ଏଇ ଭାରତରେ

ଗୋଟିଏ ଲାଇବ୍ରେରିର ଉନ୍ନତି ପାଇଁ ଜଣେ ଲାଇବ୍ରେରିଆନ୍‌ଙ୍କ ନିଷ୍ଠାପର ପ୍ରୟାସ ସଭିଙ୍କ ପାଇଁ ପ୍ରେରଣା ପାଲଟିଛି। କେରଳର ଆଲ୍‌ପୁଝା ଜିଲା କାରୁଭଟ୍ଟା ନିବାସୀ ଲାଇବ୍ରେରିଆନ୍‌ ପି. ସୁକୁମାରନ୍‌ ପ୍ରତିଦିନ ୧୨ କି.ମି. ଚାଲିଚାଲି ଯାଇ ଲୋକମାନଙ୍କୁ ବହି ଦେଉଛନ୍ତି। ଅତି କମ୍‌ରେ ୩୫ଟି ଘରେ ସେ ପିଲା ଓ ମହିଳାମାନଙ୍କୁ ବହି ଦେଉଛନ୍ତି ଓ ଠିକ୍‌ ସମୟରେ ଆଣୁଛନ୍ତି। ଲାଇବ୍ରେରିରୁ ବାହାରିବା ସମୟରେ ସେ ଦୁଇଟି ବ୍ୟାଗରେ ୬୦-୭୦ ଖଣ୍ଡ ବହି ନିଅନ୍ତି। ଏଗୁଡ଼ିକୁ କାରୁଭଟ୍ଟା ଓ କୁମାରପୁରମ୍‌ ପଞ୍ଚାୟତର ଲୋକଙ୍କ ପାଖରେ ପହଞ୍ଚାଇବା ପରେ ଅପରାହ୍ନ ୪ଟାରେ ଫେରନ୍ତି। ଏଭଳି କାର୍ଯ୍ୟ ସେ ୪୧ ବର୍ଷ ଧରି କରିଆସୁଛନ୍ତି। ୧୯୫୦ରେ ପ୍ରତିଷ୍ଠିତ କୁମାରପୁରମ୍‌ ପବ୍ଲିକ୍‌ ଲାଇବ୍ରେରିରେ ସେ ୧୯୭୯ରୁ ଚାକିରି କରୁଛନ୍ତି। ସେତେବେଳେ ଏହି ଲାଇବ୍ରେରିକୁ ପାଠିକାପାଠକ ଆସିବା କମି ଯିବା ଦେଖ ସୁକୁମାରନ୍‌ ଏଭଳି ଅଭିଯାନ ଆରମ୍ଭ କରିଥିଲେ। ତାଙ୍କର ଏଭଳି ନିଷ୍ଠାପର ଉଦ୍ୟମ ଯୋଗୁ ଲୋକେ ତାଙ୍କୁ ‘ଓ୍ବାକିଂ ଲାଇବ୍ରେରିଆନ’ ବୋଲି ସମ୍ବୋଧନ କରନ୍ତି। ଲୋକ ଓ ପିଲାମାନେ ବହି ପଢ଼ିବା ଦ୍ୱାରା ସେମାନଙ୍କର ଲାଭ ହେବା ସହ ଲାଇବ୍ରେରି ମଧ୍ୟ ବଞ୍ଚି ରହିବ ଓ ଏହି ସଂସ୍କୃତିର ବିକାଶ ହୋଇପାରିବ ବୋଲି କହନ୍ତି ୬୧ ବର୍ଷୀୟ ସୁକୁମାରନ୍‌। ଏହି ଲାଇବ୍ରେରିରେ ପାଖାପାଖି ୨୦,୦୦୦ ବହି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri