ଏଇ ଭାରତରେ

କର୍ପୋରେଟ୍‌ ଚାକିରିର ଉଚ୍ଚ ଦରମାଠାରୁ ଅସହାୟ ପିଲାମାନଙ୍କ ଶିକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି କୁଶଲ ରାଜ ଚକ୍ରବର୍ତ୍ତୀ। ବେଙ୍ଗାଲୁରୁର ଏହି ବ୍ୟକ୍ତି ଜଣକ ୧୨୦୦ ଗରିବ ପିଲାଙ୍କ ସାହାରା ପାଲଟିଛନ୍ତି। ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଚାକିରି ଛାଡ଼ିଦେଇଛନ୍ତି। ‘ଲୋଟସ ପେଟାଲ’ ଏନ୍‌ଜିଓ ଗଠନ କରି ତା’ ମାଧ୍ୟମରେ ବେଙ୍ଗାଲୁରୁ ଓ ଆଖପାଖ ଅଞ୍ଚଳର ଗରିବ ପିଲାଙ୍କ ଶିକ୍ଷା ଲାଗି ସାହାଯ୍ୟ କରୁଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ସହ ଜବ୍‌ ଟ୍ରେନିଂ ଓ ମେଣ୍ଟାଲ ହେଲ୍‌ଥ ଲାଗି ମଧ୍ୟ କାର୍ଯ୍ୟକ୍ରମ ଚଳାଉଛନ୍ତି। ଏଥିପାଇଁ ସେ ନିଜ ଆୟ ତଥା ସାଙ୍ଗସାଥୀଙ୍କ ଦାନରେ ମିଳୁଥିବା ଅର୍ଥକୁ ଖର୍ଚ୍ଚ କରୁଛନ୍ତି। ୨୦୧୧ରେ ‘ଲୋଟସ୍‌ ପେଟାଲ’ ଗଠନ କରି ସେ ବିଭିନ୍ନ ବସ୍ତି ଓ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ପାଇଁ ବହିଖାତା, ପେନ୍‌ସିଲ, ପୋଷାକ ଆଦି ଯୋଗାଉଛନ୍ତି। ସେ ଅସହାୟ ପିଲାମାନଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାକୁ ‘ପ୍ରତିଷ୍ଠାନ’ ଗଠନ କରିଛନ୍ତି, ଯେଉଁଥିରେ ଏବେ ଅନେକ ପିଲା ପଢ଼ୁଛନ୍ତି। ଏଥିପାଇଁ ଶିକ୍ଷକ ନିଯୁକ୍ତି ଠାରୁ ଆରମ୍ଭ କରି ପିଲାଙ୍କ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ତେବେ କୁଶଲଙ୍କ ସାଥିରେ ସାଲୋନି ଭରଦ୍ୱାଜ ଯୋଗଦେଇ ଏହି କାର୍ଯ୍ୟକୁ ଆଗକୁ ବଢ଼ାଉଛନ୍ତି। କୁଶଲଙ୍କୁ ତାଙ୍କର ଜଣେ ସାଙ୍ଗ ୧ ଏକର ଜମି ଦାନ କରିବା ପରେ ସେଠାରେ ସେ ସ୍କୁଲ ନିର୍ମାଣ କରୁଛନ୍ତି। ଏଥିରେ ଏକ ମିଲିୟନ ଇଟା ଲାଗିବ ଓ ଏହାକୁ ସେ ‘ମିଲିୟନ ବ୍ରିକ୍ସ’ ପ୍ରୋଜେକ୍ଟ ନାମ ଦେଇ ସମସ୍ତଙ୍କଠାରୁ ଦାନ ଆକାରରେ ଅର୍ଥ ସଂଗ୍ରହ କରୁଛନ୍ତି। ତେବେ କୁଶଲଙ୍କ ଏହି ଅଭିଯାନ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri