ଏଇ ଭାରତରେ

ଶିଳ୍ପ ବିପ୍ଳବ, ସବୁଜ ବିପ୍ଳବ କଥା ଜାଣିଛନ୍ତି, କିନ୍ତୁ ହଳଦୀ ବିପ୍ଳବ ବିଷୟରେ କେବେ ଶୁଣିଛନ୍ତି କି? ଏମିତି ବିପ୍ଳବ ଆଣିଛନ୍ତି ରାଜସ୍ଥାନର ଦମ୍ପତି ରାମିଲା ଓ ଦେବୀଲାଲ ବ୍ୟାସ। ଏମାନେ ମରୁଡ଼ିପ୍ରବଣ ଡୁଙ୍ଗରପୁର ଜିଲାରେ ହଳଦୀ ଚାଷ ମାଧ୍ୟମରେ ୧୦୨ ଗାଁରେ ଲୋକମାନଙ୍କ ରୋଜଗାର ବଢ଼ାଇ ପାରିଛନ୍ତି। କେବଳ ଏତିକି ନୁହେଁ, ବ୍ୟାସ ଦମ୍ପତି ଡୁଙ୍ଗରପୁର ଜିଲାକୁ ଶିଶୁଶ୍ରମିକ ମୁକ୍ତ କରିବା ସହ କୃଷକ ଆତ୍ମହତ୍ୟା ରୋକିପାରିଛନ୍ତି। କପାଚାଷର କ୍ଷତି ଏଡ଼ାଇବା ପାଇଁ ଏମାନେ ଏହି ଅଭିଯାନ ଚଳାଇ ଏବେ ସୁଦ୍ଧା ହଳଦୀ ଚାଷରେ ୨,୫୦୦ କୃଷକଙ୍କୁ ଯୋଡ଼ି ପାରିଛନ୍ତି। କୃଷକମାନେ ପୂର୍ବାପେକ୍ଷା ଯଥେଷ୍ଟ ବେଶି ରୋଜଗାର କରୁଛନ୍ତି। ସେମାନେ ଏହି ଅଭିଯାନ ୨୦୦୫ରୁ ଜନଶିକ୍ଷା ଏବଂ ବିକାଶ ସଙ୍ଗଠନ ମାଧ୍ୟମରେ ଚଳାଇଛନ୍ତି। କୃଷକମାନଙ୍କ ପାଇଁ ବଜାର ବ୍ୟବସ୍ଥା କରିବା ସହ ସେମାନଙ୍କ ଉତ୍ପାଦକୁ ରାଜସ୍ଥାନର ବିଭିନ୍ନ ସହର ଓ ମହାରାଷ୍ଟ୍ରରେ ବିକ୍ରି କରିବାର ବ୍ୟବସ୍ଥା କରିଛନ୍ତି। ହଳଦୀଗୁଣ୍ଡ ପ୍ରସ୍ତୁତ କରି ୩,୫୦୦ ମହିଳା ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବଜାର ବ୍ୟବସ୍ଥାକୁ ବ୍ୟାପକ କରି ସେମାନଙ୍କୁ ରୋଜଗାରକ୍ଷମ କରିଛନ୍ତି ବ୍ୟାସ ଦମ୍ପତି। ହଳଦୀ ଚାଷ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଥିବାରୁ ଏହାର ଚାହିଦା ରହିଛି। ହଳଦୀ ଚାଷକୁ ଗାଁ ଗାଁରେ ପହଞ୍ଚାଇବା ଦ୍ୱାରା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଲୋକମାନେ ଏହି ଚାଷରେ ଲାଗିପଡ଼ିଛନ୍ତି। ୟୁନିସେଫ୍‌ ଓ ଜିଲା ପ୍ରଶାସନ ସହାୟତାରେ ବ୍ୟାସ ଦମ୍ପତି ଏବେ ସୁଦ୍ଧା ବାହାରକୁ ଚାଲାଣ ହୋଇଥିବା ପ୍ରାୟ ୪,୦୦୦ ଶିଶୁଙ୍କୁ ଉଦ୍ଧାର କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri