ଏଇ ଭାରତରେ

ଜଣେ ଆଇଏଏସ୍‌ ଅଧିକାରୀ ଗ୍ରାମାଞ୍ଚଳର ୯୦୦ରୁ ଊର୍ଦ୍ଧ୍ୱ ସରକାରୀ ସ୍କୁଲକୁ ବିଦ୍ୟୁତ୍‌ ଯୋଗାଇ ଦେବାର ବ୍ୟବସ୍ଥା କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଆଇଏଏସ୍‌ ଅଧିକାରୀ ହେଉଛନ୍ତି ଡ. ଜିତେନ୍ଦ୍ର କୁମାର ସୋନି। ରାଜସ୍ଥାନର ନାଗପୁରର ଜିଲାପାଳ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ଜୁଲାଇ ୨୦୨୦ରେ ଦାୟିତ୍ୱ ନେବା ପରେ ଗୋଟିଏ ବର୍ଷରେ ଏହି ସଫଳତା ହାସଲ କରିପାରିଛନ୍ତି। ସେ ଏଥିପାଇଁ ‘ଉଜାସ୍‌’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ଦୁର୍ଗମ ଅଞ୍ଚଳରେ ବହୁ ସ୍କୁଲରେ ବ୍ୟକ୍ତିଙ୍କ ଅନୁଦାନରେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଉକ୍ତ କାର୍ଯ୍ୟରେ ଜିଲାର ବିଡିଓ,ସରପଞ୍ଚ, ସ୍କୁଲ ଶିକ୍ଷକମାନେ ପ୍ରତ୍ୟକ୍ଷ ଭାବେ ଜଡିତ ରହି କାର୍ଯ୍ୟ କରୁଛନ୍ତି। ଜିଲାପାଳଙ୍କ ଏହି ପ୍ରୟାସ ଯୋଗୁ ଜିଲାର ସମସ୍ତ ସ୍କୁଲରେ ବିଦ୍ୟୁତୀକରଣ ଶେଷ ହୋଇପାରିଛି। ସରକାରୀ ସ୍କୁଲରେ ପଢ଼ିଥିତ୍ବାରୁ ସେଠାକାର ଅଭାବ ଅସୁବିଧାକୁ ଦୃୟଙ୍ଗମ କରିଛିି। ଏହାକୁ ସୁଧାରିବା ଲାଗି ଏଭଳି ଅଭିଯାନ ଚାଲିଛି ବୋଲି କହନ୍ତି ଜିଲାପାଳ।