ଏଇ ଭାରତରେ

ଅନେକ ସମୟରେ କିଛି ଘଟଣା ଜଣଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣେ, ଯାହା ଘଟିଛି ଡ.ସୁନୀଲ କୁମାରଙ୍କ କ୍ଷେତ୍ରରେ। କ୍ୟାନ୍‌ସରରେ ତାଙ୍କ ମା’ଙ୍କ ମୃତ୍ୟୁ ହେବା ପରେ ସେ ଅସହାୟ କ୍ୟାନ୍‌ସର ରୋଗୀଙ୍କୁ ମାଗଣାରେ ଚିକିତ୍ସା କରୁଛନ୍ତି। ଏବେ ସୁଦ୍ଧା ସେ ୧୦୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରି ସାରିଲେଣି। ୨୦୧୩ରେ ବିହାରରେ ଚନ୍ଦ୍ରକାନ୍ତି ଦେବୀ କ୍ୟାନ୍‌ସର ଫାଉଣ୍ଡେଶନ ପ୍ରତିଷ୍ଠା କରି ସେଠାରେ ଅସହାୟ ରୋଗୀମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଉଛନ୍ତି। ଡ.ସୁନୀଲ ଦିଲ୍ଲୀ ଏମ୍ସରେ ଚାକିରି କରିଛନ୍ତି। ତାଙ୍କ ବୟସ ଏବେ ୪୪। କ୍ୟାନ୍‌ସର ଡାଇଗ୍ନୋସିସ୍‌ କରିବା ପାଇଁ ପ୍ରତି ମାସର ପ୍ରଥମ ଶନିବାର ସେ ଦିଲ୍ଲୀରୁ ବିହାରର ଡେହେରିକୁ ଆସୁଛନ୍ତି । ଏହି କାର୍ଯ୍ୟରେ ସଂସ୍ଥାର ସ୍ବେଚ୍ଛାସେବୀ ଓ ଡାକ୍ତରମାନେ ସହଯୋଗ କରୁଛନ୍ତି। ଚିକିତ୍ସା ଖର୍ଚ୍ଚ ତୁଲାଇବା କଷ୍ଟକର ହେଉଥିତ୍ଲେ ମଧ୍ୟ ସେ ବିଭିନ୍ନ ଉତ୍ସରୁ ମିଳୁଥିବା ଆର୍ଥିକ ଅନୁଦାନରେ ଏହାକୁ ଆଗକୁ ବଢ଼ାଉଛନ୍ତି। ତାଙ୍କ ସଂସ୍ଥା ମଧ୍ୟ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି କ୍ୟାନ୍‌ସର ଉପରେ ଲୋକମାନଙ୍କୁ ସଚେତନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri