ଏଇ ଭାରତରେ

ଅନେକ ସମୟରେ ଜଣକର ଅଭିନୟ ଚିନ୍ତା ଓ କୌଶଳ ଏକ ଜଟିଳ ସମସ୍ୟାର ସମାଧାନ ବାଟ ଦେଖାଇଥାଏ। ଯେମିତି କରିଛନ୍ତି ଗୁଜରାଟର ରାହୁଲ ଚୌଧୁରୀ। ପରିବେଶ ସୁରକ୍ଷା ଲାଗି ପ୍ଲାଷ୍ଟିକ୍‌ ବର୍ଜ୍ୟର ପୁନଃ ଉପଯୋଗ କରି ମଜଭୁତ ଶିଟ୍‌ ବା ଚାଦର ପ୍ରସ୍ତୁତ କରୁଛନ୍ତି। ମଲ୍‌ଟି ଲେୟାର୍ଡ ପ୍ଲାଷ୍ଟିକ୍‌ ବା ବହୁ ପରସ୍ତ ପ୍ଲାଷ୍ଟିକ ଦ୍ରବ୍ୟ ଯଥା ଓ୍ବାର୍ପର ଓ ଟୁଥ୍‌ପେଷ୍ଟ ଟ୍ୟୁବ୍‌ ସଂଗ୍ରହ କରି ସେ ଶିଟ୍‌ ପ୍ରସ୍ତୁତ କରୁଛନ୍ତି। ଏହା ନିଆଁ, ପାଣି, ଉତ୍ତାପ ପ୍ରତିରୋଧୀ ଓ ଉଇ ଏହାକୁ ନଷ୍ଟ କରିପାରୁ ନାହିଁ। ଏବେସୁଦ୍ଧା ରାହୁଲ ୮୦,୦୦୦ ଟନ୍‌ ପ୍ଲାଷ୍ଟିକ୍‌ ସଂଗ୍ରହ କରି ତାହାକୁ ଶିଟ୍‌ ପ୍ରସ୍ତୁତିରେ ବ୍ୟବହାର କରିସାରିଲେଣି। ଏହିସବୁ ଶିଟ୍‌ରେ ଘର ଛାତ ତଥା ବେଞ୍ଚ ନିର୍ମାଣ କରାଯାଉଛି। ଏହା ମଧ୍ୟ ସହଜରେ ବିଘଟନ ହେଉଛି। ୨୦୧୪ରେ ରାହୁଲ ‘ରିକନ ପ୍ୟାନେଲ୍‌ମ’ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ଏହି କାର୍ଯ୍ୟ କରୁଛନ୍ତି। ଏବେ ଦିନକୁ ସେ ୫୦୦ ଟନ୍‌ ମଲ୍‌ଟି ଲେୟାର୍ଡ ପ୍ଲାଷ୍ଟିକ୍‌ ଦ୍ରବ୍ୟର ରିସାଇକ୍ଲିଂ କରୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ଶିଟ୍‌ ଯଦି ନଷ୍ଟ ହେଉଛି ତେବେ ତାହାକୁ ମଧ୍ୟ ରିସାଇକ୍ଲିଂ କରାଯାଉଛି। ତେବେ ଏହି ଉତ୍ପାଦ ଅତି କମ୍‌ରେ ୧୫ ବର୍ଷ କୌଣସି କ୍ଷତି ହେବାର ଆଶଙ୍କା ନ ଥିବା କହନ୍ତି ରାହୁଲ। ଏବେ ସେ ଷ୍ଟାର୍ଟଅପ୍‌ର ରିସାଇକ୍ଲିଂର କ୍ଷମତା ୫୦୦ ଟନ୍‌ରୁ ୧୦୦୦ ଟନ୍‌କୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ପ୍ଲାଷ୍ଟିକ୍‌ ବର୍ଜ୍ୟ ସମସ୍ୟା ସମାଧାନ କରି ପରିବେଶ ଉପଯୋଗୀ ଦ୍ରବ୍ୟ ପ୍ରସ୍ତୁତ କରୁଥିବାରୁ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଏସ୍‌) ତାଙ୍କୁ ସମ୍ମାନିତ କରିଛି। ଭାରତରେ ପ୍ୟାକେଜିଂରେ ବ୍ୟବହୃତ ପ୍ଲାଷ୍ଟିକ୍‌ ମଧ୍ୟରେ ମଲ୍‌ଟି ଲେୟାର୍ଡ ପ୍ଲାଷ୍ଟିକ୍‌ ୪୫% ରହୁଥିବାରୁ ଏଭଳି ବର୍ଜ୍ୟ ସମସ୍ୟା ଦୂର କରିବାରେ ରାହୁଲଙ୍କ ଷ୍ଟାର୍ଟଅପ୍‌ ଯଥେଷ୍ଟ ସହାୟକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri