ଏଇ ଭାରତରେ

ଜଣେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ପ୍ରେରଣାଦାୟୀ କାର୍ଯ୍ୟ ଦେଖିବାକୁ ମିଳିଛି ପୁଣେରେ। ଅମିତା ଦେଶପାଣ୍ଡେ ଆଇଟିରେ ଡିଗ୍ରୀ ହାସଲ କରିବା ପରେ ଚରଖା ଓ ତନ୍ତ ବ୍ୟବହାର କରି ଅଦରକାରୀ ପ୍ଲାଷ୍ଟିକ ଓ୍ବର୍ପରରୁ ଆକର୍ଷଣୀୟ ବ୍ୟାଗ୍‌ ତିଆରି କରୁଛନ୍ତି। ସ୍ବାଧୀନତା ସଂଗ୍ରାମ ସମୟରେ ଚରଖା ବ୍ୟବହାର ବିଦେଶୀ କପଡ଼ା ବର୍ଜନକରି ସ୍ବଦେଶୀ ବସ୍ତ୍ର ପାଇଁ ବୈପ୍ଳବିକ ଧାରା ସୃଷ୍ଟି କରିଥିଲା। ଏବେ ଅମିତାଙ୍କ ଦ୍ୱାରା ଅଦରକାରୀ ପ୍ଲାଷ୍ଟିକର ପୁନଃ ଉପଯୋଗ ପୁଣି ଚରଖାର ଆଦରକୁ ସ୍ମରଣ କରିଛି। ପରିବେଶ ସଂରକ୍ଷଣରେ ଚରଖା ପ୍ରମୁଖ ଭୂମିକା ନେଇପାରେ ତାହା ଏଥିରୁ ପ୍ରମାଣିତ ହୋଇଛି। ଏହି କାର୍ଯ୍ୟ ପାଇଁ ସେ ‘ରି-ଚରଖା’ ସୋସିଆଲ ଏଣ୍ଟରପ୍ରାଇଜ ପ୍ରତିଷ୍ଠା କରିଛନ୍ତି। ଏଥିରେ ସେ ବହୁ ବର୍ଜ୍ୟ ସଂଗ୍ରହକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଗତବର୍ଷ ସେ ୭ଲକ୍ଷ ପ୍ଲାଷ୍ଟିକ ଓ୍ବର୍ପରର ପୁନଃ ଉପଯୋଗ କରିବାକୁ ସକ୍ଷମ ହୋଇପାରିଛନ୍ତି। ସେ ମୁଖ୍ୟତଃ ବ୍ୟାଗ୍‌, ଡେକୋର ଆଇଟମ୍‌, ଝୁଲା, ଷ୍ଟୋରେଜ୍‌ ବାସ୍କେଟ, ଗ୍ରୋପଟ୍‌, ଟେବୁଲ ମ୍ୟାଟ୍‌ ଆଦି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ମହାମାରୀ ପୂର୍ବରୁ ସେ ଏଥିରୁ ୭୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲେ। ୨୦୦୫ରେ ଆଇଟି କମ୍ପାନୀରେ ନିଯୁକ୍ତି ପାଇ ୨୦୦୯ ଯାଏ କାର୍ଯ୍ୟ କରିବା ପରେ ଉଚ୍ଚତର ଶିକ୍ଷା ପାଇଁ ଆମେରିକା ଯାଇଥିଲେ। ସେଠାରୁ ଫେରି ଏହି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ଲାଷ୍ଟିକକୁ ଚରଖାରେ ପ୍ରଥମେ ଡୋର ବା ସୂତା ଆକାର ଦିଆଯାଇ ପରେ ପ୍ଲାଷ୍ଟିକ ଫାଇବର ସହ ଏହାକୁ ତନ୍ତରେ ବୁଣାଯାଉଛି। ଏହି ପଦ୍ଧତିରେ ଶକ୍ତି ଅପଚୟ କମ୍‌ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri