ଏଇ ଭାରତରେ

ବସ୍ତି ପିଲାଙ୍କ ଆଶାର ଆଲୋକ ପାଲଟିଛନ୍ତି ଜଣେ ଆଇନ ପ୍ରାଧ୍ୟାପକ। ଇନ୍ଦୋର ନିବାସୀ ପ୍ରାଧ୍ୟାପକ ଡ. ଲଲିତ ଶର୍ମା ବର୍ଷକୁ ୫୦୦ ବସ୍ତି ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। କେବଳ ବସ୍ତି ପିଲା ନୁହନ୍ତି, ରାସ୍ତକଡ଼ରେ ରହୁଥିତ୍ବା ତଥା ଯାଯାବର ଜୀବନ ବିତାଉଥିବା ପିଲାମାନଙ୍କୁ ସେ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ‘ଆଭା କୁଞ୍ଜ’ ସଂସ୍ଥା ମାଧ୍ୟମରେ ସେ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି। ତାଙ୍କର ଏହି ଅଭିଯାନରେ ୨୦୦ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ୨୦୦୯ରେ ଡ. ଶର୍ମା ଇନ୍ଦୋର ଆସିବା ପରେ ତାଙ୍କ କଲେଜ ଦାୟିତ୍ୱ ପରେ ୫ ଜଣ ବସ୍ତି ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରେ ତାଙ୍କ ପାଖକୁ ୨୦ ଜଣ ପିଲା ଆସିଲେ। ପିଲାଙ୍କର ଶିକ୍ଷା ପ୍ରତି ଆଗ୍ରହକୁ ଳକ୍ଷ୍ୟ କରି ସେ ‘ଆଭା କୁଞ୍ଜ’ ପ୍ରତିଷ୍ଠା କରି ଅଧିକ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ବର୍ଷକୁ ପ୍ରାୟ ପ୍ରଥମରୁ ଦଶମ ଶ୍ରେଣୀଯାଏ ପ୍ରାୟ ୫୦୦ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ଇନ୍ଦୋରରେ ୨୨ଟି କେନ୍ଦ୍ରରେ ପିଲାମାନଙ୍କୁ ପଢ଼ାଯାଉଛି। ଆଭା କୁଞ୍ଜରେ ପଢ଼ିଥିତ୍ତ୍ବା ବହୁ ଛାତ୍ର ଏବେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିିତ ହୋଇପାରିଛନ୍ତି।