ଏଇ ଭାରତରେ

ଲକ୍‌ଡାଉନ ସମୟରେ ଅନେକେ ଜିନିଷ ପ୍ରସ୍ତୁତ କରିବାରେ ଲାଗି ଯାଇଥିବା ବେଳେ କେରଳର ଅଜି ଆନନ୍ଦ କିନ୍ତୁ ବିୟର ବୋତଲ ଓ ମାଟିରେ ଘର ତିଆରି କରିବାରେ ବ୍ୟସ୍ତ ଥିଲେ। ଏବେ ସେହି ଘର ଶେଷ ହୋଇଛି। କେରଳର କୁନ୍ନୁର ନିବାସୀ ଅଜି ୧୦୦୦ ବର୍ଗଫୁଟ୍‌ ଜାଗାରେ କୌଣସି ଆର୍କିଟେକ୍ଟ କିମ୍ବା ମିସ୍ତ୍ରିଙ୍କ ସାହାଯ୍ୟ ନ ନେଇ ଏକାକୀ ଶ୍ରମ ଓ ସମୟ ଦେଇ ଏହି ଘର ଠିଆ କରିଛନ୍ତି। ଘରଟି ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ଏହା ନିର୍ମାଣ କରିବାକୁ ତାଙ୍କୁ ୫ ମାସ ଲାଗିଛି ଓ ଏଥିରେ ଖର୍ଚ୍ଚ କରିଛନ୍ତି ୬ ଲକ୍ଷ ଟଙ୍କା। ଉକ୍ତ ଘରେ ୨୫୦୦ ବିୟର ବୋତଲ ଓ ବହୁ ଜିନିଷ ରିସାଇକ୍ଲିଂ କରି ଉପଯୋଗ କରାଯାଇଛି। ବିୟର ବୋତଲ ସବୁ ତାଙ୍କ ସାଙ୍ଗ ଓ କବାଡିବାଲାଙ୍କ ଠାରୁ ସଂଗ୍ରହ କରିଛନ୍ତି। ବିୟର ବୋତଲ ସହ ବାଉଁଶ ଏବଂ ନଡ଼ିଆକତା ମଧ୍ୟ ବ୍ୟବହାର ହୋଇଛି । ପ୍ଲାଷ୍ଟିକ୍‌ ଅଖାରେ ମାଟି ଭର୍ତ୍ତି କରି ତାହାକୁ ଇଟା ଆକାର ଦେଇ କାନ୍ଥ ଗଢ଼ାହୋଇଛି। ମାଟି ଓ ଅଳ୍ପ ସିମେଣ୍ଟରେ ଏଗୁଡ଼ିକ ଯୋଡେଇ ହୋଇଛି। ଘର ଛାତରେ ବ୍ୟବହୃତ ଟେରାକୋଟା ଟାଇଲ୍‌ ସଂଗ୍ରହ କରି ଲଗାଯାଇଛି। ଏହି ଘରେ ଦୁଇ ବେଡରୁମ୍‌, ରୋଷେଇ ଘର, ବାଥ୍‌ରୁମ୍‌ ଓ ଡ୍ରଇଂ ରୁମ୍‌ ରହିଛି। ଅଜିଙ୍କ ବୟସ ୩୬। ତାଙ୍କର କପଡ଼ା ଦୋକାନ ଅଛି ଓ ତାଙ୍କ ସ୍ତ୍ରୀ ଏକ ଘରୋଇ କଲେଜର ଭାଇସ ପ୍ରିନ୍ସିପାଲ । ଅଜି ଏକ ନିଆରା ଘର ନିର୍ମାଣ କରିବାକୁ ସ୍ବପ୍ନ ଦେଖିଥିଲେ ଓ ଲକ୍‌ଡାଉନ ସମୟରେ ଏହା ସେ ପୂରଣ କରିବାରେ ସକ୍ଷମ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri