ଏଇ ଭାରତରେ

ରାଜସ୍ଥାନର ଏକ ଦରଘା ସାମ୍ପ୍ରଦାୟିକ ସଦ୍‌ଭାବନା ଓ ଭାଇଚାରାର ବାର୍ତ୍ତା ଦେଇ ଆସୁଛି। ଝୁନ୍‌ଝୁନ ଜିଲା ନରହର ସହର ସ୍ଥିତ ବାବା ହାଜିବ ଶକରର୍ବର ଶାହାଙ୍କ ଦରଘାରେ ମୁସଲ୍‌ମାନମାନଙ୍କ ସହ ସବୁ ଧର୍ମର ଲୋକେ ଧୁମ୍‌ଧାମରେ ଜନ୍ମାଷ୍ଟମୀ ପାଳନ କରନ୍ତି। ମୁସଲମାନମାନେ ଯେଉଁ ଭାବରେ ଉର୍ସ ପାଳନ କରିଥାନ୍ତି ସେହି ଭାବରେ କୃଷ୍ଣଙ୍କ ପୂଜା କରନ୍ତି। ସେମାନଙ୍କ ମଧ୍ୟରେ କୃଷ୍ଣ ପ୍ରେମର ଏକ ନିଆରା ଭାବ ବି ଦେଖିବାକୁ ମିଳେ। କେବଳ ଏତିକି ନୁହେଁ, ସେମାନେ ଏକାଠି ମିଶି କୃଷ୍ଣଭଜନ ଗାଇ ନାଚି ରାଧାକୃଷ୍ଣଙ୍କୁ ଝୁଲାଇଥାନ୍ତି। ଏଠାରେ ବି ତିନିଦିନ ଧରି ମେଳାର ଆୟୋଜନ କରାଯାଇଥାଏ। ଏହି ମେଳାରେ ମୁସଲମାନମାନେ କୃଷ୍ଣଙ୍କ ପାଇଁ ସୁଫି ସଙ୍ଗୀତ ଗାନ କରିଥାନ୍ତି। ଏଥିରେ କୃଷ୍ଣଙ୍କ ଲୀଳା ସହ ପ୍ରେମର ବର୍ଣ୍ଣନା କରାଯାଇଥାଏ। ଏହାବାଦ୍‌ କୃଷ୍ଣଙ୍କ ଜୀବନୀ ଉପରେ ନୃତ୍ୟନାଟିବା ମଧ୍ୟ ମଞ୍ଚସ୍ଥ କରାଯାଇଥାଏ। ଜନ୍ମାଷ୍ଟମୀ ଦିନ ସାରା ରାତି ଏଭଳି କାର୍ଯ୍ୟକ୍ରମ ଚାଲେ। ଦୂର ଦୂରାନ୍ତର ଲୋକମାନେ ଏହି ମେଳା ଦେଖିବା ସହ କୃଷ୍ଣ ପୂଜାରେ ସାମିଲ ହୋଇଥାନ୍ତି। କିନ୍ତୁ ଏଥର କୋଭିଡ-୧୯ କଟକଣା ଯୋଗୁ ସବୁ ପ୍ରଭାବିତ ହୋଇଛି। ହେଲେ କୋଭିଡ୍‌ ନିୟମ ଅନୁଯାୟୀ କେବଳ ପୂଜା ହେବ ବୋଲି କୁହାଯାଇଛି।