ଏଇ ଭାରତରେ

ଛତିଶଗଡ଼ର ବସ୍ତର ଅଞ୍ଚଳ ନାଁ ଶୁଣିଲେ ମାଓବାଦୀ ଭୟ ଆସେ, କିନ୍ତୁ ଜଣେ ସାମାଜିକ କର୍ମୀଙ୍କ ହାତତିଆରି ବାଉଁଶ ସାଇକେଲ ସେଠାକାର ଲୁକ୍କାୟିତ ହସ୍ତକଳା ପରିଚୟକୁ ସାମ୍ନାକୁ ଆଣିଛି। ୩୦ ବର୍ଷୀୟ ଆସିଫ୍‌ ଖାନ୍‌ଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ଆସିଫ୍‌ କମ୍ୟୁନିଟି ଡେଭ୍‌ଲପ୍‌ମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ସୋସିଆଲ ସର୍ଭିସ୍‌ ସେଣ୍ଟରରେ କାର୍ଯ୍ୟ କରୁଥିଲେ। ୨୦୧୯ରେ ଚାକିରି ଛାଡ଼ି ଆଦିବାସୀଙ୍କ ହସ୍ତକଳା ବିକାଶ ଓ ସେମାନଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ‘ଚେନରସ୍କେପ୍‌’ ଏନ୍‌ଜିଓ ଗଠନ କରି ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ଏଥିରେ ସେ ଅନେକ ଆଦିବାସୀ ପରିବାରକୁ ଯୋଡ଼ିଛନ୍ତି। ସେହି କାରିଗରଙ୍କ ସହଯୋଗରେ ସେ ପରିବେଶ ଉପଯୋଗୀ ବାଉଁଶ ସାଇକେଲ ନିର୍ମାଣ କରିଛନ୍ତି। ଏହାର ନାମ ‘ବେମ୍ବୁକା’ ରଖିଛନ୍ତି। ଆଫ୍ରିକାର ଘାନାରେ ଏଭଳି ସାଇକେଲ ନିର୍ମାଣ କରାଯାଉଥିବାରୁ ତାହାକୁ ଦେଖି ସେ ତାହା ତିଆରି କରିବାକୁ ପ୍ରୟାସ କରି ସଫଳ ହୋଇଛନ୍ତି। ଘାନାର ଲୋକଙ୍କ ଭଳି ବାଉଁଶ ସାଇକେଲ ନିର୍ମାଣ କରି ବସ୍ତର ଆଦିବାସୀମାନେ ଭଲ ରୋଜଗାର କରିବାରିବେ ବୋଲି କହନ୍ତି ଅସିଫ୍‌। ବାଉଁଶ ସାଇକେଲ ନିର୍ମାଣ କରିବାକୁ ସେ ମୁମ୍ବାଇର ବାମ୍ବୁଚି ନାମକ ଏଜେନ୍ସିର ସହାୟତା ନେଇଛନ୍ତି। ଏବେ ସୁଦ୍ଧା ଅସିଫ୍‌ ଦୁଇଟି ବାଉଁଶ ସାଇକେଲ ନିର୍ମାଣ କରି ଦିଲ୍ଲୀ ଓ ରାୟପୁର ପ୍ରଦର୍ଶନୀରେ ଏହାକୁ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ବସ୍ତର ଅଞ୍ଚଳର ୮ ଜଣ କାରିଗରଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି। ଆଗକୁ ସାଇକେଲ ସାଇକେଲ ଚାହିଦା ବଢ଼ିଲେ ଅଧିକରୁ ଅଧିକ କାରିଗର ରୋଜଗାର କରିପାରିବେ ବୋଲି କହନ୍ତି ଅସିଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri