ଏଇ ଭାରତରେ

ବର୍ଜ୍ୟବସ୍ତୁ ଉପଯୋଗ କରି ମହାରାଷ୍ଟ୍ରର ଜଣେ କୃଷକଙ୍କ ହାତଗଢ଼ା ମୁଲ୍‌ଚିଂ ମେଶିନର ଚାହିଦା ଏବେ କାହିଁରେ କ’ଣ। ଏହି କୃଷକ ଜଣକ ହେଉଛନ୍ତି ନାସିକ ଜିଲାର ନୀତିନ ଘୁଲେ। ମାଟିରୁ ଘାସ ଦୂର କରି ସମାନ କରିବା ଓ ମାଟିକୁ ମୁଲ୍‌ଚିଂ ପେପରରେ ଘୋଡ଼ାଇବା କାର୍ଯ୍ୟରେ ଏହି ମେଶିନ ଉପଯୋଗ ହୋଇପାରୁଛି। ମେଶିନ ପାଇଁ ସେ ଏବେ ୧୦୦ ଅର୍ଡର ପାଇସାରିଲେଣି। କୃଷି ଶ୍ରମିକ ଅଭାବରେ କିିଭଳି ଚାଷ କରାଯାଇପାରିବ ସେଥିପାଇଁ ସେ ଏହି ମେଶିନ ନିର୍ମାଣ କରିଛନ୍ତି। ନୀତିନଙ୍କ ବୟସ ୨୮। ବର୍ଷାଦିନେ ପ୍ରବଳ ବର୍ଷାରୁ ମାଟି, ଚାରା ଓ ଫସଲକୁ ସୁରକ୍ଷିତ ରଖିତ୍ତ୍ବା ଲାଗି ଏହି ମେଶିନ ବ୍ୟବହାର ହେଉଛି। ମୁଖ୍ୟତଃ ବର୍ଷାଦିନଆ ଗେଣ୍ଡୁଫୁଲ, ଟମାଟୋ ଓ ଲଙ୍କା ଚାଷ ପାଇଁ ଏହା ଦରକାର ହେଉଛି। ନୀତିନ ମାତ୍ର ୧୫ ଦିନରେ ଏହି ବର୍ଜ୍ୟବସ୍ତୁ ଉପଯୋଗ କରି ମେଶିନ ନିର୍ମାଣ କରିଛନ୍ତି ଓ ଲୋକଙ୍କ ଅର୍ଡର ପାଇବା ପରେ ଏବେ ଏକ ଓ୍ବାର୍କଶପ୍‌ରେ ଏହି ମେଶିନ ନିର୍ମାଣ ଆରମ୍ଭ କରିଛନ୍ତି। ଏହାର ମୂଲ୍ୟ ରଖିଛନ୍ତି ୧୦,୦୦୦ ଟଙ୍କା। ମେଶିନକୁ ଫୋଲ୍ଡ କରି କମ୍‌ ଜାଗାରେ ରଖାଯାଇ ପାରୁଛି। ଏହାକୁ ଚଳାଇବା ଲାଗି ଦୁଇଜଣ ଦରକାର। ମାତ୍ର ୮ ଘଣ୍ଟାରେ ଏହା ୧ ଏକର ଜମିରେ ମୁଲ୍‌ଚିଂ ପେପର ବିଛାଇପାରୁଛି।