ଏଇ ଭାରତରେ

ଅନେକ ସମୟରେ ଜଣକର ଅଭିନୟ ଚିନ୍ତା ଓ କୌଶଳ ଏକ ଜଟିଳ ସମସ୍ୟାର ସମାଧାନ ବାଟ ଦେଖାଇଥାଏ। ଯେମିତି କରିଛନ୍ତି ଗୁଜରାଟର ରାହୁଲ ଚୌଧୁରୀ। ପରିବେଶ ସୁରକ୍ଷା ଲାଗି ପ୍ଲାଷ୍ଟିକ୍‌ ବର୍ଜ୍ୟର ପୁନଃ ଉପଯୋଗ କରି ମଜଭୁତ ଶିଟ୍‌ ବା ଚାଦର ପ୍ରସ୍ତୁତ କରୁଛନ୍ତି। ମଲ୍‌ଟି ଲେୟାର୍ଡ ପ୍ଲାଷ୍ଟିକ୍‌ ବା ବହୁ ପରସ୍ତ ପ୍ଲାଷ୍ଟିକ ଦ୍ରବ୍ୟ ଯଥା ଓ୍ବାର୍ପର ଓ ଟୁଥ୍‌ପେଷ୍ଟ ଟ୍ୟୁବ୍‌ ସଂଗ୍ରହ କରି ସେ ଶିଟ୍‌ ପ୍ରସ୍ତୁତ କରୁଛନ୍ତି। ଏହା ନିଆଁ, ପାଣି, ଉତ୍ତାପ ପ୍ରତିରୋଧୀ ଓ ଉଇ ଏହାକୁ ନଷ୍ଟ କରିପାରୁ ନାହିଁ। ଏବେସୁଦ୍ଧା ରାହୁଲ ୮୦,୦୦୦ ଟନ୍‌ ପ୍ଲାଷ୍ଟିକ୍‌ ସଂଗ୍ରହ କରି ତାହାକୁ ଶିଟ୍‌ ପ୍ରସ୍ତୁତିରେ ବ୍ୟବହାର କରିସାରିଲେଣି। ଏହିସବୁ ଶିଟ୍‌ରେ ଘର ଛାତ ତଥା ବେଞ୍ଚ ନିର୍ମାଣ କରାଯାଉଛି। ଏହା ମଧ୍ୟ ସହଜରେ ବିଘଟନ ହେଉଛି। ୨୦୧୪ରେ ରାହୁଲ ‘ରିକନ ପ୍ୟାନେଲ୍‌ମ’ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ଏହି କାର୍ଯ୍ୟ କରୁଛନ୍ତି। ଏବେ ଦିନକୁ ସେ ୫୦୦ ଟନ୍‌ ମଲ୍‌ଟି ଲେୟାର୍ଡ ପ୍ଲାଷ୍ଟିକ୍‌ ଦ୍ରବ୍ୟର ରିସାଇକ୍ଲିଂ କରୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ଶିଟ୍‌ ଯଦି ନଷ୍ଟ ହେଉଛି ତେବେ ତାହାକୁ ମଧ୍ୟ ରିସାଇକ୍ଲିଂ କରାଯାଉଛି। ତେବେ ଏହି ଉତ୍ପାଦ ଅତି କମ୍‌ରେ ୧୫ ବର୍ଷ କୌଣସି କ୍ଷତି ହେବାର ଆଶଙ୍କା ନ ଥିବା କହନ୍ତି ରାହୁଲ। ଏବେ ସେ ଷ୍ଟାର୍ଟଅପ୍‌ର ରିସାଇକ୍ଲିଂର କ୍ଷମତା ୫୦୦ ଟନ୍‌ରୁ ୧୦୦୦ ଟନ୍‌କୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ପ୍ଲାଷ୍ଟିକ୍‌ ବର୍ଜ୍ୟ ସମସ୍ୟା ସମାଧାନ କରି ପରିବେଶ ଉପଯୋଗୀ ଦ୍ରବ୍ୟ ପ୍ରସ୍ତୁତ କରୁଥିବାରୁ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଏସ୍‌) ତାଙ୍କୁ ସମ୍ମାନିତ କରିଛି। ଭାରତରେ ପ୍ୟାକେଜିଂରେ ବ୍ୟବହୃତ ପ୍ଲାଷ୍ଟିକ୍‌ ମଧ୍ୟରେ ମଲ୍‌ଟି ଲେୟାର୍ଡ ପ୍ଲାଷ୍ଟିକ୍‌ ୪୫% ରହୁଥିବାରୁ ଏଭଳି ବର୍ଜ୍ୟ ସମସ୍ୟା ଦୂର କରିବାରେ ରାହୁଲଙ୍କ ଷ୍ଟାର୍ଟଅପ୍‌ ଯଥେଷ୍ଟ ସହାୟକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri