ଏଇ ଭାରତରେ

ବାନାନା ଶାଢ଼ି, ଲୋଟସ୍‌ ଶାଲ୍‌ ଏବଂ ବାମ୍ବୋ ଜିନ୍ସ କହୁଛି ଆମ ଦେଶୀ ଫ୍ୟାଶନ ଏବେ କେଉଁଠିି ପହଞ୍ଚିଲାଣି। ବାନାନା ଶାଢ଼ି ପାଇଁ ସମ୍ପୂର୍ଣ୍ଣ କଦଳୀ ଗଛକୁ ଉପଯୋଗ କରାଯାଉଛି। ସେହିଭଳି ବାମ୍ବୋ ଜିନ୍ସରେ ବାଉଁଶ ସହ ଅନ୍ୟ ଗଛର ଫାଇବର ବା ତନ୍ତୁ ଉପଯୋଗ ହେଉଛି। ଲୋଟସ୍‌ ଶାଲ୍‌ ପ୍ରସ୍ତୁତିରେ ପଦ୍ମନାଡ଼ର ତନ୍ତୁ ଲାଗୁଛି। ଏଭଳି ଡିଜାଇନର କପଡ଼ା ତିିଆରି କରୁଛନ୍ତି ତାମିଲନାଡୁର ସି. ଶେକର। ସେ ଅନାକାପୁଥୁର ଓ୍ବିଭର୍ସ ଆସୋସିଏଶନର ସଭାପତି ରହିଛନ୍ତି। ପ୍ରାକୃତିକ ଫାଇବରରୁ କପଡ଼ା ପ୍ରସ୍ତୁତ କରିବାରେ ଏଭଳି ସଫଳତା ପାଇର୍ଁ ତାଙ୍କୁ ପୁରସ୍କୃତ କରାଯାଇଛି। ସବୁଠୁ ବଡ଼ କଥା ହେଉଛି, ବର୍ଜ୍ୟ ଭାବେ ଫିଙ୍ଗି ଦିଆଯାଉଥିବା କଦଳୀ ଗଛକୁ ଉପଯୋଗ କରି କପଡ଼ା ତିଆରିରେ ଲଗାଉଛି ଅନାକାପୁଥୁର ଓ୍ବିଭର୍ସ ଆସୋସିଏଶନ। ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ କେରଳର ମନ୍ଦିରଗୁଡ଼ିକରେ କଦଳୀ ଗଛକୁ ଶୋଭା ବଢ଼ାଇବା ଲାଗି ବ୍ୟବହାର କରାଯାଇଥାଏ। ଶେକର ସେଗୁଡ଼ିକୁ ସେଠାରୁ ସଂଗ୍ରହ କରୁଛନ୍ତି। ଅନାକାପୁଥୁର ଓ୍ବିଭର୍ସ ଆସୋସିଏଶନର ବୁଣାକାରମାନଙ୍କର ଆହୁରି ଅନେକ ଗଛରୁ କପଡ଼ା ତିଆରି କରିବାର କ୍ଷମତା ରହିଛି , କିନ୍ତୁ ସେମାନଙ୍କୁ ବୈଷୟିକ ସହାୟତା ମିଳିପାରୁନାହିଁ ବୋଲି କହନ୍ତି ଶେକର। ସେହିଭଳି ମୁମ୍ବାଇର ହେମ୍ପ୍‌ କମ୍ପାନୀ ଦ୍ୱାରା ସପୁରି ପତ୍ରର ଫାଇବରରୁ କପଡ଼ା ତିଆରି ହେଉଛି। କମ୍ପାନୀର ମୁଖ୍ୟ ତଥା ଡିଜାଇନର ନେହା ରାଓଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ଏହି କପଡ଼ା ନରମ ଓ ଆରାମଦାୟକ ହେଉଛି। ଭାରତରେ ୧୬ ଲକ୍ଷ ଟନ୍‌ ସପୁରି ଉପତ୍ାଦନ ହେଉଥିତ୍ବାବେଳେ ଏହି ଗଛର ପତ୍ରକୁ ଉପଯୋଗ କରି ଅଧିକ କପଡ଼ା ପ୍ରସ୍ତୁତ ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହନ୍ତି ନେହା ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri