ଏଇ ଭାରତରେ

ଅସହାୟଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ତାମିଲନାଡୁର ମନୀଷା କ୍ରିଷ୍ଣସ୍ବାମୀ। ସେ ରାସ୍ତକଡ଼ରେ ରହୁଥିବା ଅସହାୟଙ୍କୁ ଖାଦ୍ୟ, ଓ୍ୟଷଧ ଯୋଗାଇବା ସହ ଥଇଥାନ କରୁଛନ୍ତି। ମନୀଷା ରହନ୍ତି ତାମିଲନାଡୁର ଏରୋଡ଼ ସହରରେ। ତାଙ୍କ ବାପାଙ୍କର ମାଂସ ଦୋକାନ ରହିଛି। ବହୁ କଷ୍ଟରେ ସେ ନର୍ସିଂରେ ଡିଗ୍ରୀ ହାସଲ କରି ୨୦୧୭ରେ ଏକ ନର୍ସିଂ କଲେଜରେ ଲେକ୍‌ଚର ଭାବେ ଯୋଗ ଦେଇଥିଲେ। କଲେଜ ଯିବା ଆସିବା ସମୟରେ ରାସ୍ତା କଡ଼ରେ ରହୁଥିବା ଲୋକମାନଙ୍କ ସେବା ଆରମ୍ଭ କରିଥିତ୍ଲେ। କଲେଜରୁ ପାଉଥିତ୍ବା ଦରମା ଏଥିରେ ଖର୍ଚ୍ଚ କରୁଥିଲେ। ପରେ ୨୦୧୮ରେ ‘ଜୀବିତମ୍‌ ଫାଉଣ୍ଡେସନ’ ଗଠନ କରି ଏହି ସେବା କରୁଛନ୍ତି। ଏବେ ସୁଦ୍ଧା ମନୀଷା ସହରର ବିଭିନ୍ନ ଜାଗାରୁ ୩୪୦ରୁ ଊର୍ଦ୍ଧ୍ୱ ଅସହାୟଙ୍କୁ ଉଦ୍ଧାର କରି ଥଇଥାନ କରିପାରିଛନ୍ତି ଓ ଅନ୍ୟ ୫୪ ଜଣଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି। ଅସୁସ୍ଥ ହେଲେ ଅସହାୟଙ୍କୁ ମେଡ଼ିକାଲରେ ସମସ୍ତ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା କରୁଛନ୍ତି। ଏହାସହ ରାସ୍ତାକଡ଼ରେ ରହୁଥିତ୍ବା ଲୋକମାନଙ୍କୁ ସ୍ବାବଲମ୍ବୀ କରିବା ଲାଗି ଭୋକେଶନାଲ ଟ୍ରେନିଂ ଦେବାର ବ୍ୟବସ୍ଥା କରିଛନ୍ତି। ମନୀଷାଙ୍କ ସହ ଏବେ ୧୭ ଜଣ ସ୍ବେଚ୍ଛାସେବୀ ଯୋଗ ଦେଇଛନ୍ତି।