ଏଇ ଭାରତରେ

ପରିବେଶ ପ୍ରଦୂଷଣ ଦୂର କରିବା ଲାଗି ଅଭିନବ ପଦ୍ଧତି ସାମ୍ନାକୁ ଆଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କର୍ନାଟକର ଧନଞ୍ଜୟ ହେଗେଡ ଅନ୍ୟତମ। ଧନଞ୍ଜୟ ଜଣେ ଅବସରପ୍ରାପ୍ତ ମେକାନିକାଲ ଇଞ୍ଜିନିୟର ଓ ରହନ୍ତି ଉତ୍ତର କନ୍ନଡ ଜିଲାର କରଓ୍ବାର ସହରରେ। ସେ ୧୦ କେ.ଜି. ଓଜନର ଜିନିଷ ନେବା ଭଳି କାଗଜ ବ୍ୟାଗ ତିଆରି କରିଛନ୍ତି। ଏଥିରେ ଡ୍ୟାମ୍ପ୍‌ ଆଇଟମ୍‌ ଯଥା ମାଛ, ମାଂସ, କ୍ଷୀର ପ୍ୟାକେଟ ଭଳି ଜିନିଷ ନେଇ ହେଉଛି। ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର ନିଷିଦ୍ଧ କରାଯାଇଥିଲେ ମଧ୍ୟ ମାଛ ଓ ମାଂସ ଦୋକାନୀ ଏହାର ବ୍ୟବହାର କରି ପରିବେଶ ପ୍ରଦୂଷଣ କରୁଛନ୍ତି। ଏଣୁ ଏହାର ବିକଳ୍ପ ପାଇଁ ଏହି କାଗଜ ବ୍ୟାଗ୍‌ ବ୍ୟବହାର କରାଯାଇପାରିବ ବୋଲି କହନ୍ତି ଧନଞ୍ଜୟ। ମାଛ ମାଂସ ଏବଂ ଏଭଳି ଅନ୍ୟ ଜିନିଷ ଆଣିବା ଦ୍ୱାରା ସହଜରେ ଉକ୍ତ ବ୍ୟାଗ ଓଦା ହୋଇ ନଷ୍ଟ ହେଉନାହିଁ। ଖବରକାଗଜକୁ ଏକ ନିଆରା ପଦ୍ଧତିରେ ସିଲାଇ କରି ଓ କର୍ନ ପାଉଡର ମିଶାଇ ସେ ଏହି ବ୍ୟାଗ୍‌ କରୁଛନ୍ତି। ବ୍ୟାଗର ମୂଲ୍ୟ ରଖିଛନ୍ତି ୨ ଟଙ୍କା। ଯେଉଁ ମେଶିନରେ ବ୍ୟାଗ ତିଆରି କରାଯାଉଛି ତାହାକୁ ମଧ୍ୟ ସେ ନିର୍ମାଣ କରିଛନ୍ତି। ଏଥିରେ ଦିନକୁ ୩୦୦ ବ୍ୟାଗ କରାଯାଇପାରୁଛି। ପ୍ରଦୂଷଣ ରୋକିବା ପାଇଁ ସେ ଅଧିତ୍କ ବ୍ୟାଗ ତିଆରି କରି ଦେଶର ସବୁଆଡକୁ ପଠାଇବା ଲାଗି ଯୋଜନା କରିଛନ୍ତି। ଏବେ ସେ ବର୍ଜ୍ୟ କାଗଜ ସହ ଏଥିରେ କଦଳୀ ଗଛର ତନ୍ତୁ ଉପଯୋଗ କରି ବ୍ୟାଗକୁ ଆହୁରି ମଜଭୁତ କରିିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ବ୍ୟାଗ ନେବା ଲାଗି ତାଙ୍କୁ ୩୫ ଜଣ ବ୍ୟବସାୟୀ ଅର୍ଡର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri