ଏଇ ଭାରତରେ

ଡେରାଡୁନ୍‌ର ପ୍ରକୃତିପ୍ରେମୀ ମହେଶ ଚନ୍ଦ୍ର ଏବେ ଗଛଗୁଡ଼ିକୁ ଲୁହା ବନ୍ଧନରୁ ମୁକ୍ତି କରିବା ଲାଗି ଯେଉଁ ବାଟ ଦେଖାଇଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟକ। ମହେଶ ଜଣେ ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟର। ଟ୍ରି ଗାର୍ଡରେ ବାନ୍ଧି ହୋଇଯାଇଥିତ୍ବା ଗଛର ପୀଡାକୁ ଅନୁଭବ କରି ପ୍ରଥମେ ସେ ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଓ ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। କିନ୍ତୁ ସୁଫଳ ନ ମିଳିବାରୁ ପିଏମ୍‌ଓକୁ ଅବଗତ କରିଥିଲେ। ପିଏମଓ ଏହା ଉପରେ ପଦକ୍ଷେପ ନେବା ଲାଗି ପରିବେଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବା ପରେ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଦେଶ ଜାରି କରିଛନ୍ତି। ୨୦ ବର୍ଷ ତଳେ ସହର ଓ ଗ୍ରାମଗୁଡ଼ିକରେ ରୋପଣ କରାଯାଇଥିବା ଗଛଗୁଡ଼ିକର ସୁରକ୍ଷା ଲାଗି ଟ୍ରି ଗାର୍ଡ ଲଗାଯାଇଥିଲା। ଗଛ ବଡ଼ ହେବା ପରେ ଗାର୍ଡକୁ ବାହାର ନ କରିବାରୁ ତାହା ଗଛ ମଧ୍ୟରେ ପଶି ରହିଛି। ତେଣୁ ଗଛଗୁଡ଼ିକ ଭଲରେ ବଢ଼ିବା ଲାଗି ଏହାକୁ ହଟାଇବାର୍‌ ଲକ୍ଷ୍ୟରେ ମହେଶ ଏଭଳି ଅଭିଯାନ ଆରମ୍ଭ କରି ସଫଳ ହୋଇଛନ୍ତି। କେତେକ ରାଜ୍ୟରେ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଉତ୍ତରାଖଣ୍ଡରେ ମଧ୍ୟ ଗଛଗୁଡ଼ିକୁ ଟ୍ରି ଗାର୍ଡ ବେଡିରୁ ମୁକ୍ତ କରାଯିବା ଲାଗି କାର୍ଯ୍ୟ ଆରମ୍ଭ କରାଯାଇଛି। ମହେଶଙ୍କ ଏହି ପ୍ରୟାସକୁ ସବୁ ସ୍ତରରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri