ଏଇ ଭାରତରେ

ପରିବେଶ ପ୍ରଦୂଷଣ ରୋକିବାରେ ୩ ଜଣ ମହିଳାଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ମୁମ୍ବାଇର ଏହି ମହିଳାମାନେ ହେଉଛନ୍ତି ଅଂଶୁ ପର୍ଡିଓ୍ବାଲା, କୁନ୍ତୀ ଓଜା ଏବଂ ଚିତ୍ରା ହିରେମାଥ୍‌। ଏମାନେ ବ୍ୟବହୃତ ଖାଲି କ୍ଷୀର ପ୍ୟାକେଟ୍‌ ସଂଗ୍ରହ କରି ତାହାକୁ ରିସାଇକ୍ଲିଂ ସେଣ୍ଟରକୁ ପଠାଉଛନ୍ତି। ୨୦୧୯ରେ ‘ମିଲ୍କ ବ୍ୟାଗ୍‌ ପ୍ରୋଜେକ୍ଟ’ ଗଠନ କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ମୁମ୍ବାଇର ବିଭିନ୍ନ କଲୋନୀ, ହୋଟେଲ, ଚା’ଦୋକାନରୁ ଖାଲି କ୍ଷୀର ପ୍ୟାକେଟ୍‌ ସଂଗ୍ରହ କରୁଛନ୍ତି। ଏଭଳି କାର୍ଯ୍ୟ କରିବାକୁ ସେମାନେ ସୋସିଆଲ ମିଡିଆରୁ ପ୍ରେରଣା ପାଇଥିଲେ। ଏବେସୁଦ୍ଧା ଏହି ୩ ମହିଳା ୭.୫ ଲକ୍ଷ ପ୍ଲାଷ୍ଟିକ୍‌ ମିଲ୍କ ପ୍ୟାକେଟ୍‌ ସଂଗ୍ରହ କରି ସାରିଲେଣି। ମିଲ୍କ ପ୍ୟାକେଟ୍‌ ସଂଗ୍ରହ କରିବା ପୂର୍ବରୁ ତାହାକୁ ଭଲ ଭାବେ ସଫା କରି ଶୁଖାଇ ରଖିତ୍ବାକୁ ସେମାନେ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି। ମାସ ଶେଷରେ ତିନିହେଁ ଏହାକୁ ସଂଗ୍ରହ କରି ତାହାକୁ ରିସାଇକ୍ଲିଂ ସେଣ୍ଟରକୁ ପଠାଉଛନ୍ତି। ଏହା ପୂର୍ବରୁୁ ସେମାନେ ମଧ୍ୟ ପରିବେଶ ସୁରକ୍ଷା ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ କାମ କରୁଥିଲେ। ଏବେ ସେମାନଙ୍କ ସହ ଆଉ କେତେଜଣ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ଏମାନଙ୍କ କାର୍ଯ୍ୟ ଦେଖି ଦିଲ୍ଲୀ ଓ ଠାଣେରୁ ବି ଲୋକେ ପୋଷ୍ଟାଲରେ ଖାଲି କ୍ଷୀର ପ୍ୟାକେଟ୍‌ ପଠାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri