ଏଇ ଭାରତରେ

ସମୟ ଚକ୍ରରେ ବହୁ ବରିଷ୍ଠ ନାଗରିକ ପରିବାର ପାଇଁ ଅଲୋଡ଼ା ହୋଇଯାଆନ୍ତି। ଏମିତି କି ଦିନକୁ ଦୁଇବେଳା ଖାଇବା ଯୋଗାଡ଼ କରିବା ସେମାନଙ୍କୁ କଷ୍ଟକର ହୋଇଯାଏ। ହେଲେ ମୁମ୍ବାଇର ଡ. ଉଦୟ ମୋଦି ଏଭଳି ଅସହାୟ ବରିଷ୍ଠ ନାଗରିକମାନଙ୍କ ସାହାରା ପାଲଟିଛନ୍ତି। ଲକ୍‌ଡାଉନ୍‌ ସମୟରୁ ପାଖାପାଖି ୧୩ ମାସ ହେବ ସେମାନଙ୍କୁ ଖାଦ୍ୟ ଦେଉଛନ୍ତି। ୫୧ ବର୍ଷୀୟ ଡ. ମୋଦି ମୁମ୍ବାଇର ଭାୟାନ୍ଦରସ୍ଥିତ କ୍ଲିନିକ୍‌ରେ ରୋଗୀ ସେବା କରିବା ସହ ସେଥିରୁ ସମୟ ବାହାର କରି ୩୦୦ ଅସହାୟ ବରିଷ୍ଠ ନାଗରିକଙ୍କୁ ଦିନକୁ ଦୁଇବେଳା ଖାଦ୍ୟ ଯୋଗାଉଛନ୍ତି। ଏଥିପାଇଁ ତାଙ୍କୁ ଲୋକେ ‘ଟିିଫିନ ଡାକ୍ତର’ ବୋଲି ସମ୍ବୋଧନ କରୁଛନ୍ତି। ୧୩ ବର୍ଷ ପୂର୍ବେ ତାଙ୍କ ନିକଟକୁ ଚିକିତ୍ସା ପାଇଁ ଜଣେ ବୟସ୍କ ଲୋକ ଆସିଥିଲେ । ଘରେ ପୁଅମାନେ ଖାଇବାକୁ ଦେଉ ନ ଥିବାରୁ ସେ ଡାକ୍ତରଙ୍କୁ ଖାଦ୍ୟ ମାଗିଥିଲେ। ଏହି ଘଟଣା ଦେଖି ଡ. ମୋଦିଙ୍କ ମନୋଭାବ ପରିବର୍ତ୍ତନ ହୋଇଯାଇଥିତ୍ଲା ଓ ଏଭଳି ଅସହାୟଙ୍କୁ ଠାବ କରିବା ଲାଗି ପ୍ରଚାରପତ୍ର ବାଣ୍ଟିଥିଲେ। ଡ. ମୋଦିଙ୍କ ସ୍ତ୍ରୀ ପ୍ରଥମ ୧୫ ଦିନ ୧୧ ଜଣଙ୍କୁ ରୋଷେଇ କରି ଖାଇବାକୁ ଦେଇଥିଲେ। ଅସହାୟଙ୍କ ସଂଖ୍ୟା ବଢ଼ିବା ପରେ ସେ ଏକ ଟ୍ରଷ୍ଟ ଗଠନ କରି ଖାଦ୍ୟ ରୋଷେଇ ଓ ବଣ୍ଟନ ବ୍ୟବସ୍ଥା ନିଜ ଖର୍ଚ୍ଚରେ କରୁଛନ୍ତି। ଏଥିପାଇଁ କର୍ମଚାରୀ ନିଯୁକ୍ତ କରିଛନ୍ତି । ଦୁଇଟି ଟେମ୍ପୋ ଓ ୪ଟି ଭ୍ୟାନ୍‌ରେ କର୍ମଚାରୀମାନେ ଖାଦ୍ୟ ବାଣ୍ଟୁଛନ୍ତି। ଏ ବାବଦରେ ଡ. ମୋଦି ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri