୨୩ ବର୍ଷ ଧରି ରାସ୍ତାକଡ଼ରେ ବିିପଜ୍ଜନକ ସ୍ଥିତିରେ ଥିବା ମହିଳାମାନଙ୍କୁ ଉଦ୍ଧାର କରି ସେବାର ଯଥାର୍ଥତା ପ୍ରତିପାଦନ କରିଛନ୍ତି ଏକ ଯୁବ ଡାକ୍ତର ଦମ୍ପତି। ଡା. ରାଜେନ୍ଦ୍ର ଏବଂ ଡା. ସୁଚେତା ଧମାନି ଏଯାବତ୍ ୫୦୦ରୁ ଊର୍ଦ୍ଧ୍ୱ ଅସହାୟା ମହିଳାଙ୍କୁ ରାସ୍ତାକଡ଼ରୁ ଉଦ୍ଧାର କରି ସାରିଲେଣି। ମାନସିକ ବିକାରଗ୍ରସ୍ତ ମହିଳାମାନଙ୍କୁ ସେମାନଙ୍କ ପରିବାର ରାସ୍ତାରେ ଛାଡ଼ି ଦେବା ପରେ ଏହି ଦମ୍ପତି ସେମାନଙ୍କୁ ଉଦ୍ଧାର କରୁଛନ୍ତି ଓ ଯନତ୍ ନେଉଛନ୍ତି। ଡାକ୍ତର ଦମ୍ପତି ଅହମଦାବାଦରେ ‘ମୌଳି ସେବା ପ୍ରତିଷ୍ଠାନ’ ଗଢ଼ି ତା’ ମାଧ୍ୟମରେ ଏହି ଅଭିଯାନ ଚଳାଇଛନ୍ତି। ଡା. ରାଜେନ୍ଦ୍ର ଏବଂ ସୁଚେତା ୧୯୯୮ରେ ଅହମଦାବାଦର କେ.ଏମ୍. ମେଡିକାଲ କଲେଜରୁ ଡିଗ୍ରୀ ହାସଲ କରିବା ପରେ ନିୟମିତ ରୋଗୀ ଚିକିତ୍ସା କରିବା ସହ ମାଗଣାରେ ମେଡିକାଲ କ୍ୟାମ୍ପ୍ ଆୟୋଜନ କରୁଥିଲେ। ସେମାନେ ମଧ୍ୟ ଗୃହହୀନ ଏବଂ ଅସହାୟ ଲୋକମାନଙ୍କୁ ଖାଦ୍ୟ ଦେବା ଆରମ୍ଭ କରିଥିତ୍ଲେ। ଏହି ସମୟରେ ରାସ୍ତାକଡ଼ରେ ବିପଜ୍ଜନକ ଅବସ୍ଥାରେ ଏବଂ ଭୋକରେ ଦିନ କାଟୁଥିବା ମହିଳାମାନଙ୍କ ଅବସ୍ଥା ଦେଖି ଡାକ୍ତର ଦମ୍ପତି ମୌଳି ସେବା ପ୍ରତିଷ୍ଠାନ ଗଢ଼ିଥିଲେ। ପ୍ରଥମେ ସେମାନେ ୯୦ ଜଣ ଗୃହହୀନଙ୍କୁ ଖାଦ୍ୟ ଦେଉଥିଲେ। ପରେ ଗୃହହୀନ ଓ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ୨୩ ବର୍ଷ ମଧ୍ୟରେ ସେମାନେ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଉଦ୍ଧାର କରିସାରିଲେଣି। ଅନେକ ସୁସ୍ଥ ହୋଇ କେନ୍ଦ୍ରରେ ସେବା କରୁଛନ୍ତି। ରୋଗ କିମ୍ବା ବାର୍ଦ୍ଧକ୍ୟ ଯୋଗୁ ଅନେକଙ୍କର ବି ଦେହାନ୍ତ ଘଟିଛି। ସେବା କେନ୍ଦ୍ରରେ ଏବେ ୩୫୦ ମହିଳା ରହିଛନ୍ତି। ଏହି କାର୍ଯ୍ୟରେ କିଛି ସ୍ବେଚ୍ଛାସେବୀ ସହଯୋଗ କରୁଛନ୍ତି ବୋଲି କହନ୍ତି ଡା. ରାଜେନ୍ଦ୍ର।
ଏଇ ଭାରତରେ
ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...
ଉତ୍ସବ ଓ ଭାଷଣ
ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...
ପେନ୍ସନ୍ଭୋଗୀଙ୍କ ଆଶଙ୍କା
ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍ସନଭୋଗୀଙ୍କ ପେନ୍ସନ୍ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...
ନୀରବ ଘାତକ
ବାୟୁ ପ୍ରଦୂଷଣ କୋଭିଡ୍ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...
ଏଇ ଭାରତରେ
ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...
ସତରେ ଆମେ କ’ଣ ମଣିଷ
ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...
ଭାରତର ସାଗରକେନ୍ଦ୍ର
ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...
ଓଟ ଉପରେ ବରଫ
ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...
Archives


