ଏଇ ଭାରତରେ

ପେସାରେ ଶିକ୍ଷକ ହେଲେ ବି ବୃକ୍ଷରୋପଣ ନିଶାରେ ପଡ଼ିଯାଇଛନ୍ତି ରାଜସ୍ଥାନର ପ୍ରସନ୍ନପୁରି ଗୋସ୍ବାମୀ। ସେ ୩୪ ବର୍ଷରେ ମେରାଙ୍ଗଗଡ଼ ଚାରିପାଖରେ ୨୨ ହେକ୍ଟର ଜମିରେ ୫୦,୦୦୦ ଗଛ ଲଗାଇ ସାରିଲେଣି। ୧୫ ଏକରରେ ବିଭିନ୍ନ ଗଛ ଓ ୭ ଏକରରେ କେବଳ ଓଷଧୀୟ ଗଛ ଲଗାଇଛନ୍ତି। ଏବେ ଦୁର୍ଗର ଚାରିପାଖ ସବୁଜ ହୋଇଯାଇଛି ଓ ଏହା ବହୁ ପ୍ରଜାତିର ପକ୍ଷୀଙ୍କ ବାସସ୍ଥଳୀ ପାଲଟିଛି। ୧୯୮୭ରୁ ଗୋସ୍ବାମୀ ବୃକ୍ଷରୋପଣ ଆରମ୍ଭ କରିଥିଲେ। ଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବା ପରେ ବଳକା ସମୟରେ ଗଛ ଧରି ପାହାଡ଼ ଅଭିମୁଖେ ବାହାରି ଯାଉଥିତ୍ଲେ। ଏପରିକି ବୃକ୍ଷଗୁଡ଼ିକୁ ବଞ୍ଚାଇବା ଲାଗି ଖରାଦିନେ ସେ ବୋତଲରେ ପାଣି ନେବାକୁ ଭୁଲି ନ ଥିଲେ। ଶିକ୍ଷକ ଥିତ୍ତ୍ବା ସମୟରେ ଓ ଅବସର ପରେ ବି ସେ ବୃକ୍ଷରୋପଣ କାର୍ଯ୍ୟରୁ ଓହରି ନାହାନ୍ତି। ଏଥିତ୍ପାଇଁ ତାଙ୍କୁ ବିଭିନ୍ନ ସମୟରେ ଜଙ୍ଗଲ ବିଭାଗ, ଜିଲା ପ୍ରଶାସନରୁ ଆର୍ଥିକ ସହାୟତା ମିଳିଛି। ଏହାଦ୍ୱାରା ସେ ବନୀକରଣକୁ ବ୍ୟାପକ କରିବାର ସୁଯୋଗ ପାଇପାରିଛନ୍ତ। ଏବେ ତାଙ୍କ ବୟସ ୭୪। ଏହି ପରିଣତ ବୟସରେ ବି ଏହି କାର୍ଯ୍ୟ ଜାରି ରଖିଛନ୍ତି ଓ ଜଙ୍ଗଲର ଯନତ୍ ନେଉଛନ୍ତି। ତିନି ଦଶନ୍ଧିରେ ସେ ତାଙ୍କ ପିଲାଦିନର ସ୍ବପ୍ନ ପୂରଣ କରିପାରିଛନ୍ତି ବୋଲି କହନ୍ତି ଗୋସ୍ବାମୀ।