ଏଇ ଭାରତରେ

ସେବକ ବା ପ୍ରବର୍ତ୍ତକ ଭାବେ କେହି ଜନ୍ମ ନେଇ ନ ଥାଆନ୍ତି। ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଏହା ହେବାକୁ ପଡ଼ିଥାଏ, ଯାହା ହୋଇପାରିଛନ୍ତି ଚେନ୍ନାଇର ଡ. ଇସା ଫତିମା ଜନ୍ମିନ। ପେସାରେ ଜଣେ ଅର୍ଥୋଡୋନିଷ୍ଟ। ସେ ଚେନ୍ନାଇରେ ଗରିବ ଲୋକଙ୍କୁ ପ୍ରତିଦିନ ଖାଦ୍ୟ ଯୋଗାଉଛନ୍ତି। ପିଲାଙ୍କ ପାଇଁ ପାଠ୍ୟପୁସ୍ତକ, ଜୋତା ମଧ୍ୟ ଦେଉଛନ୍ତି। ଇସା ୨୦୧୭ରେ ‘ଦି ପବ୍ଲିକ୍‌ ଫାଉଣ୍ଡେଶନ’ ଗଠନ କରି ତା’ ମାଧ୍ୟମରେ ଏହି ସେବା କରୁଛନ୍ତି। ଚେନ୍ନାଇର ବିଭିନ୍ନ ସ୍ଥାନରେ ୪ଟି କେନ୍ଦ୍ର ଖୋଲିଛନ୍ତି ଓ ସେଠାରେ ଲୋକମାନେ ବଳକା ଖାଦ୍ୟ, ପୋଷାକ, ବହି ଓ ଖେଳନା ପ୍ରଦାନ କରୁଛନ୍ତି। ଏସବୁକୁ ଇସା ଓ ତାଙ୍କ ସଂସ୍ଥାର ସ୍ବେଚ୍ଛାସେବୀମାନେ ଗରିବଙ୍କ ପାଖରେ ପହଞ୍ଚାଉଛନ୍ତି। ପ୍ରତ୍ୟେକ କେନ୍ଦ୍ରରେ ୪୦୦ରୁ ୬୦୦ ଲିଟର କ୍ଷମତା ବିଶିଷ୍ଟ ଫ୍ରିଜ୍‌ ରଖାଯାଇଛି। ସଂଗୃହୀତ ଖାଦ୍ୟକୁ ସେଥିରେ ରଖାଯିବା ପରେ ପ୍ୟାକେଟ କରାଯାଇ ଲୋକଙ୍କୁ ଦିଆଯାଉଛି। ପ୍ରତ୍ୟେକ ସେଣ୍ଟରରୁ ଦୈନିକ ୧୦୦ ମିଲ୍‌ ହିସାବରେ ମୋଟ୍‌ରେ ୧୦୦୦ ଜଣଙ୍କୁ ଖାଦ୍ୟ ଯୋଗାଉଛନ୍ତି ଇସା। ସକାଳ ୯ଟାରେ ସେ କେନ୍ଦ୍ରଗୁଡ଼ିକୁ ଯାଇ ଖାଦ୍ୟପୁଡ଼ିଆ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରନ୍ତି ଓ ଦିନ ୩ଟା ଭିତରେ ତାହାକୁ ବାଣ୍ଟିସାରିବା ପରେ ନିଜେ ଖାଆନ୍ତି। ସନ୍ଧ୍ୟା ହେଲେ କ୍ଲିନିକ୍‌କୁ ଯାଆନ୍ତି ଓ ରୋଗୀଙ୍କୁ ମାଗଣା ଚିକିତ୍ସା କରନ୍ତି। ଏବେ ସୁଦ୍ଧା ଇସା ୩ କୋଟି ଟଙ୍କା ମୂଲ୍ୟର ଖାଦ୍ୟ, ୨୦,୦୦୦ କେଜି ପୋଷାକ, ୨,୫୦୦ ହଳ ଜୋତା, ୨,୫୦୦ କେଜି ଓଜନର ବହି ବାଣ୍ଟି ସାରିଲେଣି। ଏହା ବାଦ୍‌ ସେ କୋଭିଡ୍‌ ମହାମାରୀ ସମୟରେ ଚେନ୍ନାଇର ବିଭିନ୍ନ ବସ୍ତି ଓ ହସ୍ପିଟାଲରେ ଦୈନିକ ୮୦୦ରୁ ୧୦୦୦ ମିଲ୍‌ ଅସହାୟଙ୍କୁ ଯୋଗାଇ ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri