ଭାରତରେ ଆମଦାନୀ ଶୁଳ୍କ ଅତ୍ୟଧିକ:ମର୍ସିଡିଜ

ନୂଆଦିଲ୍ଲୀ,୨୦।୯ ଆମଦାନୀ ହେଉଥିବା କାର୍‌ଗୁଡିକ ଉପରେ ଭାରତ ସରକାର ଅତ୍ୟଧିକ ଟିକସ ଲାଗୁ କରୁଛନ୍ତି। ଏହା କମ୍ପାନୀଗୁଡ଼ିକ ଲାଗି ଅଡୁଆ ସୃଷ୍ଟି କରିଛି ବୋଲି ପ୍ରମୁଖ ବିଳାସପୂର୍ଣ୍ଣ କାର୍‌ ନିର୍ମାତା ମର୍ସିଡିଜ ବେଞ୍ଜ ସୋମବାର କହିଛି। ଭାରତ ସରକାର ଟିକସ କମାନ୍ତୁ ବୋଲି ନିକଟରେ ଟେସ୍‌ଲା ନିବେଦନ କରିଥିଲା। ଏଭଳି ପ୍ରସଙ୍ଗ ଉଠାଇବା କ୍ଷେତ୍ରରେ ମର୍ସିଡିଜ ଭଳି ଆଉ ଏକ ବିଦେଶୀ କମ୍ପାନୀ ଯୋଡ଼ିହୋଇଛି। ସରକାର ଅତ୍ୟଧିକ ଟିକସ ଲଗାଉଥିବାରୁ ଆମେରିକା କିମ୍ବା ବିଶ୍ୱର ଅନ୍ୟ ବଜାର ତୁଳନାରେ ଭାରତରେ ଯାନଗୁଡିକ ୨ ଗୁଣ ଅର୍ଥ ଦେଇ ଗ୍ରାହକଙ୍କୁ କିଣିବାକୁ ପଡୁଛି ବୋଲି କମ୍ପାନୀ କହିଛି।
ବେଞ୍ଜ ଇଣ୍ଡିଆର ଏମ୍‌ଡି ମାର୍ଟିନ ସ୍ବେଙ୍କ କହିଛନ୍ତି, ଭାରତରେ ଆମଦାନୀ ଟିକସ ଅଧିକ ରହୁଛି। ଏହାକୁ ତ୍ୱରିତ ଭିତ୍ତିରେ କମାଇବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ନୂଆ କାର୍‌ ପାଇଁ ବଜାର ଖୋଲି ପାରିବ। ବିଶ୍ୱସ୍ତରୀୟ ଟେକ୍ନୋଲୋଜିକୁ ମଧ୍ୟ ଭାରତରେ ଏହାଦ୍ୱାରା ପ୍ରଚଳନ କରାଇବା ସହଜ ହେବ। ଇଲେକ୍ଟ୍ରିକ ସମେତ ସମସ୍ତ ଟେକ୍ନୋଲୋଜିକୁ ସ୍ଥାନୀୟକରଣ କରିବା ବର୍ତ୍ତମାନ ସମ୍ଭବ ନୁହେଁ ବୋଲି ସରକାର ଏହି କଥା ମନେରଖିବା ଆବଶ୍ୟକ। କାରଣ ଭାରତରେ ବିକ୍ରିର ସ୍ତର ଏବେ ମଧ୍ୟ କମ୍‌ ରହିଛି। ଟିକସ ହାର ଉଚ୍ଚରେ ରହିଲେ ନୂଆ ଗ୍ରାହକ ଯୋଡ଼ିବା କଷ୍ଟକର ବୋଲି ସେ ମତ ରଖିଛନ୍ତି। ଉଲ୍ଳେଖଯୋଗ୍ୟ, ଟେସ୍‌ଲାର ପ୍ରତିଷ୍ଠାତା ଏଲନ ମସ୍କ ଉଚ୍ଚ ପରିମାଣର ଟିକସ ନେଇ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଇ-ଯାନ ନୁହେଁ ସବୁ ବର୍ଗର ହାଇ ଟେକ୍ନୋଲୋଜି ଏବଂ ଲକ୍‌ଜ୍ୟୁରି ପ୍ରଡକ୍ଟ ଉପରେ ଟିକସ ହ୍ରାସ ଦାବିକୁ ସମର୍ଥନ ଜଣାଉଥିବା ସ୍ବେଙ୍କ କହିଛନ୍ତି। ଗତ ଜୁଲାଇରେ ଟୁଇଟ ଯୋଗେ ଏଲନ ମସ୍କ କହିଥିଲେ, ଟେସ୍‌ଲା ଭାରତରେ ଫ୍ୟାକ୍ଟ୍ରି ବସାଇବା ଲାଗି ପ୍ରସ୍ତୁତ ଅଛି। ମାତ୍ର ପ୍ରଥମେ ଭାରତ ସରକାର ଆମଦାନୀ ଟିକସ କ୍ଷେତ୍ରରେ ଭାରତ କିଛିଟା ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ ବିଶ୍ୱରେ ସବୁଠାରୁ ଅଧିକ ପରିମାଣରେ ଟିକସ ଲାଗୁ କରୁଛି। ଯଦି ଟେସ୍‌ଲା ଭାରତକୁ ଯାନ ଆମଦାନୀ କରିବାକୁ ସକ୍ଷମ ହୁଏ ତେବେ ଏଠାରେ ଫ୍ୟାକ୍ଟ୍ରି ବସାଇବା ମଧ୍ୟ ସହଜ ହେବ। ବର୍ତ୍ତମାନ ୪୦ ହଜାର ଡଲାରରୁ ଊର୍ଦ୍ଧ୍ୱ ମୂଲ୍ୟର କାର୍‌ଗୁଡିକ ଉପରେ ଭାରତ ଏବେ ୧୦୦% ଟିକସ ଲାଗୁ କରୁଛି। ସ୍ବେଙ୍କ ପୁଣି କହିଛନ୍ତି, ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ବଜାରରେ ଏଭଳି ନୀତି ଆଗକୁ ବଢ଼ିବାରେ ଅତ୍ୟନ୍ତ କଷ୍ଟକର। ଅନ୍ତର୍ଜାତୀୟ ବଜାରରେ ମାତ୍ର ୧୦% ଟିକସ ଲାଗୁ ହେଉଛି। ଭାରତ ସରକାର ଅତ୍ୟଧିକ ଟିକସ ଲାଗୁ କରୁଥିବାରୁ ଏହାଦ୍ୱାରା ଗ୍ରାହକଙ୍କୁ ଜରିମାନା ଦେବା ଭଳି ସ୍ଥିତି ଉପୁଜୁଛି। ଭାରତରେ ଲୋକମାନେ ଯେଉଁ ଅର୍ଥ ପ୍ରଦାନ କରୁଛନ୍ତି ସମାନ କାର୍‌ ଲାଗି ଆମେରିକାର ଲୋକ ଅଧା ଅର୍ଥ ଦେଉଛନ୍ତି। ଭାରତରେ ଟିକସ ବୋଝ ଅଧିକ ରହୁଛି। ଫଳରେ ଏହା ଅଭିବୃଦ୍ଧି କ୍ଷେତ୍ରରେ ବାଧକ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟବୀମା ଅବଧି

ନୂଆଦିଲ୍ଲୀ,୨୧।୬: କରୋନା ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ପ୍ରଦାନ କରାଯାଉଛି। ଏହି ବୀମାର...

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

ନୂଆଦିଲ୍ଲୀ,୨୪-୪: ଆସନ୍ତା ୨୬ରୁ ଘରୋଇ ନେଟଓ୍ବାର୍କରେ ସ୍ପାଇସଜେଟ୍‌ ନୂଆଦିଲ୍ଲୀ ଏବଂ ମୁମ୍ବାଇରୁ ଅନ୍ୟ ସହରକୁ ଦୈନିକ ୨୮ ନୂଆ ବିମାନ ଉଡ଼ାଇବ ବୋଲି ମଙ୍ଗଳବାର କମ୍ପାନୀ...

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏମ୍‌ଡି ଆଦିତ୍ୟ ପୁରୀଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୯।୯: ଆମେରିକା ଭିତ୍ତିକ ଲ ଫାର୍ମ ରୋଜେନ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବିରୋଧରେ ପୁଣି ଥରେ ମାମଲା ଦାଏର କରିଛି। ନିବେଶକଙ୍କୁ ହୋଇଥିବା କ୍ଷତିର ଭରଣା ଲାଗି...

ଏଚ୍‌-ବି ଭିଜା ଦେୟ ବୃଦ୍ଧିକୁ ସ୍ଥଗିତ ରଖିଲେ ୟୁଏସ୍‌ କୋର୍ଟ

ନୂଆଦିଲ୍ଲୀ: ଏଚ୍‌-୧ ବି ଭିଜା ସମେତ ଅନ୍ୟ ବର୍ଗରେ ଭିଜା ଦେୟ ବୃଦ୍ଧି କରିବା ଲାଗି ଟ୍ରମ୍ପ ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଥିଲା। ଏହି ନିଷ୍ପତ୍ତି...

ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଆଇଏସ୍‌ଓ ପ୍ରମାଣପତ୍ର

ନୂଆଦିଲ୍ଲୀ,୨୮।୩: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ‘ସରଳ-ସରଳ ଲାଇଟ୍ସ (ସରଳ ସିଷ୍ଟମେଟିକ୍‌ ଆପ୍ରାଇଜାଲ୍‌ ଆଣ୍ଡ ରିସ୍କ ଆସେସମେଣ୍ଟ ଅଫ୍‌ ଲୋନ୍‌) ରେ କ୍ରେଡିଟ୍‌ ମୂଲ୍ୟାୟନ ପ୍ରକ୍ରିୟାର ମାନକୀକରଣ...

ହ୍ବାଟ୍ସଆପ୍‌,ଇ-ମେଲ୍‌ରେ ମଗାଇହେବ ଔଷଧ

ନୂଆଦିଲ୍ଲୀ,୬।୫: ଲକ୍‌ଡାଉନ ସମୟରେ ବିଭିନ୍ନ ଜନଔଷଧି କେନ୍ଦ୍ରରୁ ଲୋକମାନେ ହ୍ବାଟ୍ସଆପ୍‌ ଏବଂ ଇ-ମେଲ୍‌ ଜରିଆରେ ଔଷଧ ମଗାଇପାରିବେ। ସରକାର ମଙ୍ଗଳବାର ଏ ନେଇ ନୂଆ ଗାଇଡ୍‌ଲାଇନ...

ଟାଟା-ମିସ୍ତ୍ରି ମାମଲା: ଏନ୍‌ସିଏଲ୍‌ଏଟିଙ୍କ ଆଉ ଏକ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

  ନୂଆଦିଲ୍ଲୀ,୨୫-୧: ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି କର୍ପୋରେଟ ବିବାଦ ମାମଲାରେ ସୁପ୍ରିମକୋର୍ଟ ନ୍ୟାଶନାଲ କମ୍ପାନୀ ଆଇନ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ଦେଇଥିବା ଆଉ...

ରେକର୍ଡ ସ୍ତରରେ ଶେୟାର ବଜାର

ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜିବଜାରରେ ଊର୍ଦ୍ଧ୍ୱଗାମୀ ଧାରା ଲାଗି ରହିଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ବର୍ତ୍ତମାନର ରେକର୍ଡ ସ୍ତରରେ ରହିଛି।...

Advertisement
Archives

Model This Week