ଏଇ ଭାରତରେ

ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗମ ଗାଁଗୁଡ଼ିକରେ ବୁଲୁଛି ଭ୍ୟାକ୍ସିନ ରଥ। ଏହି ରଥ ବୁଲାଉଛନ୍ତି ପ୍ରାଥମିକ ସ୍କୁଲ ଶିକ୍ଷକ ଦୀପ ନାରାୟଣ ନାୟକ। ଦୀପଙ୍କ ବୟସ ୩୪। ସେ ଏକ ବସ୍‌କୁ ଭଡ଼ାରେ ଆଣି ଭ୍ୟାକ୍ସିିନ ରଥ କରିଛନ୍ତି। ଏହି ସମୟରେ କୋଭିଡ୍‌-୧୯ ଟିକା ପାଇଁ କୋ-ଇନ୍‌ ଆପ ମାଧ୍ୟମରେ ମହିଳାମାନଙ୍କ ନାମ ପଞ୍ଜୀକରଣ କରୁଛନ୍ତି। ରଥରେ ପଞ୍ଜୀକୃତ ମହିଳାଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଟିକା କେନ୍ଦ୍ରରେ ପହଞ୍ଚାଉଛନ୍ତି ଓ ପୁଣି ଘରେ ଛାଡୁଛନ୍ତି। ଏହି ଅଭିଯାନ ଏକାକୀ ଚଳାଇ ୫୦୦ ମହିଳାଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବାରେ ସାହାଯ୍ୟ କରି ସାରିଲେଣି। ଦୀପ ପ୍ରତିଦିନ ଜମୁରିଆ ବ୍ଲକର ଦୁର୍ଗମ ଗାଁର ପିଲାମାନଙ୍କୁ ପଢ଼ାଇବାକୁ ଯାଆନ୍ତି। ସେଠାରେ ମହିଳାମାନେ ଟିକା ନେଇ ନ ଥିବା ଲକ୍ଷ୍ୟ କରି ଏଭଳି ଅଭିଯାନ ଆରମ୍ଭ କରିଛନ୍ତି। ଲୋକମାନେ ଦୀପଙ୍କୁ ‘ରାସ୍ତାର ମାଷ୍ଟର’ ବୋଲି ସମ୍ବୋଧନ କରୁଛନ୍ତି। ରଥ ମାଧ୍ୟମରେ ନାମ ପଞ୍ଜୀକରଣ କରିବା ବ୍ୟତୀତ ସେ ଆଉ ୧୧୬୦ ମହିଳାଙ୍କୁ ସେମାନଙ୍କ ନାମ ପଞ୍ଜୀକରଣ କରିବାରେ ସାହାଯ୍ୟ କରିଛନ୍ତି। ସେ ତାଙ୍କ ସାଙ୍ଗ, ସମ୍ପର୍କୀୟ ଏବଂ ପଡ଼ୋଶୀମାନଙ୍କଠାରୁ ଫୋନ୍‌ ନମ୍ବର ସଂଗ୍ରହ କରି ଏହା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri