ଏଇ ଭାରତରେ

ପ୍ରତିଦିନ ପାଖାପାଖି ୪୦୦ ଲୋକଙ୍କୁ ୫ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି ତାମିଲନାଡୁର ତ୍ରିଚିର ବାସିନ୍ଦା ଚନ୍ଦ୍ରଶେଖର। ସେ ଓ୍ବେଲ୍‌ଡର ଭାବେ କାମ କରନ୍ତି। ଏଥିରୁ ଯାହା ଆୟ କରୁଛନ୍ତି ସେଥିରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ଏଥିପାଇଁ ସେ ଅଗଷ୍ଟ ୨୦୨୦ରେ ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଋଣ ଆଣିଥିଲେ। ଏଥିତ୍ତ୍ରେ ସେ ରାସ୍ତା କଡ଼ରେ ଏକ ଫୁଡ୍‌ ଷ୍ଟଲ୍‌ କରି ଅସହାୟମାନଙ୍କୁ ଖାଦ୍ୟ ଦେବା ଆରମ୍ଭ କରିଥିଲେ। ଏବେ ଏହି କାର୍ଯ୍ୟରେ ତାଙ୍କ ସ୍ତ୍ରୀ ପୁଷ୍ପାରାଣୀ ସାହାଯ୍ୟ କରୁଛନ୍ତି। ଭୋର ୪ଟାରେ ଉଠି ଚନ୍ଦ୍ରଶେଖର ତାଙ୍କ ପରିବାର ସଦସ୍ୟଙ୍କ ସହଯୋଗରେ ଜଳଖିତ୍ଆ ପ୍ରସ୍ତୁତ କରନ୍ତି । ତାଙ୍କ ପିଲାମାନେ ପରିବା କଟାଠାରୁ ଆରମ୍ଭ କରି ବାସନ ମଜା କାର୍ଯ୍ୟ କରିଦିଅନ୍ତି। କରୋନାରେ କ୍ଷତିଗ୍ରସ୍ତ, ଗୃହହୀନ ବୟସ୍କ, ଦିନମଜୁରିଆମାନେ ତାଙ୍କ ଷ୍ଟଲ୍‌ରୁ ଖାଦ୍ୟ ନେଉଛନ୍ତି। ଷ୍ଟଲ୍‌ଟି ରହିଛି ତ୍ରିଚି ସରକାରୀ ଆଇନ ମହାବିଦ୍ୟାଳୟ ନିକଟରେ । ଜଳଖିଆରେ ଏବଂ ଲଞ୍ଚ ବ୍ୟବସ୍ଥା ରଖିଛନ୍ତି। ଜଳଖିତ୍ଆ ସମୟ ରଖାଯାଇଛି ସକାଳ ୭ଟାରୁ ୧୧ ଏବଂ ଲଞ୍ଚ ପାଇଁ ସମୟ ରହିଛି ୧୨ଟାରୁ ୩ଟା। ଜଳଖିଆ ୧ଟଙ୍କାରେ ଓ ମିଲ୍‌ ୫ଟଙ୍କାରେ ଦେଉଛନ୍ତି। ପ୍ରତିଦିନ ୨୦ଟି ମିଲ୍‌ ମାଗଣାରେ ଖାଇଥାଆନ୍ତି ଗୃହହୀନ ଓ ଅସହାୟ ବୟସ୍କମାନେ। ଖାଦ୍ୟ ପ୍ରସ୍ତୁତ ହୋଇଗଲେ ଷ୍ଟଲ୍‌କୁ ନେବା ପରେ ସମସ୍ତେ ଧାଡ଼ିରେ ଆସି ଖାଦ୍ୟ ନେଇଥାଆନ୍ତି। ଦିନକୁ ଏଥିତ୍ରୁ ଚନ୍ଦ୍ରଶେଖର ୭୫୦ ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ଖର୍ଚ୍ଚ କରୁଛନ୍ତି ୬ ହଜାର ଟଙ୍କା। ଋଣ ବାବଦରେ ସେ ଦୈନିକ ୫୦୦ ଟଙ୍କା ବ୍ୟାଙ୍କରେ ଜମା କରୁଛନ୍ତି।