ଏଇ ଭାରତରେ

ଦୁଃଖରେ ପଡ଼ିଲେ ମଣିଷ ଅନ୍ୟଠାରୁ ସହଯୋଗ ମାଗେ କିନ୍ତୁ ଅସହାୟ ପ୍ରାଣୀ ତାହା କରିପାରନ୍ତି ନାହିଁ। ସେମାନଙ୍କ ପାଖରେ କେହି ଜଣେ ପହଞ୍ଚି ସେମାନଙ୍କ ଦୁଃଖ ଓ ଯନ୍ତ୍ରଣା ଦୂର କରିଥାଏ, ଯାହା କରୁଛନ୍ତି ନମ୍ରତା ହଖୁ ଓ ତାଙ୍କ ପରିବାର। ଜମ୍ମୁର ଏହି ପରିବାର ରୋଗଗ୍ରସ୍ତ ଓ ଆହତ ପ୍ରାଣୀଙ୍କୁ ଉଦ୍ଧାର କରି ସେମାନଙ୍କ ସେବା କରୁଛନ୍ତି। ୨୮ ବର୍ଷ ହେବ ସେମାନେ ଏହା କରି ଆସୁଛନ୍ତି। କଶ୍ମୀର ଛାଡ଼ି ହଖୁ ପରିବାର ଜମ୍ମୁୁରେ ରହିବା ପରେ ତାଙ୍କ ଘରକୁ ପ୍ରାଣୀଙ୍କ ଆଶ୍ରୟସ୍ଥଳ କରିଦେଇଛନ୍ତି। ୧୯୯୩ରୁ ୨୦୧୮ ଯାଏ ପ୍ରାଣୀଙ୍କର ଚିକିତ୍ସା ଓ ଖାଦ୍ୟ ବାବଦ ସବୁ ଖର୍ଚ୍ଚ ବହନ କରିବା ପରେ ଏକ ଟ୍ରଷ୍ଟ ଗଠନ କରି ଅନ୍ୟମାନଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ୪୦ ବର୍ଷୀୟା ନମ୍ରତା ହଖୁ ତାଙ୍କ ମାତା ଓ ପିତାଙ୍କ ଏହି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ନମ୍ରତା ଏକ କମ୍ପ୍ୟୁଟର ସେଣ୍ଟରରେ କାର୍ଯ୍ୟ କରୁଥିଲେ, ହେଲେ ପ୍ରାଣୀଙ୍କ ଯନତ୍ ପାଇଁ ସେ ତାହାକୁ ଛାଡ଼ି ଦେଇଛନ୍ତି। ପ୍ରାଣୀଙ୍କ ସେବା କରିବା ସକାଶେ ସେ ବିବାହ କରିନାହାନ୍ତି। ଜମ୍ମୁ ଆସିବା ପରେ ନମ୍ରତାଙ୍କ ମାତାପିତା ପ୍ରଥମେ ରାସ୍ତାରୁ ଆହତ କୁକୁରଙ୍କୁ ଉଦ୍ଧାର କରିବା ଆରମ୍ଭ କରିଦେଇଥିଲେ। ଏବେ ତାଙ୍କ ପାଖରେ ୩୪୦ଟି କୁକୁର, ମୃଗ, ବିଲେଇ, ଚିଲ, ମାଙ୍କଡ଼ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୫୦ କୁକୁର ଆଦୌ ଚାଲିପାରୁନାହାନ୍ତି। ହଖୁ ପରିବାର ପ୍ରତି ମାସରେ ମାଇଗ୍ରେଣ୍ଟ ରିଲିଫ୍‌ ଫଣ୍ଡ୍‌ରୁ ପାଖାପାଖି ୧୦,୦୦୦ ଟଙ୍କା ପାଉଛନ୍ତି। ତେବେ ପ୍ରାଣୀଙ୍କ ପାଇଁ ଅର୍ଥାଭାବ ପଡ଼ୁଛି। ଫଳରେ ନମ୍ରତା ତାଙ୍କ ମାଆ ଗହଣା ବିକ୍ରି କରିଦେଇଛନ୍ତି। ଏହାସହ ଲକ୍ଷାଧିକ ଟଙ୍କା ଋଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri