ଏଇ ଭାରତରେ

ଲକ୍‌ଡାଉନରେ ପିଲାମାନେ ଅନ୍‌ଲାଇନରେ ପଢ଼ିବା ପରେ ବାକି ସମୟ କଟାଇବା ସେମାନଙ୍କ ଲାଗି କଷ୍ଟକର ହୋଇପଡୁଥିବାବେଳେ କେରଳର ୧୩ ବର୍ଷୀୟା ବନୁପ୍ରିୟାଙ୍କ ଜୀବନଶୈଳୀରେ ଭିନ୍ନତା ପରିଲକ୍ଷିତ ହୋଇଛି। ବନୁପ୍ରିୟା ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ସେ ଆଲ୍‌ପୁଝା ଜିଲା ମୁହାମ୍ମା ପଞ୍ଚାୟତରେ ପରିବାର ସହ ରହୁଛନ୍ତି। ଲକ୍‌ଡାଉନ ସମୟରେ ବନୁପ୍ରିୟା ଓ ତାଙ୍କ ବାପା ଦୟାତ୍‌ମାଜି ଔଷଧୀୟ ଗୁଣରେ ଭରପୂର ବିରଳ କିସମର ଧାନ ଚାଷ କରି ୩୦୦ କେ.ଜି. ଅମଳ କରିଛନ୍ତି। ଏହି ଧାନ ନାମ ରକ୍‌ଥାକଲି। ଏବକାର ଜଳବାୟୁରେ ଏହି ଧାନ ଚାଷ କଷ୍ଟକର ହୋଇଥିଲେ ମଧ୍ୟ ବାପ ଝିଅ ଏଥିରେ ସଫଳ ହୋଇଛନ୍ତି। ଏହି ଧାନ ଦେଖିବାକୁ ଲାଲ। ଏହାର ଚାଷ ବୈଦିକ ଯୁଗରେ ଆରମ୍ଭ କରାଯାଇଥିଲା। ରକ୍‌ଥାକଲି ଧାନ ବିଲପ୍ତିର ଦ୍ୱାର ଦେଶରେ ରହିଛି । ଏହା ଆଣ୍ଟି ଅକ୍ସିଡାଣ୍ଟ, ଜିଙ୍କ୍‌, ଆଇରନ, କ୍ୟାଲସିୟମ ଓ ଅନ୍ୟ ମିନେରାଲ୍ସରେ ଭରପୂର। ଏହି ଧାନ ଚାଷକୁ ଆଗକୁ ନେବା ଲାଗି ବନୁପ୍ରିୟା କୃଷକମାନଙ୍କୁ ବିହନ ମାଗଣାରେ ଦେଇଛନ୍ତି ଓ ବାକିତକ ହ୍ବାଟ୍ସଆପ ଗ୍ରୁପ ମାଧ୍ୟମରେ ବିକ୍ରି କରିଛନ୍ତି। ବାପ ଝିଅଙ୍କ ଏଭଳି ପ୍ରୟାସକୁ କେରଳ କୃଷି ବିଭାଗ ପ୍ରଶଂସା କରିଛି। ଏପରି କି ରକ୍‌ଥାକଲି ଧାନ ଦେଖିବାକୁ କେରଳ କୃଷିମନ୍ତ୍ରୀ କ୍ଷେତରେ ପହଞ୍ଚଥିଲେ। ଧାନ ଚାଷରେ ବନୁପ୍ରିୟାଙ୍କ ଯୋଗଦାନକୁ ଲକ୍ଷ୍ୟ କରି ତାଙ୍କୁ ଶିଶୁ କୃଷକ ପୁରସ୍କାର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri