ଏଇ ଭାରତରେ

ସାରା ଦେଶରେ ଦାରିଦ୍ର୍ୟର ଛବି ଗାଁଗୁଡ଼ିକରେ ଦେଖିବାକୁ ମିଳୁଥିବାବେଳେ ତା’ ଭିତରେ ବି ଏକ ଭଲ ଖବର ସାମ୍ନାକୁ ଆସିଛି। ଅହମ୍ମଦ ନଗର ଜିଲା ହିଓ୍ବାର ବଜାର ଏବେ ଭାରତର ଏକ ଆଦର୍ଶ ଗାଁ ହୋଇପାରିଛି। ଏହା ସମ୍ଭବ ହୋଇଛି ସେହି ଗାଁର ପୋପାଟ୍ରାଓ ବାଗୁଜି ପାଓ୍ବାରଙ୍କ ଉଦ୍ୟମରେ। ୧୯୯୦ରେ ସେ ହିଓ୍ବାର ବଜାରକୁ ଫେରି ସରପଞ୍ଚ ହେବା ପରେ ଏହାର ପରିବର୍ତ୍ତନ ଆସିଛି। ଏକଦା ମରୁଡିକୁ ଯୁଝୁଥିବା ଉକ୍ତ ଗାଁରେ ପାଓ୍ବାର ଶ୍ରମଦାନ ଭଳି ଏକ କାର୍ଯ୍ୟ ସଂସ୍କୃତି ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି। ଗଛକଟା ବନ୍ଦ କରି ଜଙ୍ଗଲ ସୃଷ୍ଟି କରୁଛନ୍ତି। ଗୋଟିଏ ପରିବାର ଗୋଟିଏ ପିଲା ନୀତିରେ ଜନ୍ମହାର ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛନ୍ତି। ଜଳାଶୟ ବିକାଶ ଯୋଜନା ଆରମ୍ଭ କରି ଜଳ ସଂରକ୍ଷଣ କରିବା ସହ ଅଧିକ ଜଳ ଆବଶ୍ୟକ କରୁଥିବା ଫସଲ ବନ୍ଦ କରାଯାଇଛି। ଏହି ଗାଁରେ ବାର୍ଷିକ ଜଳ ସମୀକ୍ଷା କରାଯିବା ସହ ଉପଲବ୍ଧ ସମୁଦାୟ ଜଳ ପରିମାଣ ଆକଳନ କରାଯାଉଛି। ଗାଁର ପ୍ରତ୍ୟେକ ପରିବାରର ଆୟ ଦୁଇଗୁଣ ହୋଇପାରିଛି ଓ ଏହା ଦେଶର ଅନ୍ୟ ଗ୍ରାମୀଣ ଲୋକମାନଙ୍କ ତୁଳନାରେ ସବୁଠୁ ବେଶି। ଦେଶରେ ପ୍ରତ୍ୟେକ ଗାଁର ମୋଟ ଘରୋଇ ଉପତ୍ାଦ ତୁଳନାରେ ଏହି ଗାଁର ଉତ୍ପାଦନ ସବୁଠୁ ଅଧିକ। ଓମେନ ଥ୍ରିପ୍ଟ ଗ୍ରପ୍‌, ମିଲ୍କ୍‌ ଡାଇରି ସୋସାଇଟି, ୟୁଥ କ୍ଲବ ଖୋଲାଯାଇଛି। ସାଧାରଣ ଦାହ ସୁବିଧା ରହିଥିବାବେଳେ ଆହୁରି ଅନେକ ସହଯୋଗଭିତ୍ତିକ କାର୍ଯ୍ୟ ଚାଲୁ ରହିଛି। ଏବେ ଗାଁରେ ଉପତ୍ାଦିତ ସାମଗ୍ରୀକୁ ‘ହିଓ୍ବାରେ ବଜାର’ ବ୍ରାଣ୍ଡ୍‌ରେ ବିକ୍ରି କରାଯିବାର ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri