ଏଇ ଭାରତରେ

ଅତ୍ୟାଧୁନିକ ନିର୍ମାଣ କାର୍ଯ୍ୟ ଯୋଗୁ ଭାରତରେ ୩୦% ବାୟୁ ପ୍ରଦୂଷଣ ହେଉଥିତ୍ବାରୁ ଏଥିରେ ସୁଧାର ଆଣିବା ପାଇଁ କର୍ନାଟକର ‘ଶୂନ୍ୟତା ଇକୋ ହୋଟେଲ’ ନୂଆ ବାଟ ଦେଖାଇଛି। ଏହାର ମାଲିକ ହେଉଛନ୍ତି ୪୩ ବର୍ଷୀୟ ଲୋକେଶ ଗୁଞ୍ଜୁଗନୁର । କର୍ନାଟକର ଚିକ୍‌ମାଗାଲୁରରେ ଏଭଳି ପରିବେଶ ଉପଯୋଗୀ ହୋଟେଲ ନିର୍ମାଣ କରିବାରେ ତାଙ୍କୁ ସହଯୋଗ କରିଛନ୍ତି ବେଙ୍ଗାଲୁରୁର ‘ଡିଜାଇନ କାଚେରି’ ନାମକ ଏକ ଆର୍କିଟେକ୍ଚର ଫାର୍ମ ଓ ଯୁବ ସିଭିଲ୍‌ ଇଞ୍ଜିନିୟର ପୁନିତ.ଓ୍ବାଇ। ସେମାନେ ପାଖାପାଖି ଅଞ୍ଚଳରୁ ସଂଗୃହୀତ ମାଟିରେ ୫% ଲାଇମ୍‌ ଷ୍ଟୋନ୍‌ ଓ ସିମେଣ୍ଟ ମିଶାଇ ଇଟା ତିଆରି କରି ହୋଟେଲ ନିର୍ମାଣରେ ବ୍ୟବହାର କରିଛନ୍ତି। ୬ ହଜାର ବର୍ଗଫୁଟ ପରିମିତ ଏହି ପରିବେଶ ଉପଯୋଗୀ ହୋଟେଲକୁ ଯଦି କିଛି ବର୍ଷ ପରେ ଭାଙ୍ଗି ଦିଆଯାଏ ତାହା ପୁଣି ମାଟିରେ ପରିଣତ ହୋଇଯିବ ବୋଲି କହନ୍ତି ଲୋକେଶ। ଉକ୍ତ ହୋଟେଲରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ବି ନାହିଁ କିନ୍ତୁ ଥଣ୍ଡା ଅନୁଭବ କରିହେଉଛି। ହୋଟେଲରେ ଥିତ୍ବା ଆର୍ଥ ଟନେଲ୍‌ ଶୀତଳତା ପ୍ରଦାନ କରୁଛି। କେବଳ ଏତିକି ନୁହେଁ ହୋଟେଲ ଚାଲୁଛି ସମ୍ପୂର୍ଣ୍ଣ ସୌର ବିଦ୍ୟୁତ୍‌ରେ। ହୋଟେଲରେ ୫୦,୦୦୦ ଲିଟର ବର୍ଷାଜଳ ଗଚ୍ଛିତ ରହୁଛି। ଏହାକୁ ବିଶୋଧନ କରାଯାଇ ସବୁ କାର୍ଯ୍ୟରେ ବ୍ୟବହାର କରାଯାଉଛି। ୧୧ଟି କୋଠରିବିଶିଷ୍ଟ ଏହି ହୋଟେଲ ଜାନୁୟାରୀ ୨୦୨୧ରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି।