ଏଇ ଭାରତରେ

କୃଷିଋଣ ଯନ୍ତାରୁ ମୁକୁଳି ୧୦୦ ଜଣ କୃଷକଙ୍କୁ ଜୈବିକ କୃଷି ପ୍ରତି ଆକୃଷ୍ଟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମାରୁତି ନାଇଡୁ। ମାରୁତିଙ୍କ ଘର ଆନ୍ଧ୍ରପ୍ରଦେଶର ଓବୁଲୟାପଲ୍ଲୀରେ। ନାଇଡୁଙ୍କ ପରିବାର ବହୁ ବର୍ଷ ଧରି ପାରମ୍ପରିକ ପଦ୍ଧତିରେ ଚାଷ କରୁଥିତ୍ତ୍ଲେ। ତେବେ ସେ ପ୍ରଥମେ ଏଥିତ୍ରେ ପରିବର୍ତ୍ତନ ଆଣି ଜୈବିକ କୃଷି ଆରମ୍ଭ କରିଥିତ୍ଲେ। ଏଥିରେ ତାଙ୍କ ଉପତ୍ାଦନ ବଢାଇ ଧୀରେ ଧୀରେ ଋଣ ପରିଶୋଧ କରିବାରେ ସକ୍ଷମ ହୋଇଛନ୍ତି। ନାଇଡୁ କଳାରେ ଡିଗ୍ରୀ ହାସଲ କରିଛନ୍ତି। ଶିକ୍ଷକ ଚାକିରି ପାଇଁ ଚେଷ୍ଟା କରି ବିଫଳ ହେବା ପରେ ୨୦୧୨ରେ ସେ ଜିରୋ ବଜେଟ ନ୍ୟାଚୁରାଲ ଫାର୍ମିଂ ଆରମ୍ଭ କରିଥିଲେ। ୧୦୦ ଜଣ କୃଷକଙ୍କୁ ନେଇ ଗୋଷ୍ଠୀଗତ ଚାଷ ମଧ୍ୟ କରୁଛନ୍ତି। ଏଥିପାଇଁ କୃଷକମାନଙ୍କ ଆର୍ଥିକ ସାହାଯ୍ୟ କରୁଛନ୍ତି। ଜୈବ କୃଷି ଉପତ୍ାଦନକୁ ଆନ୍ଧ୍ର ମାର୍କେରେ ବିକ୍ରି କରିବାର ବ୍ୟବସ୍ଥା କରିବା ସହ ବେଙ୍ଗାଲୁରୁ ମଧ୍ୟ ପଠାଉଛନ୍ତି। ନିଜ ଚାଷର ଉପତ୍ାଦନ ସହ ଅନ୍ୟ ଚାଷୀମାନଙ୍କଠାରୁ ଉପତ୍ାଦ ସଂଗ୍ରହ କରି ବଜାରକୁ ପଠାଉଛନ୍ତି। ଏବାବଦରେ ସେ ବର୍ଷକୁୁ ୧୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅନ୍ୟ କୃଷକଙ୍କ ଆୟ ମଧ୍ୟ ବଢ଼ାଇପାରିଛନ୍ତି। ଏବେ ପ୍ରତିମାସରେ ତାଙ୍କ ଚାଷ ପଦ୍ଧତି ଶିକ୍ଷା ନେବା ଲାଗି ପାଖାପାଖି ୩୦ ଜଣ କୃଷକ ଅନୁରୋଧ କରୁଛନ୍ତି। ପ୍ରତିବର୍ଷ ସେ ପ୍ରାୟ ୨୦୦ କୃଷକଙ୍କୁ ଜୈବିକ କୃଷି ପଦ୍ଧତିରେ ସାମିଲ କରୁଛନ୍ତି।