୨୩ ବର୍ଷ ଧରି ରାସ୍ତାକଡ଼ରେ ବିିପଜ୍ଜନକ ସ୍ଥିତିରେ ଥିବା ମହିଳାମାନଙ୍କୁ ଉଦ୍ଧାର କରି ସେବାର ଯଥାର୍ଥତା ପ୍ରତିପାଦନ କରିଛନ୍ତି ଏକ ଯୁବ ଡାକ୍ତର ଦମ୍ପତି। ଡା. ରାଜେନ୍ଦ୍ର ଏବଂ ଡା. ସୁଚେତା ଧମାନି ଏଯାବତ୍ ୫୦୦ରୁ ଊର୍ଦ୍ଧ୍ୱ ଅସହାୟା ମହିଳାଙ୍କୁ ରାସ୍ତାକଡ଼ରୁ ଉଦ୍ଧାର କରି ସାରିଲେଣି। ମାନସିକ ବିକାରଗ୍ରସ୍ତ ମହିଳାମାନଙ୍କୁ ସେମାନଙ୍କ ପରିବାର ରାସ୍ତାରେ ଛାଡ଼ି ଦେବା ପରେ ଏହି ଦମ୍ପତି ସେମାନଙ୍କୁ ଉଦ୍ଧାର କରୁଛନ୍ତି ଓ ଯନତ୍ ନେଉଛନ୍ତି। ଡାକ୍ତର ଦମ୍ପତି ଅହମଦାବାଦରେ ‘ମୌଳି ସେବା ପ୍ରତିଷ୍ଠାନ’ ଗଢ଼ି ତା’ ମାଧ୍ୟମରେ ଏହି ଅଭିଯାନ ଚଳାଇଛନ୍ତି। ଡା. ରାଜେନ୍ଦ୍ର ଏବଂ ସୁଚେତା ୧୯୯୮ରେ ଅହମଦାବାଦର କେ.ଏମ୍. ମେଡିକାଲ କଲେଜରୁ ଡିଗ୍ରୀ ହାସଲ କରିବା ପରେ ନିୟମିତ ରୋଗୀ ଚିକିତ୍ସା କରିବା ସହ ମାଗଣାରେ ମେଡିକାଲ କ୍ୟାମ୍ପ୍ ଆୟୋଜନ କରୁଥିଲେ। ସେମାନେ ମଧ୍ୟ ଗୃହହୀନ ଏବଂ ଅସହାୟ ଲୋକମାନଙ୍କୁ ଖାଦ୍ୟ ଦେବା ଆରମ୍ଭ କରିଥିତ୍ଲେ। ଏହି ସମୟରେ ରାସ୍ତାକଡ଼ରେ ବିପଜ୍ଜନକ ଅବସ୍ଥାରେ ଏବଂ ଭୋକରେ ଦିନ କାଟୁଥିବା ମହିଳାମାନଙ୍କ ଅବସ୍ଥା ଦେଖି ଡାକ୍ତର ଦମ୍ପତି ମୌଳି ସେବା ପ୍ରତିଷ୍ଠାନ ଗଢ଼ିଥିଲେ। ପ୍ରଥମେ ସେମାନେ ୯୦ ଜଣ ଗୃହହୀନଙ୍କୁ ଖାଦ୍ୟ ଦେଉଥିଲେ। ପରେ ଗୃହହୀନ ଓ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ୨୩ ବର୍ଷ ମଧ୍ୟରେ ସେମାନେ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଉଦ୍ଧାର କରିସାରିଲେଣି। ଅନେକ ସୁସ୍ଥ ହୋଇ କେନ୍ଦ୍ରରେ ସେବା କରୁଛନ୍ତି। ରୋଗ କିମ୍ବା ବାର୍ଦ୍ଧକ୍ୟ ଯୋଗୁ ଅନେକଙ୍କର ବି ଦେହାନ୍ତ ଘଟିଛି। ସେବା କେନ୍ଦ୍ରରେ ଏବେ ୩୫୦ ମହିଳା ରହିଛନ୍ତି। ଏହି କାର୍ଯ୍ୟରେ କିଛି ସ୍ବେଚ୍ଛାସେବୀ ସହଯୋଗ କରୁଛନ୍ତି ବୋଲି କହନ୍ତି ଡା. ରାଜେନ୍ଦ୍ର।
ଏଇ ଭାରତରେ
ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍…
ନୀରବତା ଏକ ମୃଗତୃଷ୍ଣା
ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍…
ସର୍ଜନଶୀଳ ଓଡ଼ିଶା
ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…
ଅନେକ ମେରୁ
ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…
ଏଇ ଭାରତରେ
ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…
ପିତୃ ଶବ୍ଦର ମହାନତା
ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍, ଡେ’ ଏହିପରି ଏକାର୍ଥବୋଧକ ଯେତେ…
ମଣିମା ଶୁଣିମା ହେଉ
ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…
କେବଳ ଦର୍ଶକ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…
Archives

