ଏଇ ଭାରତରେ

ଭାରତୀୟ ନାରୀଙ୍କ ଧୈର୍ଯ୍ୟ, ସହନଶୀଳତା ତଥା ସେବା ମନୋଭାବ ସବୁବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସହୋଇ ଆସିଛି, ଯାହା ଏବେ ପ୍ରମାଣିତ କରିଛନ୍ତି ଦିଲ୍ଲୀର ଉଷା ଗୁପ୍ତା। ବୟସ ୮୭। କୋଭିଡ୍‌ ମହାମାରୀରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସେ ସଂକ୍ରମିତଙ୍କୁ ସାହାଯ୍ୟ କରିିବା ଲାଗି ଆଚାର ବ୍ୟବସାୟ ଆରମ୍ଭ କରିଛନ୍ତି। ଏଥିରୁ ସେ ଯାହା ଟଙ୍କା ପାଉଛନ୍ତି ତାହାକୁ କୋଭିଡ୍‌ ପୀଡ଼ିତଙ୍କ ଚିକିତ୍ସାରେ ଲଗାଉଛନ୍ତି। ଏହା ବାଦ୍‌ ସେ କୋଭିଡ୍‌ ସଂକ୍ରମିତଙ୍କ ପରିବାରକୁ ବି ଦାନ ଦେଉଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ତାଙ୍କ ଝିଅ ଓ ନାତୁଣୀ ଡ. ରାଧିକା ବାତ୍ରା ସହଯୋଗ କରୁଛନ୍ତି। ଉଷା ନିଜେ ଆଚାର ପ୍ରସ୍ତୁତ କରନ୍ତି। ଏହାକୁ ବୋତଲରେ ପ୍ୟାକ୍‌ କରିବା ଓ ମାର୍କେଟିଂ କରିବାରେ ଡ. ରାଧିକା ସାହାଯ୍ୟ କରୁଛନ୍ତି। ଏବେ ସୁଦ୍ଧା ଉଷା ୨୦୦ ବୋତଲ ଆଚାର ବିକ୍ରି କରିି ପାଖାପାଖି ୨୦, ୦୦୦ ଟଙ୍କା ପାଇଛନ୍ତି। ଏହା ବ୍ୟତୀତ ସେ ଅନ୍ୟମାନଙ୍କଠାରୁ ପାଣ୍ଠି ଯୋଗାଡ଼ କରି ରୋଗୀମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। କେବଳ ଏତିକି ନୁହେଁ, ପୀଡ଼ିତଙ୍କ ନିକଟରେ ଉଷାଙ୍କ ପରିବାର ରନ୍ଧାଖାଦ୍ୟ ପହଞ୍ଚାଉଛନ୍ତି।