ଏଇ ଭାରତରେ

ବାଉଁଶ ଉତ୍ପାଦ ମାଧ୍ୟମରେ କୃଷି ସମସ୍ୟା ସମାଧାନ କରିବା ସହ ୨୦୦ ହସ୍ତଶିଳ୍ପୀଙ୍କୁ ରୋଜଗାର ଦେଇ ଉଦାହରଣ ସୃଷ୍ଟି କରିଛନ୍ତି କେରଳର ଏକ ଦମ୍ପତି। ଶିବରଞ୍ଜନ ଟି ଓ ଶ୍ରୀଲତାଙ୍କ ଉଦ୍ୟମରେ ଏବେ ଓ୍ବାଏନାଡ ଜିଲାର ଥ୍ରିକାଇପେଟା ବାଉଁଶ ହସ୍ତକଳାର ଗାଁ ଭାବେ ଖ୍ୟାତି ଲାଭ କରିପାରିଛି। ଉକ୍ତ ଦମ୍ପତି ଉରାଭୁ ଇଣ୍ଡିଜେନସ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ଷ୍ଟଡି ସେଣ୍ଟର ପ୍ରତିଷ୍ଠା କରି ବାଉଁଶ ଉତ୍ପାଦ ଓ ହସ୍ତକଳାକୁ ଆଗକୁ ନେବାରେ ସକ୍ଷମ ହୋଇଛନ୍ତି। ଏମାନେ ବାଉଁଶରେ ଅଳଙ୍କାର, କଲମ,ଫୁଲକୁଣ୍ଡ ତିଆରି କରୁଛନ୍ତି। ଏହା ସହ ଏମାନଙ୍କ ଦ୍ୱାରା ପ୍ରସ୍ତୁତ କ୍ଲଥ୍‌ ହ୍ୟାଙ୍ଗର, ଲ୍ୟାମ୍ପଶେଡ୍‌, ଷ୍ଟୋରେଜ କଣ୍ଟେନର, ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟ, ବଟଲ ଓ ଫେସ୍‌ମାକ୍ସ ଆଦିର ବଜାର ଚାହିଦା ଢେର ବେଶିି । ବାଉଁଶ ଉତ୍ପାଦ ପାଇଁ ଥ୍ରିକାଇପେଟା ଏବେ ପର୍ଯ୍ୟଟନ କେନ୍ଦ୍ର ପାଲଟିଛି। ଏହି ଗାଁରେ ସମସ୍ତେ କୃଷିଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ବାଉଁଶ ଉପତ୍ାଦ ବ୍ୟବହାର କରୁଛନ୍ତି। ଗାଁରେ ବାଉଁଶରେ ଘର ମଧ୍ୟ କରାଯାଇଛି। ପର୍ଯ୍ୟଟକମାନଙ୍କ ଲାଗି ଏହି ଘରେ ରହିବାର ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ପର୍ଯ୍ୟଟକମାନେ ଏଠାରେ ରହି ବାଉଁଶରୁ ବିଭିନ୍ନ ଉତ୍ପାଦ ସମ୍ପର୍କରେ ପ୍ରଶିକ୍ଷଣ ନେଉଛନ୍ତି। ଶିବରଞ୍ଜନ ଓ ଶ୍ରୀଲତା ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଦାନରେ ଏହି ଅଭିିଯାନ ଚଳାଇଛନ୍ତି। ଦମ୍ପତିଙ୍କ ସଂସ୍ଥାରେ କାର୍ଯ୍ୟ କରୁଥିତ୍ବା ୨୦୦ ହସ୍ତଶିଳ୍ପୀଙ୍କ ମଧ୍ୟରେ ୯୦ ପ୍ରତିଶତ ମହିଳା ରହିଛନ୍ତି। ୧୭ଟି ସ୍ବୟଂ ସହାୟିକା ଗୋଷ୍ଠୀର ଏହି ମହିଳାମାନେ ବାଉଁଶ ଉତ୍ପାଦରୁ ଅଧିକ ଲାଭ ପାଉଛନ୍ତି। କେବଳ ଏତିକି ନୁହେଁ ଏମାନେ ପଞ୍ଚାୟତ, ଗ୍ରାମବାସୀ ଏବଂ ସ୍ବେଚ୍ଛାସେବୀଙ୍କ ସହଯୋଗରେ ବାଉଁଶ ଜଙ୍ଗଲ ସୃଷ୍ଟି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri