଙ୍କ ଘର ଗୁଜରାଟର ନାଭି ସାଙ୍କିଲ ଗ୍ରାମରେ। ଜେତପୁର୍‌ ବ୍ଲକ୍‌ର ଏହି ଗାଁରେ ସେ ପକ୍ଷୀମାନଙ୍କ ଲାଗି ଏକ ବାର୍ଡ ହାଉସ୍‌ ନିର୍ମାଣ କରିଛନ୍ତି। ଏହି ଘରେ ଭାଙ୍ଗି ନ ଯିବା ଭଳି ୨୫,୦୦୦ ମାଠିଆ ଖଞ୍ଜା ଯାଇଛି। ଏହାକୁ ବୋର୍‌ ପାଇପ୍‌ରେ ବୋଲ୍‌ଟ ଯୋଗେ ଫିଟ୍‌ କରିଛନ୍ତି। ଏହି ଘର ସବୁ ଋତୁର ଅନିଶ୍ଚିତତାକୁ ସାମ୍ନା କରିବାକୁ ସକ୍ଷମ। ବର୍ଷାଦିନେ ପକ୍ଷୀମାନଙ୍କୁ ବଜ୍ରପାତରୁ ରକ୍ଷା କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ଆକର୍ଷଣୀୟ ଡିଜାଇନ୍‌ରେ ନିର୍ମିତ ଓ ଏଥି ଲାଗି ୨୫ ଲକ୍ଷ ଟଙ୍କା ନିଜ ପକେଟରୁ ବ୍ୟୟ କରିଛନ୍ତି। ଏହ ଘର ନିର୍ମାଣ କରିବା ସକାଶେ ଭଗବାନ୍‌ଜୀ ଭାଇଙ୍କୁ ତାଙ୍କ ସ୍ତ୍ରୀ, ପୁଅ ଓ ପୁଅଙ୍କ ସାଙ୍ଗମାନେ ସାହାଯ୍ୟ କରିଛନ୍ତି ଏବଂ ଏଥିପାଇଁ ତାଙ୍କୁ ଏକବର୍ଷ ଲାଗିଛି। ଏବେ ଏଥିରେ ପକ୍ଷୀମାନେ ଆସି ରହିବା ଆରମ୍ଭ କରିଦେଲେଣି। ସେମାନଙ୍କ ପାଇଁ ସେ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri