ଏଇ ଭାରତରେ

ଲଲକ୍‌ଡାଉନରେ ହାଇଦ୍ରାବାଦର ଏଚ୍‌ଆର୍‌ ମ୍ୟାନେଜର ଦୋସାପତି ରାମୁଙ୍କ ଜୀବନର ମୋଡ଼ ବଦଳିଯାଇଛି। ସେ ଏକ ରାଇସ୍‌ ଏଟିଏମ୍‌ ଖୋଲି ଗରିବଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ରାମୁ ତାଙ୍କ ଏଲ୍‌ବି ନଗର ସ୍ଥିତ ଘର ନିକଟରେ ଏହି ରାଇସ୍‌ ଏଟିଏମ୍‌ ରଖିତ୍ଛନ୍ତି। ଲକ୍‌ଡାଉନ ସମୟରୁ ଏଯାବତ୍‌ ସେ ଏ ବାବଦରେ ନିଜ ପକେଟରୁ ୫୨ ଲକ୍ଷ ଟଙ୍କା ଖଚ୍ଚର୍ର୍ କରି ସାରିଲେଣି। ଏଥିପାଇଁ ସେ ତାଙ୍କ ପ୍ରୋଭିଡେଣ୍ଟ ଫଣ୍ଡ୍‌ରୁ ଟଙ୍କା ଉଠାଇବା ସହ ଏକ ଜମି ମଧ୍ୟ ବିକ୍ରି କରିଛନ୍ତି। ଲକ୍‌ଡାଉନ ସମୟରେ ଆରମ୍ଭ କରାଯାଇଥିବା ଉକ୍ତ ଏଟିଏମ୍‌ରୁ ଏବେ ବି ଗରିବମାନଙ୍କୁ ସେ ଖାଦ୍ୟ ଯୋଗାଉଛନ୍ତି। ତାଙ୍କ ଆୟର ୭୫% ଏଥିରେ ବ୍ୟୟ କରିବାକୁ ସଂକଳ୍ପ ନେଇଛନ୍ତି। ରାମୁଙ୍କ ସ୍ତ୍ରୀ ଜଣେ ଗଣିତ ଶିକ୍ଷକ। ଏବେ ସୁଦ୍ଧା ତାଙ୍କ ରାଇସ୍‌ ଏଟିଏମ୍‌ରୁ ୨୫,୦୦୦ ଲୋକ ଉପକୃତ ହୋଇ ସାରିଲେଣି। ଆଗକୁ ଏହାକୁ ଚଳାଇବା ତାଙ୍କ ପକ୍ଷେ ହୁଏତ କଷ୍ଟକର ହୋଇପାରେ, ତଥାପି ରୋଜଗାର ଥିବାଯାଏ ଭୋକିଲାମାନଙ୍କୁ ଖାଲି ପେଟରେ ଶୋଇବାକୁ ଦେବେ ନାହିଁ ବୋଲି କହନ୍ତି ରାମୁ।