ଏଇ ଭାରତରେ

ପ୍ରତିକୂଳ ପରିସ୍ଥିତିରେ ବଢ଼ି ଆସିଥିବା କେତେକ ବ୍ୟକ୍ତି ସେହି ଅନୁଭବକୁ ଆଧାର କରି ସମାଜରେ ସଂସ୍କାର ଆଣିବାକୁ ପ୍ରୟାସ କରନ୍ତି, ଯାହା କରୁଛନ୍ତି ନୀତିନ କୁମାର । ସେ ଏବେ ୨୦୦ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ନୀତିନ ରୁହନ୍ତି ଉତ୍ତରପ୍ରଦେଶର କନପୁରରେ। ପର ଘରେ କାମ କରି ତାଙ୍କ ମା’ ପରିବାର ଚଳାଉଥିତ୍ଲେ। ଏଥିପାଇଁ ନୀତିନ ବହୁ କଷ୍ଟ ସ୍ବୀକାର କରି ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ଏଣୁ ଗରିବ ପିଲାମାନଙ୍କ କ୍ଷେତ୍ରରେ ଏଭଳି ପରିସ୍ଥିତି ନ ଆସୁ ବୋଲି ବିଚାର କରି ସେ ୨୦୦୯ରେ ପ୍ରଥମେ ବସ୍ତିରେ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିତ୍ଲେ। ପରେ ଗଙ୍ଗାକୂଳରେ କମଳେଶ୍ୱର ଘାଟରେ ସନ୍ଧ୍ୟାବେଳେ ପିଲାଙ୍କୁ ପଢ଼ାଇଲେ। ପରେ‘ଏକ୍‌ ନୟି ରାହା’ ନାମକ ଏନ୍‌ଜିଓ ଗଠନ କରି ତା’ମାଧ୍ୟମରେ ‘ଘାଟଓ୍ବାଲା ସ୍କୁଲ୍‌’ ଖୋଲିଛନ୍ତି। ନୀତିନଙ୍କ ସମେତ ସ୍ବେଚ୍ଛାକୃତ ଭାବେ କେତେଜଣ ଶିକ୍ଷକ ଏହି ସ୍କୁଲରେ ପଢ଼ାଉଛନ୍ତି। ଏବେ ସେଠାରେ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ଯାଏ ମୋଟରେ ୨୦୦ ଗରିବ ପିଲା ମାଗଣାରେ ପଢ଼ୁଛନ୍ତି। ଏମାନେ ସମସ୍ତେ ବସ୍ତିବାସିନ୍ଦା, ଜରି ଗୋଟାଳି ପରିବାରର ପିଲା। କେବଳ ଏତିକି ନୁହେଁ, ଉକ୍ତ ସ୍କୁଲରେ ପଢୁଥିବା ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। ସ୍କୁଲରେ ପିଲାମାନଙ୍କ ପାଠ୍ୟ ଉପକରଣ କିଣିବାଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ସେ ସ୍କୁଲରେ ସଂସ୍କୃତ, ମ୍ୟୁଜିକ ଏବଂ ଫ୍ରେଞ୍ଚ ଭାଷା ଉପରେ ଶିକ୍ଷା ମଧ୍ୟ ଦେଉଛନ୍ତି।