ଏଇ ଭାରତରେ

ହିମାଳୟ ପାର୍ବତ୍ୟାଞ୍ଚଳରେ ଝରଣାଗୁଡ଼ିକର ପୁନରୁଦ୍ଧାର କରି ଲୋକମାନଙ୍କୁ ପାଣି ଯୋଗାଇ ଦେଉଛନ୍ତି ଭାରତୀୟ ବନସେବା ଅଧିକାରୀ(ଆଇଏଫ୍‌ଏସ୍‌) ଧରମ ସିଂ ମିନା। ତାଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ତେହେରି ଗଡଓ୍ବାଲର ବହୁ ଝରଣାର ପୁନରୁଦ୍ଧାର ହୋଇପାରିଛି ଓ ଏବେ ସେଥିରେ ୨୩ଟି ଗାଁର ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେଉଛନ୍ତି। ପୂର୍ବରୁ ଏହି ଝରଣାଗୁଡ଼ିକର ଜଳ ପ୍ରବାହ କ୍ଷୀଣ ହୋଇଯାଇଥିଲା। ଧରମ ସିଂ ଏହାର ପ୍ରବାହକୁ ସ୍ବାଭାବିକ କରିବା ଲାଗି ଏକ ଟିମ୍‌ ଗଠନ କରିଛନ୍ତି। ୨୦୧୪ରେ ତେହେରି ଗଡଓ୍ବାଲର ନରେନ୍ଦ୍ରନଗର ଫରେଷ୍ଟ ଡିଭିଜନରେ ସେ ଡିଭିଜନାଲ ଫରେଷ୍ଟ ଅଫିସର ଭାବେ ନିଯୁକ୍ତି ପାଇବା ପରେ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। ୭ ବର୍ଷ ମଧ୍ୟରେ ସେ ୬୬ଟି ଝରଣାର ଉତ୍ସକୁ ବାଧାମୁକ୍ତ କରି ସେଠାକାର ଲୋକମାନଙ୍କୁ କୃଷିମନସ୍କ କରିପାରିଛନ୍ତି। ହେଭେଲ ନଦୀର ୫୦ କି.ମି. ପ୍ରବାହ ମଧ୍ୟରେ ଏହି ଝରଣାଗୁଡ଼ିକ ରହିଛି। ଲୋକମାନଙ୍କର କୃଷି ଉପତ୍ାଦନ ବୃଦ୍ଧି ପାଇଛି। ପାଣି ଅଭାବ ଦୂର ହେବା ଦ୍ୱାରା ଗ୍ରାମବାସୀ ୧୦ ଲକ୍ଷ ଗଛ ଲଗାଇ ସାରିଲେଣି ଓ ୬୪୦ ହେକ୍ଟର ଜମି ଚାଷୋପଯୋଗୀ ହୋଇପାରିଛି। ପୁନରୁଦ୍ଧାର କାର୍ଯ୍ୟରେ ଧରମ ସିଂ ଅନେକ ଏନ୍‌ଜିଓ, ଆଇଆଇଟି ରୁର୍‌କ ଏବଂ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହାଇଡ୍ରୋଲୋଜିର ସହାୟତା ନେଇଛନ୍ତି ।