ଏଇ ଭାରତରେ

ଔପଚାରିକ ଶିକ୍ଷାରୁ ବଞ୍ଚିତ ତଥା ଅଧାରୁ ପାଠ ଛାଡ଼ିଦେଉଥିବା ଏଭଳି ବସ୍ତି ପିଲାଙ୍କୁ ଶିକ୍ଷାର ଧାରାରେ ସାମିଲ କରୁଛନ୍ତି ରାଜସ୍ଥାନର ଭୁନେଶ ଶର୍ମା। ଜୟପୁର ନିବାସୀ ଭୁନେଶ ‘ସ୍ମାଇଲ ଫର୍‌ ଅଲ୍‌ ସୋସାଇଟି ’ ଏନ୍‌ଜିଓ ଗଠନ କରି ମାଗଣାରେ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ୨୦୧୫ରେ ଏଭଳି କେତେଜଣ ପିଲାଙ୍କୁ ଜୟପୁରର ଏକ ଟ୍ରାଫିକ୍‌ ସିଗ୍‌ନାଲରେ ଦେଖିବାକୁ ପାଇଥିଲେ। ଅନ୍ୟ ପିଲାଙ୍କ ଭଳି ଏମାନେ ଭିକ୍ଷା ନ କରି ପଢ଼ିବା ଲାଗି ସାହାଯ୍ୟ କରିବାକୁ କହିଥିଲେ। ସେମାନଙ୍କୁ ଭୁନେଶ ନିକଟସ୍ଥ ଦୋକାନରୁ ପେନ୍‌ସିଲ ଓ ଅନ୍ୟ ପାଠ୍ୟ ଉପକରଣ କିଣି ଦେଇଥିଲେ ଓ ବସ୍ତିରେ ସେମାନଙ୍କ ମାତାପିତାଙ୍କୁ ମଧ୍ୟ ଭେଟିଥିଲେ। ଏହି ଘଟଣା ପରେ ସେ ଏଭଳି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ସମୟରେ ସେ ଏକ ଷ୍ଟାର୍ଟଅପ୍‌ରେ କାମ କରୁଥିଲେ ଓ ସେହି ପିଲାମାନଙ୍କୁ ଦିନକୁ ଘଣ୍ଟାଏ ପଢ଼ାଇବା ଆରମ୍ଭ କରିଥିଲେ। ୨୦୧୭ ସୁଦ୍ଧା ପିଲାଙ୍କ ସଂଖ୍ୟା ୪୦ରେ ପହଞ୍ଚିଲା। ବିଭିନ୍ନ ଘରୋଇ ସ୍କୁଲରେ ଏମାନଙ୍କ ନାମ ଲେଖାଇବା ସହ ସେମାନଙ୍କ ଟ୍ୟୁଶନ ଫି ଦେବା ଲାଗି ୧.୫ ଲକ୍ଷ ଟଙ୍କା ଋଣ କରିଥିଲେ। ପିଲା ସଂଖ୍ୟା ବଢ଼ିବା ଯୋଗୁ ଭୁନେଶଙ୍କ ସ୍ତ୍ରୀ ନେହା ତାଙ୍କ ସହ ଯୋଗଦେଲେ । ପିଲା ସଂଖ୍ୟା ୧୨୫ ଟପିବା ପରେ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲେ। ପରେ ୨୦୧୯ରେ ‘ସ୍ମାଇଲ ଫର ଅଲ ସୋସାଇଟି’ ଗଠନ କରି ନେଟ୍‌ଫ୍ଲିକ୍ସ ଓ ହଟ୍‌ଷ୍ଟାର ଭଳି ନିଆରା ସବ୍‌ସ୍କ୍ରିପ୍‌ସନ ମଡେଲରେ ଡୋନରଙ୍କଠାରୁ ସ୍ପନସର୍‌ଙ୍କୁ ଆକର୍ଷିତ କରୁଛନ୍ତି। ଏଥିରେ ୪,୦୦୦ ସ୍ବେଚ୍ଛାସେବୀ ଯୋଡ଼ି ହୋଇ କୋଲକାତା, ଜୟପୁର, ମୁମ୍ବାଇ ଏବଂ ନଏଡା ସମେତ ଦେଶର ୧୦୦ଟି ବସ୍ତିର ପିଲାମାନଙ୍କୁ ପଢ଼ାଇବା ଲାଗି ସମୟ ଦେଉଛନ୍ତି। ଏହି ଏନ୍‌ଜିଓରେ ୫୧୨ ସବ୍‌ସ୍କ୍ରାଇବର ରହିଛନ୍ତି ଓ ସେମାନେ ୨୫୦ ସହରର ୧,୦୦୦ ପିଲାଙ୍କ ପାଇଁ ଶିକ୍ଷା ସ୍ପନ୍‌ସର କରୁଛନ୍ତି। ବିଭିନ୍ନ ରାଜ୍ୟରେ ଏବେ ୩୫ଟି ସ୍କୁଲ୍‌ ଚାଲିଛି। ଶିକ୍ଷା ପାଇଁ ପିିଲାଙ୍କ ଆବଶ୍ୟକ ଡକ୍ୟୁମେଣ୍ଟସ୍‌ଠାରୁ ଆରମ୍ଭ କରି ସମସ୍ତ ପାଠ୍ୟ ଉପକରଣ ଯୋଗାଉଛନ୍ତି ଭୁନେଶ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri