ଏଇ ଭାରତରେ

ଶିଳ୍ପ ବିପ୍ଳବ, ସବୁଜ ବିପ୍ଳବ କଥା ଜାଣିଛନ୍ତି, କିନ୍ତୁ ହଳଦୀ ବିପ୍ଳବ ବିଷୟରେ କେବେ ଶୁଣିଛନ୍ତି କି? ଏମିତି ବିପ୍ଳବ ଆଣିଛନ୍ତି ରାଜସ୍ଥାନର ଦମ୍ପତି ରାମିଲା ଓ ଦେବୀଲାଲ ବ୍ୟାସ। ଏମାନେ ମରୁଡ଼ିପ୍ରବଣ ଡୁଙ୍ଗରପୁର ଜିଲାରେ ହଳଦୀ ଚାଷ ମାଧ୍ୟମରେ ୧୦୨ ଗାଁରେ ଲୋକମାନଙ୍କ ରୋଜଗାର ବଢ଼ାଇ ପାରିଛନ୍ତି। କେବଳ ଏତିକି ନୁହେଁ, ବ୍ୟାସ ଦମ୍ପତି ଡୁଙ୍ଗରପୁର ଜିଲାକୁ ଶିଶୁଶ୍ରମିକ ମୁକ୍ତ କରିବା ସହ କୃଷକ ଆତ୍ମହତ୍ୟା ରୋକିପାରିଛନ୍ତି। କପାଚାଷର କ୍ଷତି ଏଡ଼ାଇବା ପାଇଁ ଏମାନେ ଏହି ଅଭିଯାନ ଚଳାଇ ଏବେ ସୁଦ୍ଧା ହଳଦୀ ଚାଷରେ ୨,୫୦୦ କୃଷକଙ୍କୁ ଯୋଡ଼ି ପାରିଛନ୍ତି। କୃଷକମାନେ ପୂର୍ବାପେକ୍ଷା ଯଥେଷ୍ଟ ବେଶି ରୋଜଗାର କରୁଛନ୍ତି। ସେମାନେ ଏହି ଅଭିଯାନ ୨୦୦୫ରୁ ଜନଶିକ୍ଷା ଏବଂ ବିକାଶ ସଙ୍ଗଠନ ମାଧ୍ୟମରେ ଚଳାଇଛନ୍ତି। କୃଷକମାନଙ୍କ ପାଇଁ ବଜାର ବ୍ୟବସ୍ଥା କରିବା ସହ ସେମାନଙ୍କ ଉତ୍ପାଦକୁ ରାଜସ୍ଥାନର ବିଭିନ୍ନ ସହର ଓ ମହାରାଷ୍ଟ୍ରରେ ବିକ୍ରି କରିବାର ବ୍ୟବସ୍ଥା କରିଛନ୍ତି। ହଳଦୀଗୁଣ୍ଡ ପ୍ରସ୍ତୁତ କରି ୩,୫୦୦ ମହିଳା ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବଜାର ବ୍ୟବସ୍ଥାକୁ ବ୍ୟାପକ କରି ସେମାନଙ୍କୁ ରୋଜଗାରକ୍ଷମ କରିଛନ୍ତି ବ୍ୟାସ ଦମ୍ପତି। ହଳଦୀ ଚାଷ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଥିବାରୁ ଏହାର ଚାହିଦା ରହିଛି। ହଳଦୀ ଚାଷକୁ ଗାଁ ଗାଁରେ ପହଞ୍ଚାଇବା ଦ୍ୱାରା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଲୋକମାନେ ଏହି ଚାଷରେ ଲାଗିପଡ଼ିଛନ୍ତି। ୟୁନିସେଫ୍‌ ଓ ଜିଲା ପ୍ରଶାସନ ସହାୟତାରେ ବ୍ୟାସ ଦମ୍ପତି ଏବେ ସୁଦ୍ଧା ବାହାରକୁ ଚାଲାଣ ହୋଇଥିବା ପ୍ରାୟ ୪,୦୦୦ ଶିଶୁଙ୍କୁ ଉଦ୍ଧାର କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri