ଏଇ ଭାରତରେ

କୋଭିଡ୍‌ ମହାମାରୀରେ ୧୫୦୦ ଗୃହହୀନଙ୍କୁ ଆଶ୍ରୟସ୍ଥଳୀରେ ରଖି ସେମାନଙ୍କୁ ରୋଜଗାରକ୍ଷମ କରିବାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆଇଏଏସ୍‌ ଅଧିକାରୀ ଏସ୍‌.ଶ୍ରୀରାମ ସମ୍ବାଶିବ ରାଓ। କେରଳର କୋଝିକୋଡ ଜିଲାର ଜିଲାପାଳ ଭାବେ ଶ୍ରୀରାମ ‘ଉଦ୍ୟମ ଚାରିଟେବଲ୍‌ ଟ୍ରଷ୍ଟ’ ଗଠନ କରି ତା’ମାଧ୍ୟମରେ ୪ଟି ଆଶ୍ରୟଗୃହ ପ୍ରତିଷ୍ଠା କରିଛନ୍ତି। ଜିଲାର ୪ଟି ସ୍ଥାନରେ ପ୍ରତିଷ୍ଠା କରାଯାଇଥିତ୍ବା ଏହିସବୁ ଆଶ୍ରୟଗୃହରେ ପାଖାପାଖି ୧୫୦୦ ଗୃହହୀନଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ଦେଢ଼ବର୍ଷ ହେବ ସେଠାରେ ରଖିବାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ପରେ ଏମାନଙ୍କ ଠିକଣା ସଂଗ୍ରହ କରାଯାଇ ସେମାନଙ୍କ ପରିବାର ଲୋକଙ୍କ ପାଖକୁ ବି ପଠାଇବାର ବ୍ୟବସ୍ଥା ହୋଇଛି। ବହୁ ଲୋକ ରୋଜଗାର ପାଇବା ପରେ ଏବେ ଆଶ୍ରୟଗୃହରେ ପାଖାପାଖି ୧୦୦୦ ଲୋକ ରହିଛନ୍ତି। ଖାଦ୍ୟ ଓ ଚିକିତ୍ସା ବାବଦରେ ପ୍ରତିମାସରେ ଜଣଙ୍କ ପିଛା ଜିଲା ପ୍ରଶାସନ ପ୍ରାୟ ୪ ହଜାର ଟଙ୍କା ଖର୍ଚ୍ଚ କରୁଛି। ଦୁଇ ବର୍ଷ ପୂର୍ବେ ୨୦୧୨ ବ୍ୟାଚ୍‌ର ଆଇଏଏସ୍‌ ଅଧିତ୍କାରୀ ଶ୍ରୀରାମ କୋଝିକୋଡର ଜିଲାପାଳ ଭାବେ ନିଯୁକ୍ତି ପାଇବା ପରେ କୋଭିଡ୍‌ ମହାମାରୀ ବ୍ୟାପିବା କ୍ଷଣି ଗୃହହୀନଙ୍କ ପାଇଁ ଏହି ପଦକ୍ଷେପ ନେବା ଆରମ୍ଭ କରିଥିଲେ। ତେବେ ଗୃହହୀନ ଓ ପ୍ରବାସୀ ଶ୍ରମିକମାନଙ୍କୁ ପୁନଃ ଥଇଥାନ କରିବାରେ କେରଳର କୋଝିକୋଡ ଜିଲା ସାରା ଦେଶରେ ମଡେଲ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri