ଏଇ ଭାରତରେ

ମରୁଡ଼ିମୁକ୍ତ ଗାଁର ସ୍ବପ୍ନ ସାକାର କରୁଛନ୍ତି ରାହୁଲ ବକାରେ। ପୁଣେ ବାସିନ୍ଦା ରାହୁଲ ଏକ ନୂଆ ମେଶିନ ‘ବୋର୍‌ ଚାର୍ଜର’ ନିର୍ମାଣ କରିଛନ୍ତି ଓ ଏହା ଭୂତଳ ଜଳ ସ୍ତର ବୃଦ୍ଧି କରୁଛି। ଫଳରେ ବିଭିନ୍ନ ଅଞ୍ଚଳରେ ବୋର୍‌ଓ୍ବେଲରୁ ପର୍ଯ୍ୟାପ୍ତ ପାଣି ମିଳୁଛି। ମହାରାଷ୍ଟ୍ରର ପଶ୍ଚିମଘାଟ ପର୍ବତମାଳା ପାଦଦେଶର ବହୁ ଗାଁ ଏବେ ରାହୁଲଙ୍କ ପ୍ରୟାସ ଯୋଗୁ ପାଣି ପାଉଛନ୍ତି ଓ ଜଳ ପରିଚାଳନା ନୀତି ଗଠନ କରି ଜଳାଭାବ ଦୂର କରିବାକୁ ସକ୍ଷମ ହୋଇଛନ୍ତି। କେବଳ ମହାରାଷ୍ଟ୍ର ନୁହେଁ, ଦେଶର ବିଭିନ୍ନ ରାଜ୍ୟର ମରୁଡ଼ିପ୍ରବଣ ଅଞ୍ଚଳରେ ଉକ୍ତ ମେଶିନ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧି କରିବା ଦ୍ୱାରା ସେଠାରେ ପାନୀୟ ଜଳ ସମସ୍ୟା ଦୂର ହୋଇଛି। ସେ ଊର୍ଦ୍ଧ୍ୱମ୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଟେକ୍ନୋଲୋଜି କମ୍ପାନୀ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ୫୦ ବର୍ଷୀୟ ରାହୁଲ ଆମେରିକାରେ ଶିକ୍ଷା ଲାଭ କରି ସଫ୍ଟଓ୍ବେର ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ପରେ ଭାରତ ଫେରିଆସି ଏହି କାର୍ଯ୍ୟରେ ଲାଗିଛନ୍ତି। ବୋର୍‌ ଚାର୍ଜର ଟେକ୍ନୋଲୋଜି ଭୂପୃଷ୍ଠରୁ ମଧୁର ଜଳକୁ ୬୦୦ ଫୁଟ ଗଭୀରକୁ ପ୍ରବେଶ କରାଇ ଭୂତଳ ଜଳକୁ ୨୦୦ରୁ ୫୦ ଫୁଟ୍‌ ମଧ୍ୟରେ ରଖିପାରୁଛି। ଭାରତର ୮ଟି ରାଜ୍ୟ ଓ ପଶ୍ଚିମ ଆଫ୍ରିକାରେ ୧୫,୦୦୦ରୁ ଅଧିକ ବୋର୍‌ ଚାର୍ଜର ଲଗାଇ ସେ ୧୬୫ କୋଟି ଲିଟର ଜଳ ରିଚାର୍ଜ କରି ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri