ଏଇ ଭାରତରେ

ତାମିଲନାଡୁର ଦିବ୍ୟାଙ୍ଗ ମହିଳା ଡି. ଇନ୍ଦ୍ରା। ଜୀବନର ପ୍ରତିକୂଳ ସ୍ଥିତିକୁ ସାମନା କରି ଦିବ୍ୟାଙ୍ଗ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯେଉଁ ନିଷ୍ଠାପର ପ୍ରୟାସ ଜାରି ରଖିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। ଇନ୍ଦ୍ରା ହ୍ବିଲଚେୟାରରେ ଯିବାଆସିବା କରନ୍ତି। ରହନ୍ତି କାଞ୍ଚତ୍ପୁରମ ଜିଲା ସରୁନାଲୁର ଗାଁରେ। ସେଠାରେ ‘ପ୍ରେମ୍‌ଇଲମ’ ନାମକ ଆଶ୍ରୟସ୍ଥଳି ପ୍ରତିଷ୍ଠା କରି ୩୦୦ ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କ ସାହାରା ପାଲଟିଛନ୍ତି। ସେଠାରେ ପିଲାଙ୍କର ଖାଇବା, ଚିକିତ୍ସା ଓ ଶିକ୍ଷା ଲାଗି ଆବଶ୍ୟକ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ବଡ଼ କଥା ହେଉଛି ପିଲାମାନେ କିଭଳି ପୁଷ୍ଟିକର ଖାଦ୍ୟ ଖାଇବେ ସେଥିପାଇଁ ସେ ଜୈବିକ ଚାଷ କରୁଛନ୍ତି। ଆଶ୍ରୟସ୍ଥଳୀର କର୍ମଚାରୀଙ୍କ ସହାୟତାରେ ଧାନ, ଫଳ ଓ ପନିପରିବା ଚାଷ କରି ପିଲାମାନଙ୍କୁ ଖାଇବାକୁ ଦେଉଛନ୍ତି। ଇନ୍ଦ୍ରା ସ୍ନାତ୍ତୋକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସ୍ବାବଲମ୍ବୀ ହେବାକୁ ପ୍ରଥମେ ସେ ଚାକିରି କରିଥିଲେ। ହେଲେ ଦିବ୍ୟାଙ୍ଗ ପିଲାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଚାକିରି ଛାଡ଼ି ‘ପ୍ରେମ ଇଲମ’ ପ୍ରତିଷ୍ଠା କରିଥିଲେ। ବ୍ୟକ୍ତିଗତ ଉଦ୍ୟମରେ ପାଣ୍ଠି ଯୋଗାଡ଼ କରି ଏହି ଆଶ୍ରୟସ୍ଥଳୀ ପରିଚାଳନା କରୁଛନ୍ତି। ସେ ଉତ୍ପାଦିତ ଖାଦ୍ୟଶସ୍ୟରେ ନିୟମିତ ଆଶ୍ରମର ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ପ୍ରସ୍ତୁତ କରି ନିକଟସ୍ଥ ଅସହାୟ ଲୋକଙ୍କୁ ଦେଉଛନ୍ତି। ୯୦ ପ୍ରତିଶତ ଦିବ୍ୟାଙ୍ଗ ଇନ୍ଦ୍ରାଙ୍କ ବୟସ ୩୬। ଜନ୍ମର ୫ ମାସ ବେଳକୁ ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ। ହେଲେ ସବୁପ୍ରକାର ଆହ୍ବାନକୁ ସମ୍ମୁଖୀନ ହୋଇ ସଫଳତା ପାଇବାରେ ଜଣଙ୍କୁ ସାହାଯ୍ୟ କର ବୋଲି କହନ୍ତି ଇନ୍ଦ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri