ଏଇ ଭାରତରେ

ଅନ୍ୟର ଦୁଃଖ ବୁଝିଲେ ନିଜ ଦୁଃଖ କମିଯାଏ। ଅନ୍ୟର ସେବା କଲେ ଦୁର୍ବଳତା ଓ ପୀଡ଼ା ବିରୋଧରେ ଲଢ଼ିବାକୁ ଶକ୍ତି ମିଳେ। ଜୁନାଗଡ଼ର ଏମିତି ଦୁଇ ଭଉଣୀ ନିଜ ଯନ୍ତ୍ରଣାକୁ ଭୁଲି ୧୦ ବର୍ଷ ଧରି ମାନସିକ ସ୍ତରରେ ଦୁର୍ବଳ ଥିବା ଝିଅମାନଙ୍କ ସେବାରେ ଲାଗିଛନ୍ତି । ନିଲମ ବେନ୍‌ ଓ ରେଖା ବେନ୍‌ ପରମାର ‘ସାନ୍ତ୍ୱନ ବିକଳାଙ୍ଗ ବିକାଶ ମଣ୍ଡଳ’ ସଂସ୍ଥା ଜରିଆରେ ଏହି କାର୍ଯ୍ୟ କରୁଛନ୍ତି। ବଡ଼ କଥା ହେଉଛିି, ନିଲମ ପିଲାଦିନରୁ ୮୦% ଦିବ୍ୟାଙ୍ଗ। ଏହା ସତ୍ତ୍ୱେ ସେ ମାନସିକ ସ୍ତରରେ ଦୁର୍ବଳ ୪୦ ଝିଅଙ୍କ ସାହାରା ପାଲଟିଛନ୍ତି। ୨୦୦୯ରେ ରାଜସ୍ଥାନର ଏକ ହସ୍ପିପିଟାଲରେ ନିଲମ ଚିକିତ୍ସିତ ହେଉଥିବାବେଳେ ଦୁଇ ଭଉଣୀ ଏହି ସେବା କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପରେ ୨୦୧୨ରୁ ଦୁହେଁ ଘରଛାଡ଼ି ଏହି ପିଲାଙ୍କ ସହ ରହି ସେମାନଙ୍କ ସେବା କରିଆସୁଛନ୍ତି। ଲୋକଙ୍କ ଦାନରେ ପିଲାମାନଙ୍କର ପଢ଼ାଠାରୁ ଆରମ୍ଭ କରି ସବୁ ଖର୍ଚ୍ଚ ଏମାନେ ବହନ କରୁଛନ୍ତି ।
ତାଙ୍କ ପିତାଙ୍କର ଜୁନାଗଡ଼ରେ ଏକ ଗ୍ୟାରେଜ ଅଛି। ଦୁଇ ଭଉଣୀ ପ୍ରଥମେ ଜୁନାଗଡ଼ ସହରରେ ଦୌଲତପାରା ଅଞ୍ଚଳରେ ଘରଭଡ଼ା ନେଇ ସେଠାକାର ବସ୍ତିର ଦୁଇ ଦିବ୍ୟାଙ୍ଗ ଝିଅଙ୍କୁ ରଖିଥିଲେ। ନିଲମ ଘରେ ଟ୍ୟୁଶନ କରନ୍ତି ଓ ରେଖା ଜୁନାଗଡ଼ର ଏକ କମ୍ପାନୀରେ କାମ କରି ସେଥିରେ ସେମାନଙ୍କ ଖର୍ଚ୍ଚ ତୁଲାଉଥିଲେ। ପରେ ଜୁନାଗଡ଼ ନିକଟରେ ବଡାଲା ଗାଁରେ ଏକ ଘର ନେଇ ସେବା ଆରମ୍ଭ କରିବା ପରେ ମାନସିକ ସ୍ତରରେ ଦୁର୍ବଳ ଝିଅମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ଏଥିପାଇଁ ଲୋକମାନେ ତାଙ୍କୁ ସହଯୋଗ କରିବାରେ ଲାଗିଲେ। ଏବେ ସୁରଟର ହରିଭାଇ ଚାରିଟେବଲ ଟ୍ରଷ୍ଟ ସେମାନଙ୍କ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଗୋଟିଏ ଭବନ ନିର୍ମାଣ କରିଦେଇଛି। ବର୍ତ୍ତମାନ ତାଙ୍କ ସଂସ୍ଥାରେ ୧୫ ଜଣ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri